India vs Australia 2nd T20; ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି, ଖେଳାଯିବ ୮ ଓଭର ବିଶିଷ୍ଟ ମ୍ୟାଚ୍

Published By : Prameya-News7 Bureau | September 23, 2022 IST

ନୂଆଦିଲ୍ଲୀ: ଆଜି ନାଗପୁର ବିଦର୍ଭ କ୍ରିକେଟ୍ ସଂଘ ଷ୍ଟାଡିୟମ୍‌ରେ ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍ ହେବ। ପଡ଼ିଆ ନିରୀକ୍ଷଣ କରିବା ପରେ ଏହି ନିଷ୍ପତ୍ତି ହୋଇଛି। ତେବେ ମ୍ୟାଚ୍ ୨୦ ଓଭର ନ ହୋଇ ୮ ଓଭରିଆ ହେବ। ମ୍ୟାଚ୍ ଦେଖିବାକୁ ଆସିଥିବା ୪୦ ହଜାର ଦର୍ଶକଙ୍କ ପାଇଁ ଏହା ଖୁସୀ ଖବର ନିଶ୍ଚୟ।

ଆଜିର ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ଟିମ୍ ଇଣ୍ଡିଆ। ଆଜିର ମ୍ୟାଚ୍‌ରେ କଡା ଟକ୍କର ଦେଖିବାକୁ ମିଳିବ। କାରଣ ସିରିଜ୍‌ରେ ରହିବାକୁ ହେଲେ ଟିମ୍ ଇଣ୍ଡିଆକୁ ଆଜିର ମ୍ୟାଚ୍ ଜିତିବାକୁ ପଡିବ। ଏପଟେ ମ୍ୟାଚ୍ ୮ ଓଭର ବିଶିଷ୍ଟ ହୋଥିବାରୁ ହୋଇଭୋଲ୍‌ଟେଜ୍ ମ୍ୟାଚ୍‌ ହେବ।

ତେବେ ଏହା ପୂର୍ବରୁ ପଡ଼ିଆ ଓଦା ଥିବାରୁ ଟସ୍ ପଡ଼ିବା ବିଳମ୍ବ ହୋଇଥିଲା। ପଡ଼ିଆ ଓଦା ଥିବା ନେଇ ସନ୍ଧ୍ୟା ୭ଟା ଅମ୍ପାୟାର ଦୁଇ ଅଧିନାୟକଙ୍କ ସହ ଆଲୋଚନା କରିଥିଲେ। ଏହାର ଘଣ୍ଟାଏ ପରେ ୮ଟାରେ ପଡ଼ିଆକୁ ନିରୀକ୍ଷଣ କରାଯାଇଥିଲା। ତଥାପି ପଡ଼ିଆ ଓଦାକୁ ନେଇ ୮.୪୫ ପୁଣିଥରେ ପଡ଼ିଆ ନିରୀକ୍ଷଣ କରିବାକୁ ସ୍ଥିର ହୋଇଥିଲା।

wp:html /wp:html

ତୃତୀୟ ଥର ସ୍ଥିତି ନିରୀକ୍ଷଣ କରିବା ପରେ ୯.୩୦ରେ ମ୍ୟାଚ୍ ଆରମ୍ଭ କରିବାକୁ ସ୍ଥିର ହୋଇଛି। ପ୍ରଥମ ପାଳି ୯.୩୦ ରୁ ୧୦.୪ ଓ ଦ୍ୱିତୀୟ ପାଳି ୧୦.୧୪ରୁ ୧୦.୪୮ ପର୍ଯ୍ୟନ୍ତ ଚାଲିବ। ୮ ଓଭର ବିଶିଷ୍ଟ ଏହି ମ୍ୟାଚ୍‌ରେ ୨-୨ ଓଭର ପାୱାର ପ୍ଲେ ରହିବ। ସେହିଭଳି ଜଣେ ବୋଲର ମାତ୍ର ଦୁଇ ଓଭର କରିପାରିବେ। ମ୍ୟାଚ୍‌ରେ କୌଣସି ଡ୍ରିଙ୍ଗ୍ସ ବ୍ରେକ୍ ହେବ ନାହିଁ।  

ଅଷ୍ଟ୍ରେଲିଆ ବିରୋଧରେ ପ୍ରଥମ ମ୍ୟାଚ୍‌ରେ ଭାରତ ବଡ଼ ଟାର୍ଗେଟ୍‌ ଦେଇ ବି ପରାସ୍ତ ହୋଇଥିଲା। ତେବେ ଏହି ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ରେ ଟିମ୍ ଇଣ୍ଡିଆକୁ ସିରିଜ୍ ରଖିବାକୁ ହେଲେ ଦ୍ୱିତୀୟ ମ୍ୟାଚ୍ ଜିତିବାକୁ ପଡ଼ିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.