ଭାରତ-ଅଷ୍ଟ୍ରେଲିଆ ୨ୟ ଦିନିକିଆ, ସିରିଜ୍ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
24/09/2023 at 8:01 AM

ଇନ୍ଦୋର ୨୪।୦୯ : ଭାରତ-ଅଷ୍ଟ୍ରେଲିଆ ୨ୟ ଦିନିକିଆ । ମଧ୍ୟପ୍ରଦେଶର ଇନ୍ଦୋର ସ୍ଥିତ ହୋଲକର କ୍ରିକେଟ୍ ଷ୍ଟାଡିୟମ୍ରେ ରବିବାର ଖେଳାଯିବ ଦ୍ବିତୀୟ ଦିନିକିଆ । ପ୍ରଥମ ମ୍ୟାଚକୁ ୫ ୱିକେଟ୍ ରେ ଜିତିବା ପରେ ଭାରତୀୟ ଦଳ ସିରିଜରେ ୧-୦ରେ ଆଗୁଆ ରହିଛି । ଆଉ ଏବେ ୨ୟ ମ୍ୟାଚ୍ ଜିତି ସିରିଜ୍କୁ କବ୍ଜା ଲକ୍ଷ୍ୟରେ ରହିଛି ଭାରତୀୟ ଟିମ୍ ।
ତେବେ କେ.ଏଲ୍ ରାହୁଲଙ୍କ ନେତୃତ୍ବରେ ଏହି ଦିନିକିଆ ସିରିଜ୍ ଜିତି ଭାରତୀୟ ଦଳ ବିଶ୍ବକପ୍ ପାଇଁ ଶକ୍ତି ଏକଜୁଟ କରିବ । ଅନ୍ୟପଟେ ଅଷ୍ଟ୍ରେଲିଆ ପାଇଁ ଆଜି ମ୍ୟାଚ ଗୁରୁତ୍ବପୂର୍ଣ୍ଣ । କ୍ରମାଗତ ୪ଟି ମ୍ୟାଚ ପରାଜିତ ହେବା ପରେ ଅଷ୍ଟ୍ରେଲିଆ ବିଶ୍ବକପ୍ ପୂର୍ବରୁ ବିଜୟ ସ୍ବାଦ ଚାଖିବାକୁ ଚାହୁଁଛି । ତେଣୁ ଆଜି ଅଷ୍ଟ୍ରେଲିଆ ଦଳ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ ଅଛି । ଏପିରିକି ଯଦି ଆଜିର ମ୍ୟାଚ୍ରେ ପରାସ୍ତ ହେଉଛି । ତେବେ ସିରିଜ୍ ବି ପରାସ୍ତ ହେବାର ଭୟ ରହିଛି । ତେଣୁ ନିଜର ସମସ୍ତ ଶକ୍ତି ଖଟାଇ ୩ଟିକିଆ ସିରିଜ୍ର ୨ୟ ମ୍ୟାଚ୍ ଜିତି ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ରହିଛି ଭ୍ରମଣକାରୀ ଦଳ ।
ସେହିପରି ଭାରତୀୟ ଟିମ୍ ସମସ୍ତ ବିଭାଗରେ ଦମ୍ଦାର ପ୍ରଦର୍ଶନ ଜାରି ରଖିଛି । ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ଠାରୁ ଟିମ୍ ଜବରଦସ୍ତ ଫର୍ମରେ ରହିଛି । ଉଭୟ ବ୍ୟାଟର ଏବଂ ବୋଲର ଲଗାତର ଭାବେ ଉଚ୍ଚ ପ୍ରଦର୍ଶନ କରୁଛି । ଖାସ୍ କରି ପାଓ୍ୱାରପ୍ଲେରେ ପେସ୍ ବୋଲର ଓ୍ୱିକେଟ୍ ନେବାର ସକ୍ଷମ ହେଉଛନ୍ତି । ଆଉ ମଧ୍ୟକ୍ରମରେ ସ୍ପିନର ମଧ୍ୟ ନିଜର ଜାଦୁ ଦେଖାଉଛନ୍ତି । ବାକି ଦୀର୍ଘ ଦିନ ଧରି ଆଉଟ୍ ଅଫ୍ ଫର୍ମ ଥିବା ମିଷ୍ଟର ୩୬୦ ମାନେ ସୂର୍ଯ୍ୟକୁମାର ଯାଦବ ପ୍ରଥମ ଦିନିକିଆରେ ଫର୍ମକୁ ଫେରିଛନ୍ତି । ଆଉ ଅଷ୍ଟ୍ରେଲିଆ ବିପକ୍ଷରେ ଦମ୍ଦାର ଅର୍ଦ୍ଧଶତକ ମାରିଛନ୍ତି । ତେବେ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ସୂର୍ଯ୍ୟକୁମାର ଯାଦବଙ୍କ ଫର୍ମକୁ ଫେରିବା, ନିହାତ ଭାବେ ଟିମ୍ ମ୍ୟାନେଜମେଣ୍ଟ ପାଇଁ ଆଶ୍ୱସ୍ତିକର ଖବର ।
ସମ୍ଭାବ୍ୟ ଦଳ
ଭାରତ : ଇଶାନ କିଷନ/ଋତୁରାଜ ଗାଏକୱାଡ୍, ଶୁଭମନ ଗିଲ୍, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, କେଏଲ ରାହୁଲ (ଅଧିନାୟକ), ରବିନ୍ଦ୍ର ଜାଡେଜା, ୱାସିଂଟନ ସୁନ୍ଦର, ଆର ଅଶ୍ୱିନ, ସର୍ଦୁଲ ଠାକୁର, ମହମ୍ମଦ ସାମି, ମହମ୍ମଦ ସିରାଜ/ଯଶପ୍ରୀତ ବୁମରା ।
ଅଷ୍ଟ୍ରେଲିଆ : ଡେଭିଡ୍ ୱାର୍ଣ୍ଣର, ମିଚେଲ ମାର୍ଶ, ଷ୍ଟିଭେନ ସ୍ମିଥ୍, ମାର୍ନସ ଲାବୁସାନ, କାମେରନ ଗ୍ରୀନ, ଆଲେକ୍ସ କ୍ୟାରୀ, ଜୋସ ଇଂଲିଶ/ଆରୋନ ହାର୍ଡି, ପାଟ୍ କମିନ୍ସ(ଅଧିନାୟକ), ସିନ ଆବୋଟ, ଆଡାମ ଜାମ୍ପା, ଜୋସ ହାଜେଲଉଡ୍ ।
ଆହୁରି ପଢନ୍ତୁ :