ବଢ଼ିବ ଏସ୍‌ବିଆଇ ଲକର ଭଡ଼ା...

Published By : Prameya-News7 Bureau | February 25, 2020 IST

ନୂଆଦିଲ୍ଲୀ୨୫/୨: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ)ର ଲକର ବ୍ୟବହାର ପାଇଁ ଦେବାକୁ ପଡ଼ିବ ଅଧିକ ଭଡ଼ା। ଦେଶର ସୁରକ୍ଷିତ ଏସ୍‌ବିଆଇ ଲକର ଭଡା ବୃଦ୍ଧି ହୋଇଛି। ଆସନ୍ତା ମାର୍ଚ୍ଚ ୩୧ ତାରିଖରୁ ନୂଆ ଭଡ଼ା ଲାଗୁ ହେବ। ନୂଆ ନିୟମ ଅନୁସାରେ ଏସ୍‌ବିଆଇର ଛୋଟ ଲକର ବାର୍ଷିକ ଭଡ଼ା ୫୦୦ରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହେବ। ସେହିପରି ବଡ଼ ବା ଲାର୍ଜ ଲକରର ବାର୍ଷିକ ଭଡ଼ା ୯ ୦୦୦ ରୁ ୧୨୦୦୦ ଟଙ୍କା ବୃଦ୍ଧି ହେବ।

ଆରବିଆଇର ନୋଟିଫିକେସନ ଅନୁସାରେ କୌଣସି ବ୍ୟାଙ୍କରେ ବିନା ଖାତାରେ ଲକର ଖୋଲି ପାରିବେ। କିନ୍ତୁ ଲକରର ଭଡ଼ା ବାବଦକୁ ସିକ୍ୟୁରିଟି ଡିପୋଜିଟ୍ ଦେବାକୁ ପଡିବ। ଏବେ ଏସବିଆଇର ମିଡିୟମ ବା ମଧ୍ୟମ ଲକରର ବ୍ୟବହାର ମହଙ୍ଗା ହୋଇଥିବା ବେଳେ ବଡ଼ ବା ଲାର୍ଜ ଲକର ଭଡ଼ା ମଧ୍ୟ ବୃଦ୍ଧି ହେବ ବୋଲି ନିର୍ଦ୍ଧାରିତ ହୋଇଛି। ନୂଆ ନିୟମ କେବଳ ମେଟ୍ରୋ ସହର ଏବଂ ସହରାଞ୍ଚଳରେ ଲାଗୁ ହେବ। ଲକର ଭଡ଼ାରେ ଜିଏସ୍‌ଟି ସାମିଲ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.