ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଘରେ ଆୟକର ରେଡ୍, ଘର ବାହାରେ ଜଗିଛନ୍ତି ଯବାନ
28/02/2020 at 4:55 PM

ରାୟପୁର ୨୮।୦୨: ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲାଙ୍କ ବ୍ୟକ୍ତିଗତ ସଚିବଙ୍କ ଘରେ ଆୟକର ବିଭାଗ ପକ୍ଷରୁ ରେଡ୍ କରାଯାଇଛି । ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ସୌମ୍ୟା ଚୌରାସିଆଙ୍କ ଘରେ ରେଡ୍ ହୋଇଛି । ବାସଭବନରେ ଆୟକର ବିଭାଗର ଏକ ଟିମ୍ ରେଡ୍ କରିଛି । ସୁରକ୍ଷା ଦୃଷ୍ଟିରୁ ଘର ବାହାରେ ସିଆର୍ପିଏଫ୍ ଯବାନଙ୍କୁ ମୁତୟନ କରାଯାଇଛି ।
ଶୁକ୍ରବାର ଦିନ ସୌମ୍ୟା ଚୌରାସିଆଙ୍କ ଘରେ ଆୟକର ବିଭାଗ ରେଡ୍ କରିଛି । ଘର ଭିତରେ ଅଧିକାରୀମାନେ ବିଭିନ୍ନ କାଗଜପତ୍ରର ଛାନ୍ଭିନ୍ କରୁଛନ୍ତି । ତେବେ ରେଡ୍ ଚାଲୁଥିବା ସମୟରେ କୌଣସି ବ୍ୟକ୍ତିଙ୍କୁ ଘର ଭିତରକୁ ପ୍ରବେଶ କରିବା ପାଇଁ ଏବଂ ଘରୁ ବାହାରକୁ ବାହାରିବା ପାଇଁ ଅନୁମତି ଦିଆଯାଇନାହିଁ । ସୁରକ୍ଷାଦୃଷ୍ଟିରୁ ଘର ବାହାରେ ସିଆର୍ପିଏଫ୍ ଯବାନଙ୍କୁ ମୁତୟନ କରାଯାଇଛି । ତେବେ କେଉଁ କାରଣରୁ ଓ କଣ ପାଇଁ IAS ଅଧିକାରୀଙ୍କ ଘରେ ରେଡ୍ କରାଯାଉଛି । ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।