ବ୍ରହ୍ମପୁର: ଗୋଳନ୍ଥରା ଥାନା ଗିରିଶୋଳା ଜାତୀୟ ରାଜପଥ ୧୬ରେ ବେଆଇନ ଜରିମାନା ଆଦାୟ ଘଟଣା । ଏଆର୍.ଟି.ଓ, ଜୁନିୟର ଏମଭିଆଇ ଏବଂ ୩ ଏଜେଣ୍ଟଙ୍କ ସମେତ ୫ ଜଣଙ୍କୁ ଗିରଫ କଲା ଗୋଳନ୍ଥରା ପୁଲିସ। ତିନି ଏଜେଣ୍ଟ ପିଣ୍ଟୁ ସାହୁ, ରବୀନ୍ଦ୍ର ସାହୁ, ବିଜୟ କୁମାରଙ୍କ ସମେତ ଏଆର. ଟି. ଓ ଏସ. ଭେଙ୍କେଟସ, ଜୁନିୟର ଏମ. ଭି. ଆଇ ରତିକାନ୍ତ ନାହାକ ପ୍ରମୁଖ ୫ ଜଣ ଗିରଫ ହୋଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ. ପି।
ସୂଚନା ଅନୁଯାୟୀ, ଗୋଳନ୍ଥରା ଥାନା ଅନ୍ତର୍ଗତ ଭାଲିଆଗଡ ଠାରୁ ସୋରୋଳ ମଧ୍ୟରେ ଜାତୀୟ ରାଜପଥ ୧୬ରେ ଭାରିଯାନ ଅଟକାଇ ଜରିମାନା ଆଦାୟ କରୁଥିଲେ ଏହି ୫ ଜଣ। ତେବେ ଘଟଣା ବିଷୟରେ ଜାଣିବା ପରେ ପ୍ରଥମେ ଘଟଣା ସ୍ଥଳରୁ ଜୁନିୟର ଏମଭିଆଇ ସମେତ ୩ ଜଣ ଦଲାଲଙ୍କୁ ଧରିଥିଲା ପୋଲିସ। ପରେ ସେମାନଙ୍କୁ ପଚରା ଉଚରା ଓ ମୋବାଇଲ ଯାଞ୍ଚ କରିବାରୁ ଏଥିରେ ଏଆରଟିଓଙ୍କ ସଂପୃକ୍ତ ଥିବା ଜଣାପଡ଼ିଥିଲା। ଏହା ପରେ ଗଞ୍ଜାମ ଅତିରିକ୍ତ ଆଞ୍ଚଳିକ ପରିବହନ (ARTO) ଅଧିକାରୀଙ୍କ ଘରେ ଗୋଳନ୍ଥରା ପୁଲିସର ତଦନ୍ତ କରିଥିଲେ। ଆଉ ସକାଳୁ ଛତ୍ରପୁର ଚଣ୍ଡୀ ଛକ ସ୍ଥିତ ନିଜ ବାସ ଭବନଠାରେ ଚଢ଼ାଉ କରି ୮୨ ହଜାର ୫୦୦ ଟଙ୍କା ଜବତ କରିଥିଲା ଗୋଳନ୍ଥରା ପୁଲିସ |