ହାର୍ଟକୁ କ୍ଷତି ପହଞ୍ଚାଇପାରେ ଅଧୁରା ନିଦ, ବଢାଇପାରେ ହୃଦଘାତ ଆଶଙ୍କା

Published By : Prameya-News7 Bureau | May 22, 2024 IST

ନୂଆଦିଲ୍ଲୀ ୨୨।୦୫: ବର୍ତ୍ତମାନ ବିଳମ୍ବିତ ରାତି ଯାଏଁ ଚାହିଁବା ଅନେକଙ୍କ ଅଭ୍ୟାସ । ଠିକ୍‌ କାରଣରୁ ନଶୋଇବାରୁ ଚିଡାଚିଡାପଣ ଏବଂ ଅନେକ ରୋଗର କାରଣ ହୋଇପାରେ । ଯଦି ରାତିରେ ଠିକ୍‌ ସମୟରେ ନିଦ ଆସୁନି ତେବେ ଏହାକୁ ହାଲୁକା ଭାବେ ନିଅନ୍ତୁନି । ଏହାର ସିଧା କନେକ୍ସନ୍‌ ହାର୍ଟ ସହିତ ହୋଇଥାଏ । 

ବିଶେଷଜ୍ଞଙ୍କ ଅନଯାୟୀ, ନିଦ୍ରା ଅଭାବରୁ ଇସୋମ୍ରିୟା ପରି ସମସ୍ୟା ହୋଇପାରେ । ଯାହା ହୃଦରୋଗର ଆଶଙ୍କା ବଢାଇଥାଏ । ଆଜିକାଲି ଅଧିକାଂଶ ଲୋକ ନିଦ୍ରାହୀନତାର ଶିକାର ଅଧିକମାତ୍ରାରେ ହେଉଛନ୍ତି ।  ସଠିକ୍ ଭାବରେ ନ ଶୋଇବାରୁ ଅନେକ ରୋଗ ଶରୀରକୁ ଘେରି ରହିଥାଏ  । 

ଯେଉଁମାନେ ୮ ଘଣ୍ଟା ଶୋଇପାରୁନାହାଁନ୍ତି, ସେମାନଙ୍କ ଶରୀରରେ କୋର୍ଟିସୋଲ୍ ହରମୋନ୍ ବଢିବାରେ ଲାଗେ । ଏହା ହୃଦୟ ଉପରେ ଚାପ ବଢାଇବା ସହ ରକ୍ତଚାପକୁ ମଧ୍ୟ ବଢାଇଥାଏ ।  ଏହି କାରଣରୁ ହୃଦଘାତର ଆଶଙ୍କା ବଢିଯାଏ । 

ପୁରା ନିଦ ନହେବା କାରଣରୁ ଶରୀରରେ ଫୁଲିବା ଏବଂ ଚାପ ବଢିବା ହର୍ମୋନ୍‌ ବଢିବାରେ ଲାଗେ । ଏହି ଫୁଲା ଧମନୀରେ କ୍ଷତି ଘଟାଇପାରେ । ଏହା ହୃଦଘାତର ଆଶଙ୍କା ବଢାଇଥାଏ । ତେଣୁ ସାବଧାନ ହେବା ଉଚିତ୍ । 

ନିଦ୍ରା ଅଭାବରୁ ହୃଦସ୍ପନ୍ଦନରେ ଅନିୟମିତତାର ଆଶଙ୍କା ରହିଥାଏ ।  ଯାହାକୁ ଏରିଥେମିଆ କୁହାଯାଏ । ଏହା ହୃଦଘାତ ଏବଂ ଷ୍ଟ୍ରୋକର ଆଶଙ୍କାକୁ ବଢାଇପାରେ ।  ତେଣୁ ରାତିରେ ଅଧିକ ଚାହିଁ ରହିବା ଉଚିତ୍ ନୁହେଁ ଏବଂ ନିଦ ପୁରା କରିବା ଉଚିତ୍ ।  

ଯେଉଁ ଲୋକମାନେ ରାତିରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାହିଁଥାନ୍ତି, ସେମାନଙ୍କର ଅତ୍ୟଧିକ ଖାଇବା ଅଭ୍ୟାସ ରହିଥାଏ । ଖରାପ ନିଦ କାରଣରୁ ଭୋକ ବଢିଥାଏ । କାରଣ ଏହା ଭୋକ ସୃଷ୍ଟି କରୁଥିବା ହରମୋନ୍କୁ ଜନ୍ମ ଦେଇଥାଏ । ଏହା ମେଦବହୁଳତାର ଆଶଙ୍କା ବଢାଇଥାଏ, ଯାହା ହୃଦରୋଗର ମୁଖ୍ୟ କାରଣ ଅଟେ । 

ଶୋଇବା ସମସ୍ୟାରେ ପୀଡିତ ଲୋକଙ୍କଠାରେ ହୃଦରୋଗର ଆଶଙ୍କା ବଢାଇଥାଏ । ଯାହା ଷ୍ଟ୍ରୋକ୍ ଏବଂ ହୃଦରୋଗର ଆଶଙ୍କା ବଢାଇଥାଏ । ଉତ୍ତମ ହୃଦୟ ସ୍ୱାସ୍ଥ୍ୟ ପାଇଁ ସଠିକ୍ ନିଦ ଆବଶ୍ୟକ, ତେଣୁ ନିଦ୍ରାର ଗୁଣବତ୍ତା ଉପରେ ଧ୍ୟାନ ଦେବା ଉଚିତ୍ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.