ଆୟକର ଫାଙ୍କୁଥିବା ବ୍ୟକ୍ତି ସାବଧାନ : ସ୍କାନରରେ ୬ ହଜାରରୁ ଉର୍ଦ୍ଧ୍ବ ଅସାଧୁ ବ୍ୟକ୍ତି, ଦୃଢ କାର୍ଯ୍ୟାନୁଷ୍ଠାନ ନେବ IT ବିଭାଗ

Published By : Prameya-News7 Bureau | December 25, 2020 IST

ନୂଆଦିଲ୍ଲୀ ୨୫/୧୨ : ଆୟକର ଫାଙ୍କୁଥିବା ଅସାଧୁ ବ୍ୟକ୍ତିମାନଙ୍କ ପାଇଁ ଆଗାମୀ ଦିନରେ ବଢିବ ଅଡୁଆ । ଆଗକୁ ଆୟକର ବିଭାଗ ଏକ ବିଶେଷ ଅଭିଯାନ ଆରମ୍ଭ କରିବାକୁ ଯାଉଛି । ଯେଉଁଥିରେ ଆୟକର ଫାଙ୍କୁଥିବା ଲୋକମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ମୁମ୍ବାଇରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି । ଜଣେ ନିଜର ବାର୍ଷିକ ଆୟ ୫ ଲକ୍ଷ ଟଙ୍କାରୁ କମ ଦର୍ଶାଇଥିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା ତାଙ୍କ ଆକାଉଣ୍ଟରେ ୬୦ କୋଟି ଟଙ୍କା ଜମାଥିବା ଜାଣିବାକୁ ମିଳିଛି । ଆୟକର ବିଭାଗ ଟ୍ୟାକ୍ସ୍ ଚୋରମାନଙ୍କ ପାଇଁ ଅଙ୍କୁଶ ଲଗାଇବା​‌ପାଇଁ ଏକ ନୂଆ ଅଭିଯାନ ଆରମ୍ଭ କରିଛି । ଏହି ଅଭିଯାନ ଦ୍ବାରା ଏଭଳି ଟ୍ୟାକ୍ସ୍ ଚୋରମାନଙ୍କ ତଥ୍ୟ ଏବଂ ପରିଚୟ ଜଣାପଡିବ ଯେଉଁମାନଙ୍କୁ ବାରମ୍ବାର ନୋଟିସ୍ ପଠାଯିବା ପରେ ମଧ୍ୟ ସେମାନେ ହାଜର ହେଉନାହାନ୍ତି ।

{"id":382617,"sizeSlug":"large","linkDestination":"none"}

ରାଜସ୍ବ ବିଭାଗ କହିବା କଥା ଯେ, ଆୟକର ବିଭାଗକୁ ଖବର ମିଳିଛି ଯେ ଅନେକ ବ୍ୟକ୍ତି ଜାଣିଶୁଣି ଆୟକର ବିଭାଗର ନୋଟିସକୁ ଅଣଦେଖା କରୁଛନ୍ତି । ସେମାନଙ୍କୁ ଇ-ମେଲ୍, ମେସେଜ୍ ଏବଂ ନୋଟିସ୍ ପଠାଯିବା ପରେ ମଧ୍ୟ ସେମାନେ ଏହାକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରୁଛନ୍ତି । ସେଥିପାଇଁ ଆୟକର ବିଭାଗ ସେମାନଙ୍କୁ ଚିହ୍ନଟ କରିବା ଏବଂ ଜରିମାନା ଆଦାୟ କରିବା​‌ ପାଇଁ ଏକ ଅଭିଯାନ ଆରମ୍ଭ କରିଛି ।

ଆୟକର ବିଭାଗ ବର୍ତ୍ତମାନ ପର୍ଯ୍ୟନ୍ତ ଏଭଳି ପ୍ରାୟ ୬ ହଜାର ମାମଲାକୁ ଚିହ୍ନଟ କରିଛି । ଯେଉଁଠାରେ ଲୋକମାନେ ଆଇନଗତ କାର୍ଯ୍ୟାନୁଷ୍ଠାନ ଭୟରେ ଆୟକର ବିଭାଗର ନୋଟିସକୁ ଅଣଦେଖା କରୁଛନ୍ତି । ମୁମ୍ବାଇର ଜଣେ ବ୍ୟକ୍ତି ବାର୍ଷିକ ୫ ଲକ୍ଷ ଟଙ୍କାରୁ କମ ରୋଜଗାର ତଥ୍ୟ ଦେଇଥିବା ବେଳେ ଯାଞ୍ଚ ସମୟରେ ଆକାଉଣ୍ଟରେ ୬୦ କୋଟି ଟଙ୍କା ଥିବା ଜଣାପଡିଥିଲା ।

ସେହିଭଳି ଗୁଜରାଟର ଜଣେ ବ୍ୟକ୍ତି ବାର୍ଷିକ ୫ ଲକ୍ଷ ଟଙ୍କାରୁ କମ ରୋଜଗାର ତଥ୍ୟ ଦେଇଥିବା ବେଳେ ଯାଞ୍ଚ ସମୟରେ ଆକାଉଣ୍ଟରେ ୧୦ କୋଟି ଟଙ୍କା ଜମା ହୋଇଥିବା ଏବଂ ୭.୫ କୋଟି ଟଙ୍କା ଉଠାଯାଇଥିବାର ତଥ୍ୟ ରହିଛି । ସେହି ବ୍ୟକ୍ତଙ୍କୁ ଆୟକର ବିଭାଗ ପକ୍ଷରୁ ବାରମ୍ବାର ନୋଟିସ ଜାରି କରାଯାଇଥିଲେ ସୁଦ୍ଧା ସେ ଏହାକୁ ବୃକ୍ଷେପ କରିନଥିଲେ । ତେବେ ଏଭଳି ଅସାଧୁ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ଯୋଜନା ପ୍ରସ୍ତୁତି କରାଯାଇଛି ବୋଲି ଆୟକର ବିଭାଗ ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.