ଆଜି ଦେଶ ପାଳୁଛି ୧୫୯ତମ ଇନକମ୍ ଟ୍ୟାକ୍ସ ଡ଼େ

Published By : Prameya-News7 Bureau | July 24, 2019 IST

ଭୁବନେଶ୍ବର ୨୪|୭: ଆଜି ଦେଶ ପାଳୁଛି ୧୫୯ ତମ ଇନକମ୍ ଟ୍ୟାକ୍ସ ଡ଼େ । ଯେଉଁ ଆୟକର ଦାତାଙ୍କ ଟଙ୍କାରେ ଆମ ଦେଶ ଉନ୍ନତି କରିଥାଏ ଆଜି ଦିନଟି ହେଉଛି ସେମାନଙ୍କ ପାଇଁ । ଏହି ଅବସରରେ ଓଡ଼ିଶାର ପ୍ରଧାନ ମୁଖ୍ୟ ଆୟୁକ୍ତ  ରାଜ୍ୟବାସୀଙ୍କୁ ଶୁଭେଛା ଜଣାଇଛନ୍ତି । ଦେଶ ଉନ୍ନତି କରିଥାଏ ଆୟକରଦାତାଙ୍କ ଲାଗି । ତେଣୁ ଯେଉଁମାନେ ଇନକମ୍ ଟ୍ୟାକ୍ସ ସ୍ଲାବ୍ କୁ ଆସୁଛନ୍ତି ସେମାନେ ନିୟମିତ ଭାବେ ଆୟକର ଜମା କରନ୍ତୁ ।  ଯେଉଁମାନେ ଆୟକର ନଦେଇ ସରକାରଙ୍କୁ ଠକିବା ପାଇଁ ଚେଷ୍ଟାକରୁଛନ୍ତି ସେମାନେ ଏଭଳି କାର୍ଯ୍ୟରୁ ଦୂରେଇ ରୁହନ୍ତୁ ବେ।ଲି କହିଛନ୍ତି ଓଡ଼ିଶାର ପ୍ରଧାନ ମୁଖ୍ୟ ଆୟୁକ୍ତ ।

ଏନେଇ ବର୍ଷ ତମାମ୍ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଆୟକର ବିଭାଗ ପକ୍ଷରୁ ଜନ ସଚେତନତା କରାଯାଉଛି । ପୂର୍ବରୁ ଦଶ ବର୍ଷ ତଳେ ଟ୍ୟାକ୍ସ ଦେବା ଏକ ଜଟିଳ ପ୍ରକ୍ରିୟ। ଥିବା ବେଳେ ଏଥର ବହୁ ସରଳ ହେ।ଇ ଯାଇଛି । ଏହାର କାରଣ ହେଉଛି ଇ ଟେକନେ।ଲେ।ଜି ବା ଇ ଫାଇଲିଙ୍ଗ । ଏହି ଟେକନେ।ଲେ।ଜି ମାଧ୍ୟମରେ ଘରେ ବସି ବି ଜଣେ ଟ୍ୟାକ୍ସ ଦେଇ ପ।ରୁଛି । ପୂର୍ବରୁ ବହୁ ଡ଼ିଟେଲ୍ସ ଦେବାକୁ ପଡ଼ୁଥିଲା କିନ୍ତୁ ଏବେ ସେସବୁ କିଛି ନାହିଁ । ବିଲକୁଲ ହାସେଲ ଫ୍ରି କରିବା ଲାଗି ଚେ​ଷ୍ଟା ଚଲାଇଛି ଆୟକର ବିଭାଗ । ଯେଉଁମାନେ ବ୍ଲାକ୍ ମନି ସଞ୍ଚୟ କରୁଛନ୍ତି ତାଙ୍କ ଉପରେ ମଧ୍ୟ କଡ଼ା ନଜର ରଖାଯାଇଛି । ଏଥିପାଇଁ ଇ ଟେକନେ।ଲେ।ଜି କୁ ବ୍ୟବହାର କରିବା ସହିତ ଏକାଧିକ ସିକ୍ରେଟ୍ ଉପାୟ ଅବଲମ୍ବନ କରାଯାଉଛି ।

ତେବେ ପ୍ରତିବର୍ଷ ଟ୍ୟାକ୍ସ କଲେକସନ ବଢିବାରେ ଲାଗିଛି । ୨୦୧୪-୧୫ ରେ ୬ ଲକ୍ଷ ୩୮ ହଜାର ୫୯୬ କେ।ଟି ଟଙ୍କା ଆଦାୟ ହେ।ଇଥିବା ବେଳେ ୨୦୧୮-୧୯ ରେ ଏହା ବଢି ୧୧ ଲକ୍ଷ ୩୭ ହଜାର ୬୮୬ କେ।ଟି ଟଙ୍କା ଟ୍ୟାକ୍ସ ଆଦାୟ କରିଛି ଆୟକର ବିଭାଗ । ୨୦୧୮-୧୯ ସୁଦ୍ଦା ଦେଶରେ ୮ କେ।ଟି ୪୪ ଲକ୍ଷ ଟ୍ୟାକ୍ସ ପେୟର ଅଛନ୍ତି । ତେଣୁ ଏକ ଉନ୍ନତ ଓ ଶକ୍ତିଶ।ଳୀ ଦେଶ ଗଢିବା ଲାଗି ସମେସ୍ତ ଆଗେଇ ଆସିବା ପାଇଁ କହିଛନ୍ତି ପ୍ରଧାନ ମୁଖ୍ୟ ଆୟୁକ୍ତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.