ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ଶିକ୍ଷକଙ୍କ ଇନ୍‌କ୍ରିମେଣ୍ଟ ବିଲ୍‌ ପାସ୍‌ ପାଇଁ ଲାଞ୍ଚ; ମୁଖ୍ୟ କିରାଣୀଙ୍କ ଭିଡିଓ ଭାଇରାଲ୍‌

4/02/2023 at 8:41 PM

ଭଦ୍ରକ ୦୪/୦୨: ଶିକ୍ଷକଙ୍କ ଦରମା ବଢାଇବାକୁ ଲାଞ୍ଚ ନେବାବେଳେ ମୁଖ୍ୟ କିରାଣୀଙ୍କ ଭିଡିଓ ଭିଡ଼ିଓ ଭାଇରାଲ। ଏହି ଭିଡିଓରେ ଶିକ୍ଷକମାନଙ୍କର ଇନକ୍ରିମେଣ୍ଟ ବିଲ୍‌ ପାସ ପାଇଁ ଟଙ୍କା କିରାଣୀ ଜଣଙ୍କ ଟଙ୍କା ନିଆଯାଉଥିବା କୁହାଯାଇଛି।ଟଙ୍କା ନେଉଥିବା ବ୍ୟକ୍ତିଙ୍କ ପରିଚୟ ଧାମନଗର ନିରାକାର ବାରିକ। ସେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍‌ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ମୁଖ୍ୟ କିରାଣୀ ଭାବେ କାର୍ଯ୍ୟ କରନ୍ତି।   

ଖବର ଅନୁସାରେ, ନିରାକର ଧାମନଗର ବ୍ଲକର ପ୍ରାୟ ୩୦୦ ଏନପିଏସ ଶିକ୍ଷକଙ୍କ ଇନକ୍ରିମେଣ୍ଟ ପାଇଁ ୧୦୦ ଟଙ୍କା ଲେଖାଏଁ ଦାବି କରୁଥିଲେ। ଏହି ଅଭିଯୋଗ ପରେ ମଧ୍ୟ ବିଲ ହୋଇନଥିବା ଜଣାପଡ଼ିଛି। କିନ୍ତୁ ଅନ୍ୟ କିଛି ଶିକ୍ଷକଙ୍କ ଦରମା ପାସ ହୋଇଛି। ଏହି ଭିଡ଼ିଓ ରେ ଦିଆଯାଉଥିବା ଟଙ୍କା ଦରମା ପାସ ପାଇଁ ଦିଆଯାଉଥିବା କୁହାଯାଉଛି।

ଅନ୍ୟପଟେ, ଟଙ୍କା ଦେଇଥିବା ସିଆରସିସି କହିଛନ୍ତି କି, ମୁଁ ଟଙ୍କା ଦେଇଛି, କିନ୍ତୁ ଏ ଭିଡିଓ  କିପରି ଭାଇରାଲ ହେଲା ମୁଁ ଜାଣିନି। ଏନେଇ ଜଣେ ଶିକ୍ଷକ ସଂଘର ସଦସ୍ୟ କହିଛନ୍ତି ଯେ, ଟଙ୍କା ନ ଦେଲେ କିଛି ହୁଏ ନାହିଁ। ସମସ୍ତ ବିଲ୍‌ ପାସ ପାଇଁ ବିଭିନ୍ନ ବିଭିନ୍ନ ରେଟ୍‌ ମଧ୍ୟ ଧାର୍ଯ୍ୟ କରାଯାଇଛି। ସେପଟେ ଟଙ୍କା ଦେଇଥିବା ଶିକ୍ଷକଙ୍କ ବିଲ୍‌ ବିଲ୍‌ ପାସ ହୋଇ ଦରମା ମିଳିଥିବା ବେଳେ ଅନ୍ୟମାନେ ଦରମା ପାଇ ନାହାନ୍ତି। ଏନେଇ ଅନ୍ୟ ଶିକ୍ଷକମାନେ ବ୍ଲକ ଶିକ୍ଷାଧିକାରୀ, ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି। କିନ୍ତୁଏହି ଲାଞ୍ଚ ନେବା ଘଟଣାକୁ ସମ୍ପୃକ୍ତ ମୁଖ୍ୟ କିରାଣୀ ଜଣଙ୍କ  ଖଣ୍ଡନ କରିଛନ୍ତି। ଏହା ସହିତ ଶିକ୍ଷକମାନେ ସଠିକ କାଗଜପତ୍ର ଦେଇ ନଥିବାରୁ ଦରମା ବିଲ ହୋଇ ପାରିନାହିଁ ବୋଲି କହିଛନ୍ତି।

   Related Posts