oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ବଢିଲା ‘ୟାସ୍‌’ର ବେଗ: ୭ କିମି ବେଗରେ ଆଗକୁ ବଢୁଛି, ପାରାଦୀପଠୁ ରହିଛି ଏତିକି ଦୂରରେ

24/05/2021 at 7:04 PM

ଭୁବନେଶ୍ଵର ୨୪।୦୫: ସୋମବାର ବାତ୍ୟାର ରୂପ ନେଇଥିବା ୟାସ୍ ଅତି ଭୀଷଣ ରୂପ ଧରି ସ୍ଥଳଭାଗ ଅଭିମୁଖେ ମୁହାଁଇଛି। ବାତ୍ୟା ଅପଡେଟ୍ ନେଇ  ଭାରତୀୟ ପାଣିପାଗ ବିଭାଗର ବାତ୍ୟା ଓ୍ଵାର୍ଣ୍ଣିଂ ମୁଖ୍ୟ ରାଜେନ୍ଦ୍ର ଜେନାମଣି ସୂଚନା ଦେଇଛନ୍ତି। ଏବେ ପାରାଦୀପଠାରୁ ବାତ୍ୟା ୟାସ୍ ୪୯୦ କିମି ଦୂରରେ ରହିଛି। ବାତ୍ୟାର ବେଗ ସାମାନ୍ୟ ବଢିଛି। ଘଣ୍ଟାକୁ ଏହା ୫ ରୁ ୭ କିମି ବେଗରେ ଆଗକୁ ବଢୁଛି। ଆସନ୍ତାକାଲି ସକାଳ ସୁଦ୍ଧା ଭୀଷଣ ବାତ୍ୟା ରୂପ ନେବ ୟାସ୍। ୨୬ ତାରିଖ ମଧ୍ୟାହ୍ନରେ ବାଲେଶ୍ଵର ପାଖାପାଖି ଲ୍ୟାଣ୍ଡଫଳ କରିବ। ପୂର୍ଣ୍ଣିମା ଥିବାରୁ ସମୁଦ୍ରରେ ୨ ରୁ ୪ ମିଟର ଉଚ୍ଚରେ ଜୁଆର ଉଠିବ।

ଏହି ସମୟରେ ପବନରେ ବେଗ ୧୫୦ରୁ ୧୮୫ ରହିବ। ଆଜି ଅପରାହ୍ନରେ ୪୦ରୁ ୫୦ କିମି ବେଗର ପବନ ହେବ। ୨୫ ତାରିଖରେ ମଧ୍ୟ ରାତ୍ରୀରୁ ପବନର ବେଗ ୮୦ ହୋଇପାରେ ବୋଲି ସୂଚନା ମିଳିଛି। ସେହିପରି ୨୫ ତାରିଖ ସକାଳେ ପବନର ବେଗ ବଢ଼ି ୧୨୦ରୁ ୧୩୦ ହେବ। ଉପକୂଳ ଛୁଇଁବା ବେଳକୁ ପବନର ବେଗ ସର୍ବାଧିକ ୧୫୫ରୁ ୧୮୬ ହେବ। ଜଗତସିଂହପୁର, କେନ୍ଦ୍ରାପଡ଼ା. ବାଲେଶ୍ୱର, ଭଦ୍ରକ ଏହି ୪ ଜିଲ୍ଲାରେ ୧୨୦ରୁ ୧୬୦ ବେଗରେ ପବନ ବହିବ।

ସେହିପରି ଖୋର୍ଦ୍ଧା ଓ ପୁରୀ ଜିଲ୍ଲା ପାଇଁ ପବନର ବେଗ ୯୦ରୁ ୧୨୦ ହେବାର ସମ୍ଭାବନା ଥିବା ବେଳେ ଗଞ୍ଜାମ  ଓ ଗଜପତି ୬୦ରୁ ୮୦ କିମି ବେଗରେ ପବନ ବହିପାରେ। ଆସନ୍ତାକାଲି ଓ ୨୬ ତାରିଖରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବ । ହାଇଆଲର୍ଟରେ ଥିବା ୪ ଜିଲ୍ଲାରେ ୪ ମିଟର ଉଚ୍ଚର ସମୁଦ୍ର ଜୁଆର ଆସିପାରେ ବୋଲି ପାଣିପାଗ ବିଭାଗ କହିଛି। ବାତ୍ୟା ପ୍ରଭାବରେ କାଲିଠୁ ବର୍ଷା  ବଢିବା ସହ ସନ୍ଧ୍ୟାରୁ ପବନର ବେଗ  ବଢିବ ବୋଲି ଏସଆରଏସି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

   Related Posts