ବଢ଼ିଲାଣି ସାମାଜିକ ସଂକ୍ରମଣ: ଚୀନ୍‌ରେ ଜଣଙ୍କଠାରୁ ବ୍ୟାପି ଥିଲା ଚାରିଆଡ଼େ

Published By : Prameya-News7 Bureau | March 27, 2020 IST

ଭୁବନେଶ୍ବର୨୭/୩: ତୃତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟବାସୀଙ୍କ ଚିନ୍ତା ଦୁଇଗୁଣା ବଢ଼ିଚାଲିଛି। ସାମାଜିକ ସଂକ୍ରମଣର ଆଶାଙ୍କା ବଢ଼ିଲାଣି। ଆକ୍ରାନ୍ତଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ ଚିହ୍ନଟ କାର୍ଯ୍ୟଜାରି ରହିଥିବା ବେଳେ ସମ୍ପୃକ୍ତ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ପରିବାର ଲୋକ ଏବଂ କର କ୍ଲିନକ ଓପିଡ଼ି ବନ୍ଦ କରିବା ସହ ଡାକ୍ତର ଏବଂ ଷ୍ଟାଫଙ୍କୁ ଆଇସୋଲେସନ ରଖାଯାଇଛି । ବିଧାନସଭା କର୍ମଚାରୀଙ୍କୁ ମଧ୍ୟ କ୍ବାରାଣ୍ଟାଇନରେ ରହିବାକୁ ପରାର୍ମଶ ଦିଆଯାଇଛି।

{"id":244970,"sizeSlug":"large"}

ରାଜ୍ୟରେ ପେସେଣ୍ଟ ନମ୍ବର ଥ୍ରିକୁ ଛୁଇଁଛି । ନାଁ ଜଣାନାହିଁ ବୟସ କିନ୍ତୁ ତାଙ୍କ ବୟସ ୬୦ ବର୍ଷ ହେବ।  ବିଦେଶ ଯାଇନାହାନ୍ତି କିନ୍ତୁ ପଂଜାବ ଦିଲ୍ଲୀରୁ ଫେରିଛନ୍ତି । ବଢ଼ି ଚାଲିଛି ସାମାଜିକ ସଂକ୍ରମଣ। ରାଜ୍ୟ ପାଇଁ ମଧ୍ୟ ଏହି ଭୟ ବଢ଼ିଲାଣି । ପ୍ରଥମ ଓ ଦ୍ବିତୀୟ ରୋଗୀଙ୍କ ସଂପର୍କରେ ଆସିଥିବା ୩୭ ଜଣଙ୍କୁ ଆଇସୋଲେସନକୁ ପଠାଯାଇଛି। ଆଉ ପେସେଣ୍ଚ ନମ୍ବର ଥ୍ରି କେତେ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି ତାକୁ ନେଇ ତନାଘନା ଚାଲିଛି । କୋରିଆର ପେସେଣ୍ଟ ନମ୍ବର ୩୧ ଶହଶହ ଲୋକଙ୍କୁ ଆକ୍ରାନ୍ତ କରିଦେଇଥିଲେ। ତାଙ୍କୁ ସୁପର ସ୍ପ୍ରେଡର କୁହାଯାଉଛି। ତେଣୁ ଯଦି ଏବେ ସାମାଜିକ ସଂକ୍ରମଣ ଆରମ୍ଭ ହୋଇଯିବ ସ୍ଥିତି ବିସ୍ଫୋରକ ହୋଇଯିବ। ସେହିପରି ଚୀନ୍‌ରେ ଜଣଙ୍କଠାରୁ ଚାରିଆଡ଼େ ବ୍ୟାପି ଯାଇଥିଲା।

{"id":244971,"sizeSlug":"large"}

ରାଜ୍ୟରେ ତୃତୀୟ କରୋନା ଆକ୍ରାନ୍ତ ଚିହ୍ନଟ ପରେ ବଢ଼ିଛି ସରକାରଙ୍କ ଚିନ୍ତା । ତୃତୀୟ କରୋନା ଆକ୍ରାନ୍ତ ବ୍ୟକ୍ତି ମାର୍ଚ୍ଚ ୧୦ ତାରିଖ ସନ୍ଧ୍ୟା ୭ଟାରେ ଇଣ୍ଡିଗୋ  ବିମାନରେ ଦିଲ୍ଲୀରୁ ଭୁବନେଶ୍ବର ଆସିଥିଲେ। କର କ୍ଲିନିକ୍ ବ୍ୟତୀତ ମାର୍ଚ୍ଚ ୧୬ ତାରିଖରେ ବିଧାନସଭା ଡିସପେନସରୀକୁ ଆସିଥିଲେ।

{"id":244973,"sizeSlug":"large"}

ପୁଣି ୨୧ ତାରିଖରେ କର କ୍ଲିନିକ୍ ଓପିଡିକୁ ଯାଇଥିଲେ । ନିମୋନିଆ ପାଇଁ ୨୩ ତାରିଖରେ ତାଙ୍କୁ ଆଇୟିସୁରେ ଭର୍ତ୍ତି କରାଯାଇଥିଲା। ୨୫ ତାରିଖ ଦିନ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ  ଚହ୍ନଟ ଜାରି ରହିଛି। ସମ୍ପୃକ୍ତ ବ୍ୟକ୍ତିଙ୍କ ପତ୍ନୀ, ଝିଅ ଏବଂ ଡ୍ରାଇଭରଙ୍କୁ ଆଇସୋଲେସନରେ ରଖାଯାଇଛି।

{"id":244972,"sizeSlug":"large"}

କର କ୍ଲିନିକ୍ ଏବଂ ବିଧାନସଭା ଡିସପେନସରୀକୁ ଯାଇଥିବା ବ୍ୟକ୍ତିମାନଙ୍କୁ ୧୪ ଦିନ ଧରି କ୍ବାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି। କର କ୍ଲିନିକର ଓପିଡିକୁ ବନ୍ଦ କରାଯାଇଛି। ଏହି କ୍ଲିନିକର ଏମଡିଙ୍କ ସମେତ ଡାକ୍ତର ଓ ଷ୍ଟାଫ୍ ସମସ୍ତେ କ୍ବାରାଣ୍ଟାଇନରେ ରହିଛନ୍ତି। ରାଜ୍ୟରେ ଏପର୍ଯ୍ୟନ୍ତ ୨୫୬ ଜଣଙ୍କ ନମୂନା ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ଏପର୍ଯ୍ୟନ୍ତ ୩ ଜଣଙ୍କ ପଜିଟିଭ ଆସିଛି।  ପ୍ରଥମ ୨ ଜଣଙ୍କ ଅବସ୍ଥା ସ୍ଥିର ଥିବା ବେଳେ ତୃତୀୟ ଆକ୍ରାନ୍ତଙ୍କୁ ଜ୍ବର ଓ କାଶ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.