ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ, ଓ୍ବାଙ୍ଖେଡେରେ ହାର୍ଦ୍ଦିକଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ
17/03/2023 at 9:49 AM

ମୁମ୍ବାଇ,୧୬/୩: ଭାରତ ଓ ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ । ଶୁକ୍ରବାର ଠାରୁ ଆରମ୍ଭ ହେବ ୩ଟି ମ୍ୟାଚ୍ ବିଶିଷ୍ଟ ଓ୍ବାନ୍ ଡେ’ ସିରିଜ୍ । ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ ପ୍ରଥମ ମ୍ୟାଚ୍ । କ୍ୟାପଟେନ୍ ରୋହିତ ଶର୍ମାଙ୍କୁ ଅନୁପସ୍ଥିତିରେ ହାର୍ଦ୍ଦିକ୍ ପାଣ୍ଡ୍ୟା ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ ।
ଶୁକ୍ରବାର ଦିନ ସାଢେ ଗୋଟାଏ ସମୟରେ ଓ୍ବାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ ପ୍ରଥମ ଓ୍ବାନ ଡେ’ ମ୍ୟାଚ୍ । ବର୍ଡର ଗାଭାସ୍କର ଟେଷ୍ଟ ସିରିଜକୁ କବଜା କରିଥିବା ଟିମ୍ ଇଣ୍ଡିଆ ଦିନିକିଆ ଶୃଙ୍ଖଳା ଜିତି ଲକ୍ଷ୍ୟରେ ରହିଛି । ଏନେଇ ପାଣ୍ତ୍ୟା ବାହୀନ ସମସ୍ତ ରଣନୀତି ପ୍ରସ୍ତୁତି କରିଛି । ସେପଟେ ପ୍ରଥମ ଓ୍ବାନ ଡେ’ରେ ପରିବାରିକ କାରଣରୁ ହିଟ୍ ମ୍ୟାନ୍ ଅନୁପସ୍ଥିତ ରହିଥିବା ଥିବାରୁ ତାଙ୍କ ସ୍ଥାନରେ ଈଷାନ କିଶାନଙ୍କୁ ସୁଯୋଗ ମିଳିବ ।
ଓ୍ବାଙ୍ଖେଡେ ପ୍ରଥମ ଓ୍ବାନ ଡେ’ରେ ଓପନିଂ ଯୋଡ଼ିକୁ ନେଇ ସ୍ପଷ୍ଟ କରିଛନ୍ତି ଅଧିନାୟକ ହାର୍ଦ୍ଦିତ ପାଣ୍ଡ୍ୟା । ଈଷାନ କିଶାନ ଓ ସୁବମନ୍ ଗିଲ୍ ପାଳି ସମ୍ଭେଳିବେ । ଟେଷ୍ଟ, ଓ୍ବାନ ଡେ’ ଓ ଟି-୨୦ରେ ଚତ୍ମକାର ଫର୍ମରେ ଥିବା ଗିଲ୍ ଉପରେ ସମସ୍ତଙ୍କ ନଜର ରହିବ। ଶ୍ରେଷ୍ଠ ଫର୍ମରେ ଥିବା ଗିଲ୍ ୬ଟି ଦିକିକିଆ ଖେଳି ୩ ଅର୍ଦ୍ଧଶତକ ଓ ୧ ଶତକ ବଳରେ ୧୧୩.୪୦ ହାରରେ ମୋଟ୍ ୫୬୭ ରନ୍ ସଂଗ୍ରହ କରିସାରିଛନ୍ତି । ସେହିପରି ବିରାଟ କୋହଲି ଚଳିତ ବର୍ଷ ୬ଟି ଦିନିକିଆରୁ ୬୭.୬୦ ହାରରେ ୨ଟି ଶତକ ସହ ମୋଟ୍ ୩୩୮ ରନ୍ ସଂଗ୍ରହ କରିଛନ୍ତି ।
ସେପଟେ ଅଷ୍ଟ୍ରେଲିଆ ଟିମରେ ଅଧିକ ଅଲରାଉଣ୍ଡର ଖେଳୁଥିବାରୁ ଏକ ସନ୍ତୁଳିତ ଦଳ ସହିତ ଟିମ୍ ଇଣ଼୍ଡିଆ ପଡ଼ିଆକୁ ଓହ୍ଲାଇବ । ଟେଷ୍ଟ ସିରିଜରେ ଉଚ୍ଚକୋଟିର ପ୍ରଦର୍ଶନ କରିଥିବା ରବିନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲଙ୍କ ଉପରେ କ୍ରିକେଟ୍ ପ୍ରେମିକଙ୍କ ନଜର ରହିବ । ଓ୍ବିକେଟ୍ କିପର ଭାବେ କେଏଲ୍ ରାହୁଲଙ୍କୁ ସୁଯୋଗ ମିଳିପାରେ । ଶ୍ରେୟସ ଆୟରଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବଙ୍କୁ ପ୍ଲେଇଂ ଇଲେଭେନରେ ସୁଯୋଗ ମିଳିପାରେ । ପେସ୍ ବୋଲରର ଭାର ସମ୍ଭାଳିବେ ସର୍ଦୁଲ ଠାକୁର, ମହମ୍ମଦ ସିରାଜ, ମହମ୍ମଦ ସାମି ।
ଅନ୍ୟପଟେ ଭ୍ରମଣକାରୀ କଙ୍ଗାରୁ ଦଳ ମଧ୍ୟ ସଂଘର୍ଷ କରିବ । ଟେଷ୍ଟର ବଦ୍ଲା ଓ୍ବାନ ଡେ’ରେ ନେବାକୁ ଚେଷ୍ଟା କରିବ ସ୍ମିଥଙ୍କ ନେତୃତ୍ବଧୀନ ଅଷ୍ଟ୍ରେଲିଆ ଦଳ । ସେପଟେ ଟେଷ୍ଟ ସିରିଜରେ ଆହତ ହୋଇ ସ୍ବଦେଶ ଫେରିଥିବା ବିସ୍ଫୋରକ ଓପନର ଡେଭିଡ୍ ୱାର୍ଣ୍ଣର ସୁସ୍ଥ ହୋଇ କ୍ୟାମ୍ପରେ ଯୋଗ ଦେଇଛନ୍ତି । ମ୍ୟାକ୍ସୱେଲ୍ ମଧ୍ୟ ଦିନିକିଆ ସିରିଜରେ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବେ । ତେବେ ବଡ଼ ସ୍କୋର ପାଇଁ ୱାଙ୍ଖଡ଼େ ଷ୍ଟାଡିୟମ୍ର ପିଚ୍ ସର୍ବଦା ଅନୁକୂଳ ରହିବ ।