ବିଶ୍ୱରେ ବୃଦ୍ଧି ପାଉଛି ଜମଜ ସନ୍ତାନଙ୍କ ସଂଖ୍ୟା, ଜାଣନ୍ତୁ କଣ ରହିଛି ସ୍ଥିତି ଏବଂ କାହିଁକି ବୃଦ୍ଧି ପାଉଛି ଜନ୍ମ ହାର

Published By : Prameya-News7 Bureau | March 12, 2021 IST

ପ୍ୟାରିସ୍‌, ୧୨/୦୩: ଦିନକୁ ଦିନ ବିଶ୍ୱରେ ଯାଆଁଳା ସନ୍ତାନଙ୍କ ଜନ୍ମ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କିଛିଦିନ ପୂର୍ବେ କରାଯାଇଥିବା ସର୍ବେକ୍ଷଣର ରିପୋର୍ଟ ଅନୁସାରେ, ୧୯୮୦ ମସିହା ପରେ ଜମଜ ସନ୍ତାନଙ୍କ ହାର ସବୁଠାରୁ ଅଧିକ ରହିଛି । ପ୍ରତି ୪୨ ଜଣ ଶିଶୁଙ୍କ ମଧ୍ୟରେ ଗୋଟିଏ ଯାଆଁଳା ଶିଶୁ ଜନ୍ମ ହେଉଛନ୍ତି ।

ବିଜ୍ଞାନକୁ ନେଇ ଖବରକାଗଜରେ ପ୍ରକାଶିତ ଏକ ଜର୍ଣ୍ଣାଲ୍‌ ହ୍ୟୁମାନ ରିପ୍ରଡକ୍ସନରେ କୁହାଯାଇଛି ଯେ, ଗତ ୪୦ ରୁ ୫୦ ବର୍ଷ ମଧ୍ୟରେ ଯାଆଁଳା ଶିଶୁଙ୍କ ଜନ୍ମ ହାର ଦ୍ରୁତ ଗତି ବୃଦ୍ଧି ପାଇଛି । ବିଶ୍ୱରେ ପ୍ରତି ବର୍ଷ ପାଖାପାଖି ୧.୬ ମିଲିୟନ୍‌ରୁ ଅଧିକ ଯମଜ ଶିଶୁ ଜନ୍ମ ହେଉଛନ୍ତି ।

୨୦୧୦ରୁ ୨୦୧୫ ମଧ୍ୟରେ ପ୍ରାୟ ୧୩୫ଟି ଦେଶକୁ ନେଇ ଏହି ଅଧ୍ୟୟନ କରାଯାଇଥିଲା । ମହିଳାମାନଙ୍କ ଗର୍ଭନିରୋଧକ ବ୍ୟବହାର ବୃଦ୍ଧି ପାଇଥିବା ବେଳେ ସେମାନେ ପରବର୍ତ୍ତୀ ସମୟରେ ପରିବାର ଆରମ୍ଭ କରିବାକୁ ପସନ୍ଦ କରନ୍ତି ଏବଂ ସେତେବେଳକୁ କମ୍ ସାମଗ୍ରିକ ଶିଶୁ ଜନ୍ମ କ୍ଷମତା ହ୍ରାସ ଏହି ଘଟଣାର ମୁଖ୍ୟ କାରଣ ହୋଇଥିବା ଏହି ଅଧ୍ୟୟନରୁ ଜଣାପଡ଼ିଛି ।

ଏହି ଅଧ୍ୟୟନ ଅନୁସାରେ ଆଫ୍ରିକାରେ ସବୁଠାରୁ ଅଧିକ ଯମଜ ଶିଶୁ ଜନ୍ମ ନେଇଥାନ୍ତି । ଏହାପରେ ଉତ୍ତର ଆମେରିକାରେ ୭୧ ପ୍ରତିଶତ, ୟୁରୋପରେ ୬୦ ପ୍ରତିଶତ ଏବଂ ଏସିଆରେ ୩୨ ପ୍ରତିଶତ ଶିଶୁ ଯାଆଁଳା ଭାବେ ଜନ୍ମ ନିଅନ୍ତି ।

ଅଧ୍ୟୟନକାରୀମାନଙ୍କ ସୂଚନା ଅନୁସାରେ, କେବଳ " ଫାଟରନାଲ୍‌ ଯାଆଁଳା" ଶିଶୁଙ୍କ ଜନ୍ମ ରେକର୍ଡ ସଂଖ୍ୟାରେ ପହଞ୍ଚିଛି । ଯାହା ଦୁଇଟି ପୃଥକ ଫର୍ଟିଲାଇଜଡ୍ ଅଣ୍ଡାରୁ ଉତ୍ପନ୍ନ ହୋଇଥିବାବେଳେ ଏହାକୁ ମୋନୋଜାଇଗୋଟସ୍ ବୋଲି କୁହାଯାଏ ।

ତେବେ ଯାଆଁଳା ଶିଶୁ ଜନ୍ମର ବୃଦ୍ଧି ୧୯୭୦ ଦଶକରୁ ବିକଶିତ ଦେଶମାନଙ୍କରେ ସହାୟକ ପ୍ରଜନନ ପ୍ରଯୁକ୍ତିବିଦ୍ୟା (ART) ର ଅଭିବୃଦ୍ଧି ହେତୁ ହୋଇଥିଲା ବୋଲି ଏହି ଅଧ୍ୟୟନରୁ ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.