ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ଆୟକର ବିଭାଗ ସ୍କାନରରେ କେଜେଏସ୍ ଆଲୁଓ୍ବାଲିଆ ଗ୍ରୁପ୍‌: ବିଭିନ୍ନ ପ୍ଲାଣ୍ଟ ଏବଂ ଅଫିସ୍‌ରେ ଚଢ଼ଉ

10/12/2020 at 5:11 PM

ବଡ଼ବିଲ୍‌ ୧୦/୧୨: କେଜେଏସ୍ ଆଲୁବାଲିଆ ଗ୍ରୁପରେ ଆୟକର ବିଭାଗ ଚଢ଼ଉ କରିଛି । ଆଲୁଓ୍ବାଲିଆଙ୍କ ବଡ଼ବିଲ ଓଭରବ୍ରିଜ୍‌ ରୋଡ୍ ସ୍ଥିତ ମୁଖ୍ୟ କାର୍ଯାଳୟ ସହ ଉଲିବୁରୁ ସ୍ଥିତ ଶ୍ରୀ ଜଗନ୍ନାଥ ଷ୍ଟିଲ ଆଣ୍ଡ୍ ପାଓ୍ବାର ଲିଃ ପ୍ଲାଂଟ ଏବଂ ଗୁଆଲି, ବରପଦା ଠାରେ କେଜେଏସ୍ ଆଲୁଓ୍ବାଲିଆ ଷ୍ଟିଲ ଆଣ୍ଡ୍ ପାଓ୍ବାର ଡିଭିଜନ ପ୍ଲାଂଟରେ ଆୟକର ବିଭାଗ ପକ୍ଷରୁ ଚଢ଼ଉ ଜାରିରହିଛି ।

ଗତକାଲି ଠାରୁ ବଡ଼ବିଲ, ଉଲିବୁରୁ ଏବଂ ବରପଦା ସମେତ କେଜେଏସ୍ ଆଲୁଓ୍ବାଲିଆ ଗ୍ରୁପର ଅନ୍ୟାନ୍ୟ ଠିକଣାରେ ମଧ୍ୟ ଆୟକର ବିଭାଗ ପକ୍ଷରୁ ଏକା ସାଙ୍ଗେର  ଚଢ଼ଉ ଚାଲିଥିବା ଖବର ମିଳିଛି । କମ୍ପାନୀର ବିଭିନ୍ନ ଆୟ ବ୍ୟୟ ଓ ଟ୍ୟାକ୍ସ ସମ୍ବନ୍ଧୀୟ ସମସ୍ତ କାଗଜପତ୍ରକୁ ଆୟକର ବିଭାଗର ଅଧତ୍କାରୀ ତନ୍ନତନ୍ନ କରି ଯାଂଚ କରିବା ସହ କମ୍ପ୍ୟୁଟର ଡାଟାକୁ ମଧ୍ୟ ଯାଂଚ କରୁଥବା ସୂଚନା ରହିଛି ।

ଅନ୍ୟପଟେ ଆୟକର ବିଭାଗ କମ୍ପାନୀର ଦେଣନେଣ ସଂପର୍କୀତ ସମସ୍ତ ତଥ୍ୟ ଏବଂ ବ୍ୟାଙ୍କ୍ ଟ୍ରାଂଜାକ୍ସନର ତାଳମେଳକୁ ମଧ୍ୟ ଅନୁଧ୍ୟାନ କରୁଥବାର ସୂଚନା ପ୍ରାପ୍ତ ହୋଇଛି । ଏହି ଚଢ଼ଉ ସମୟରେ  ବିଭିନ୍ନ ଗଣମାଧ୍ୟମ ପ୍ରତିନିଧୀ, ଆୟକର ବିଭାଗ ଅଧତ୍କାରୀଙ୍କୁ ସାକ୍ଷାତ କରି ଏବାବଦରେ ପ୍ରତିକ୍ରିୟା ନେବାକୁ ଚାହିଁଥିଲେ ବି ତାହା ସମ୍ଭବ ହୋଇପାରିନାହିଁ । କମ୍ପାନୀର କାର୍ଯାଳୟ କିମ୍ବା ପ୍ଲାଂଟ୍ ଭିତରକୁ ସାମ୍ବାଦିକମାନଙ୍କୁ ପ୍ରବେଶ କରିବାକୁ ଦିଆଯାଇନାହିଁ । ଏନଇ  କେଜେଏସ୍ ଆଲୁଓ୍ବାଲିଆ ଗ୍ରୁପ ପକ୍ଷରୁ ମଧ୍ୟ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ ।

   Related Posts