ନୂଆଦିଲ୍ଲୀ୧୨/୨: କେଜରିଓ୍ବାଲଙ୍କୁ ଲାଗିଲା ଝଟ୍କା। ଦିଲ୍ଲୀରେ ବଢ଼ିଲା ଗ୍ୟାସ୍ ସିଲିଣ୍ଡରର ଦର। ବୃଦ୍ଧି ହେଲା ଘରୋଇ ରୋଷେଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ। ଇଣ୍ଡିଆ ଅଏଲ ଓ୍ବେବସାଇଟ୍ ମୁତାବକ ଦିଲ୍ଲୀରେ ୧୪.୨ କିଲୋ ଗ୍ୟାସ ସିଲିଣ୍ଡର ପିଛା ୧୪୪.୫୦ ଟଙ୍କା ବୃଦ୍ଧି ହୋଇଛି। ଏହାର ଦାମ ବୃଦ୍ଧି ହୋଇ ୮୫୮.୫୦ ଟଙ୍କାରେ ପହଞ୍ଚିଛି। ସେହିପରି କୋଲକାତାରେ ୧୪.୨ କିଲୋ ଗ୍ୟାସ ସିଲିଣ୍ଡର ପିଛା ୧୪୭ ଟଙ୍କା ବୃଦ୍ଧି ହୋଇ ୮୯୬ ଟଙ୍କାରେ ପହଞ୍ଚିଛି। ମୁମ୍ବାଇରେ ମଧ୍ୟ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ହୋଇଛି। ମୁମ୍ବାଇରେ ୧୪୫ ଟଙ୍କା ବୃଦ୍ଧି ହୋଇ ୮୨୯.୫୦ ଟଙ୍କାରେ ପହଞ୍ଚିଛି। ଚେନ୍ନାଇରେ ୧୪୭ ଟଙ୍କା ବୃଦ୍ଧି ହୋଇ ୮୮୧ ଟଙ୍କାରେ ପହଞ୍ଚିଛି। ଗ୍ୟାସ ସିଲିଣ୍ଡର ବୃଦ୍ଧି ଯୋଗୁଁ ସାଧାରଣ ଲୋକ ଅସୁବିଧାରେ ସମ୍ମୁଖୀନ ହେବେବୋଲି ଖାଉଟି ମତ ପ୍ରକାଶ କରିଛନ୍ତି।
wp:core-embed/twitter {"url":"https://twitter.com/ANI/status/1227438802593026049?s=20","type":"rich","providerNameSlug":"twitter","className":""}ଚଳିତ ବର୍ଷ ଜାନୁଆରୀ ମାସରେ ପ୍ରମୁଖ ସହର ଗୁଡିକରେ ବିନା ସବ୍ସିଡି ଗ୍ୟାସ ସିଲିଣ୍ଡର ପିଛା ୧୯ ଟଙ୍କା ଲେଖାଏଁ ବୃଦ୍ଧି ହୋଇଥିଲା। ସେହିପରି ଚଳିତ ବର୍ଷ ଫେବୃଆରୀ ମାସରେ ୧୯ କିଲୋ ଗ୍ୟାସ ସିଲିଣ୍ଡର ଦର ମଧ୍ୟ ବୃଦ୍ଧି ହୋଇଥିଲା।