ଆଜି ମୋଟେରାରେ ପିଙ୍କ ବଲ୍ ଟେଷ୍ଟ, ଦିବାରାତ୍ର ମ୍ୟାଚରେ ମୁହାଁମୁହିଁ ହେବେ ଇଂଲଣ୍ଡ ଓ ଭାରତ

Published By : Prameya-News7 Bureau | February 24, 2021 IST

ଅହମ୍ମଦାବାଦ ୨୪।୦୨: ଆଜି ଭାରତ ଇଂଲଣ୍ଡ ତୃତୀୟ ଟେଷ୍ଟ । ଅହମ୍ମଦାବାଦରେ ତିଆରି ହୋଇଥିବା ବିଶ୍ୱର ସବୁଠାରୁ ବଡ଼ ଷ୍ଟାଡିୟମ ଅହମ୍ମଦାବାଦ ମୋଟେରାର ସର୍ଦ୍ଦାର ପଟେଲ୍ ଷ୍ଟାଡିୟମରେ ଖେଳାଯିବ ଏହି ଡେ ନାଇଟ୍ ପିଙ୍ଗ ବଲ୍ ଟେଷ୍ଟ ମ୍ୟାଚ୍ । ନୂଆ କରି ପ୍ରସ୍ତୁତ ହୋଇଥିବା ଏହି ଷ୍ଟାଡିଅମରେ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇ ନାହିଁ। ଭାରତୀୟ ସମୟ ଦିନ ୨ଟା ୩୦ରୁ ଏହି ମ୍ୟାଚ୍ ଆରମ୍ଭ ହେବ।

{"id":413752,"sizeSlug":"large","linkDestination":"none"}

ପ୍ରଥମ ଟେଷ୍ଟକୁ ଇଂଲଣ୍ଡ ଜିତିବା ପରେ ଦ୍ୱିତୀୟ ଟେଷ୍ଟକୁ ଟିମ୍ ଇଣ୍ଡିଆ ଜିତିନେଇଥିଲା । ସିରିଜ୍ ଏବେ ୧-୧ରେ ବରାବର ଥିବା ବେଳେ ପ୍ରଥମଥର ପାଇଁ ଉଭୟ ଦେଶ ପରସ୍ପରକୁ ପିଙ୍କ ବଲ୍ ଟେଷ୍ଟରେ ଭେଟିବେ। ଭାରତ କିମ୍ବା ଇଂଲଣ୍ଡର ଖେଳାଳି ଏହି ପିଚ୍ ରେ ପୂର୍ବରୁ ଖେଳି ନାହାନ୍ତି। ପିଚ୍ ପ୍ରଥମ ଦୁଇ ଦିନ ଦ୍ରୁତ ବୋଲରଙ୍କୁ ସହାୟକ ହେବ ବୋଲି କୁହାଯାଉଛି । ଏହାପରେ ସ୍ପିନରମାନେ ପିଙ୍କ ବଲରେ ନିଜର କର୍ତ୍ତୃତ୍ବ ଜାହିର କରିବେ ବୋଲି ଆଶା କରାଯାଉଛି । ଅନ୍ୟପଟେ ସିରିଜ୍ ବରାବର ଥିବାରୁ ଭାରତ ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିପାରେ।

{"id":413753,"sizeSlug":"large","linkDestination":"none"}

ମ୍ୟାଚ୍ ରେ ଯଶପ୍ରୀତ ବୁମ୍ରାଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇପାରେ। ଏହାହେଲେ କୁଲଦୀପ ଯାଦବଙ୍କୁ ବେଞ୍ଚରେ ବସିବାକୁ ପଡ଼ିବ। ନଚେତ୍ ମହମ୍ମଦ ସିରାଜଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ୍ ଦିଆଯାଇପାରେ। ତେବେ ତୃତୀୟ ଟେଷ୍ଟ ଈଶାନ୍ତ ଶର୍ମା ତାଙ୍କ ଟେଷ୍ଟ କ୍ୟାରିୟରର ୧୦୦ତମ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି। ଶେଷଥର ପାଇଁ ଆଡିଲେଡ୍ ରେ ପିଙ୍କ ବଲ ଟଷ୍ଟ ଖେଳିଥିଲା  ଭାରତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.