suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଆୟକର ଫାଙ୍କିବା ଅଭିଯୋଗ, ସୁନ୍ଦରଗଡ ସହରର ବିଭିନ୍ନ ସ୍ଥାନରେ ଚଢାଉ

28/03/2023 at 5:06 PM

ସୁନ୍ଦରଗଡ ୨୮।୩: ସୁନ୍ଦରଗଡ଼ ସହରର ବିଭିନ୍ନ ସ୍ଥାନରେ ଆୟକର ବିଭାଗର ଚଢାଉ । ଟାଉନ୍ ଥାନା ଆର୍ ଆର ଆଇ ଟି କଲୋନୀର ବ୍ୟବସାୟୀ ପ୍ରଫୁଲ୍ଲ ସୁନାନି, ମିଶନ ରୋଡ ସ୍ଥିତ ବ୍ୟବସାୟୀ ସଞ୍ଜୟ ନନ୍ଦ ଏବଂ ମେନ ରୋଡ ସ୍ଥିତ ବ୍ୟବସାୟୀ ରାଜେଶ ରିଯାୱାନିଙ୍କ ଘର, ଅଫିସ ଏବଂ ଦୋକାନରେ ଏକକାଳୀନ ଚଢାଉ କରାଯାଇଛି । ଆୟକର ଫାଙ୍କିବା ଅଭିଯୋଗରେ ଏହି ଚଢ଼ାଉ ହୋଇଥିବା ସୂଚନା ମିଳିଛି ।

ଏହି ତିନୋଟି ସ୍ଥାନ ବ୍ୟତୀତ ଆହୁରି କିଛି ସ୍ଥାନରେ ଚଢାଉ ହୋଇଥିବା ସୂଚନା ମିଳିଛି । ଚଢାଉରେ ରାଉରକେଲା ଏବଂ ଭୁବନେଶ୍ବରର ଟିମ୍ ସାମିଲ ଥିବା ସୂଚନା । ଚଢାଉରେ ଅର୍ଥ କାରବାରର ସମସ୍ତ ଦସ୍ତାବିଜଗୁଡ଼ିକୁ ଯାଞ୍ଚ କରିବା ସହ ସେଗୁଡିକୁ ତଦନ୍ତ ପାଇଁ ଜବତ କରାଯାଇଥିବା ସୂଚନା ରହିଛି ।

   Related Posts