IND-AUS 3rd ODI : ଟସ୍‌ ଜିତି ଅଷ୍ଟ୍ରେଲିଆର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ

Published By : Prameya-News7 Bureau | March 22, 2023 IST

ଚେନ୍ନାଇ ୨୨।୦୩ : ଭାରତ-ଅଷ୍ଟ୍ରେଲିଆ ତୃତୀୟ ଦିନିକିଆ । ଶେଷ ମ୍ୟାଚ୍‌ରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା କଙ୍ଗାରୁ ଟିମ୍‌ । ଯାହାଫଳରେ ଅନ୍ତିମ ଦିନିକିଆରେ ପ୍ରଥମେ ବୋଲିଂ କରିବାକୁ ପଡିଆକୁ ଓହ୍ଲାଇବେ ରୋହିତ-ଆଣ୍ଡ-କୋ।

ବର୍ଡର-ଗାଭାସ୍କର ସିରିଜ୍‌ କବ୍‌ଜା ପରେ ଦିନିକିଆ ସିରିଜ୍‌ ହାତେଇବା ଲକ୍ଷ୍ୟରେ ଥିଲା ଟିମ୍‌ ଇଣ୍ଡିଆ । ପ୍ରଥମ ଦିନିକିଆ ମ୍ୟାଚ୍‌ରେ ୫ ଓ୍ୱିକେଟ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲେ ଟିମ୍‌ ଇଣ୍ଡିଆ । ହେଲେ ୨ୟ ଦିନିକିଆରେ ଫେଲ୍‌ ମାରିଥିଲେ ଟିମ୍‌ ଇଣ୍ଡିଆ ବ୍ୟାଟିଂ-ବୋଲିଂ ଲାଇନ୍‌ଅପ । ପ୍ରଥମେ ବ୍ୟାଟିଂ କରି ମାତ୍ର ୧୧୮ ରନ୍‌ କରିପାରିଥିଲା ଭାରତୀୟ ଟିମ୍‌ । ଜବାବରେ ବ୍ୟାଟିଂ କରିବାକୁ ଆସିଥିବା ଅଷ୍ଟ୍ରେଲିଆ ଦଳ ଉନ୍ନତମାନର ଖେଳ ପ୍ରଦର୍ଶନ କରିଥିଲା । ବିନା କୌଣସି ଓ୍ୱିକେଟ୍‌ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା କଙ୍ଗାରୁ ଟିମ୍‌ । ଯାହାଫଳରେ ସିରିଜ୍‌ରେ ଖେଳାଯାଇଥିବା ଦୁଇଟି ମ୍ୟାଚ୍‌ରେ ଉଭୟ ଦଳ ୧-୧ରେ ରହିଛନ୍ତି । ମଙ୍ଗଳବାର ମାନେ ଆଜି ଚେନ୍ନାଇରେ ଖେଳାଯିବାକୁ ଥିବା ତୃତୀୟ ଦିନିକିଆ ମ୍ୟାଚ୍‌ ଜିତିବାକୁ ଉଭୟ ଦଳ ଜୋରଦାର ଅଭ୍ୟାସ୍‌ କରିଛନ୍ତି । ଏହାସହିତ ନୂତନ ରଣନୀତି ମଧ୍ୟ ଆପଣାଇଛନ୍ତି ।

ଭାରତ : ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ୍‌, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, କେ ଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଅକ୍ଷର ପଟେଲ, ମହମ୍ମଦ ସିରାଜ, ମହମ୍ମଦ ସାମି ।

ଅଷ୍ଟ୍ରେଲିଆ : ଡେଭିଡ ଓ୍ୱାର୍ଣ୍ଣର, ଟ୍ରେଭିସ ହେଡ୍‌, ମିଚେଲ ମାର୍ଶ, ଷ୍ଟିଭେନ ସ୍ମିଥ୍‌ (ଅଧିନାୟକ) , ମାର୍ନସ ଲାବୁସାନ, ଆଲେକ୍ସ କ୍ୟାରୀ, ମାର୍କସ ଷ୍ଟଇନିସ, ଆଷ୍ଟନ ଆଗର, ସିନ ଆବୋଟ, ମିଚେଲ ଷ୍ଟାର୍କ, ଆଡାମ ଜାମ୍ପା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.