IND vs AUS : ୨ୟ ଦିନିକିଆରେ ଟସ୍ ଜିତିଲା ଅଷ୍ଟ୍ରେଲିଆ, ବ୍ୟାଟିଂ କରିବ ଭାରତ
19/03/2023 at 1:10 PM

ବିଶାଖାପାଟନା ୧୯।୦୩ : ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍ । ୨ୟ ଦିନିକିଆରେ ଟସ୍ ଜିତି ଅଷ୍ଟ୍ରେଲିଆର ବୋଲିଂ ନିଷ୍ପତ୍ତି । ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇବେ ଟିମ୍ ଇଣ୍ଡିଆର ବ୍ୟାଟର । ସିରିଜ୍ରେ ଭାରତ ୧-୦ରେ ଆଗୁଆ ରହିଛି । ୨ୟ ଦିନିକିଆରେ ଉଭୟ ଦଳରେ ପରିବର୍ତ୍ତନ ହୋଇଛି । ଦଳକୁ ଫେରିଛନ୍ତି ଅଧିନାୟକ ରୋହିତ ଶର୍ମା ।
2ND ODI. Australia won the toss and elected to field. https://t.co/dzoJxTOHiK #INDvAUS @mastercardindia
— BCCI (@BCCI) March 19, 2023
ସିରିଜ୍ର ପ୍ରଥମ ଦିନିକିଆ ମୁମ୍ବାଇର ଓ୍ୱାଙ୍ଖେଡ୍ ଷ୍ଟାଡିୟମ୍ରେ ଖେଳାଯାଇଥିଲା । ଏହି ମ୍ୟାଚ୍ରେ ଭାରତ ୫ ଓ୍ୱକେଟ୍ରେ ବିଜୟୀ ହୋଇଥିଲା । ଯାହାଫଳରେ ଟିମ୍ ଇଣ୍ଡିଆ ସିରିଜ୍ରେ ୧-୦ରେ ଆଗୁଆ ରହିଛି । ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା ।
ପ୍ରଥମ ଦିନିକିଆରେ ଏକ ଲୋ ସ୍କୋରିଂ ଗେମ୍ ହୋଇଥିବା ବେଳେ ରବିବାର ଖେଳାଯିବାକୁ ଥିବା ମ୍ୟାଚ୍କୁ ନେଇ କ୍ରୀଡା ପ୍ରେମୀଙ୍କ ମନରେ ବେଶ୍ ଉତ୍କଣ୍ଠା ରହିଛି । ଖାସ୍ କରି ଦୁଇ ଶ୍ରେଷ୍ଠ ଦଳଙ୍କ ମଧ୍ୟରେ ଏକ ହାଇ ସ୍କୋରିଂ ଗେମ୍ ଦେଖିବାକୁ ଫ୍ୟାନ୍ସମାନେ ଷ୍ଟାଡିୟମ୍କୁ ଆସିଛନ୍ତି । ତେବେ ୨ୟ ଦିନିକିଆରେ କେତେ ସ୍କୋର ହେଉଛି । ତାହା ଦେଖିବାକୁ ବାକି ରହିଲା ।
ଭାରତୀୟ ଟିମ୍– ରୋହିତ ଶର୍ମା, ଶୁଭମନ୍ ଗିଲ୍, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, କେଏଲ୍ ରାହୁଲ୍, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ୍, କୂଳଦୀପ ଯାଦବ, ମହମ୍ମଦ ସିରାଜ, ମହମ୍ମହ ସାମି,
ଅଷ୍ଟ୍ରେଲିଆ ଦଳ– ଟ୍ରାଭିସ୍ ହେଡ୍, ମିଚେଲ୍ ମାର୍ସ, କ୍ୟାମେରୁନ୍ ଗ୍ରୀନ୍, ଷ୍ଟିଭ୍ ସ୍ମିଥ୍, ମାର୍କସ ଷ୍ଟୟନିସ୍, ଏଡାମ୍ ଜାମ୍ପା, ନାଥନ୍ ଏଲିସ୍, ସନ୍ ଆବଟ, ମାର୍ନସ ଲାବୁସେନ୍, ଆଲେକ୍ସ କେରୀ, ମିଚେଲ ଷ୍ଟାର୍କ