Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

କୋର୍ଟକୁ ଯିବା ବେଳେ ଅଘଟଣ,  ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଇମ୍ରାନ ଖାନ

18/03/2023 at 2:52 PM

ଇସ୍ଲାମାବାଦ ୧୮।୩: ତୋଷଖାନା ମାମଲାରେ କୋର୍ଟରେ ହାଜର ହେବାକୁ ଯାଉଥିବା ବେଳେ ଇମ୍ରାନଙ୍କ କାରକେଡ ସହ ଅଘଟଣ ଘଟିଛି। ଶହଶହ ସମର୍ଥକଙ୍କ ସହ ଇମ୍ରାନ ସଡ଼କ ମାର୍ଗରେ ଲାହୋରରୁ ଇସ୍ଲାମାବାଦ ଯିବା ରାସ୍ତାରେ ଦୁର୍ଘଟଣା ଘଟିଛି। କାରକେଡରେ ଦ୍ରୁତ ବେଗରେ ଯାଉଥିବା ଗାଡି ପରସ୍ପର ସହ ଧକ୍କା ହୋଇଥିଲା। ଫଳରେ କେତେକ ଗାଡ଼ି ଓଲଟି ପଡିଥିଲା। ଏହି ସବୁ ଗାଡ଼ିରେ ଥିବା ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ରାସ୍ତାରେ ସୁରକ୍ଷା ପାଇଁ ମୁତୟନ ପୋଲିସ ଆହତ ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।

ଇମ୍ରାନଙ୍କ କାରକେଡରେ ଦୁର୍ଘଟଣା ଯୋଗୁ ରାସ୍ତାରେ ଦୀର୍ଘ ଜାମ ଲାଗିଯାଇଥିଲା। ଓଲଟି ପଡିଥିବା ଗାଡି ଗୁଡିକୁ ରାସ୍ତାରୁ ହଟାଇବା ପରେ ଟ୍ରାଫିକ ପୁଣି ସ୍ୱଭାବିକ ହୋଇଥିଲା। ତୋଷଖାନା ମାମଲାରେ ହାଜର ହେବା ପାଇଁ ଇମ୍ରାନଙ୍କୁ କୋର୍ଟ ପୂର୍ବରୁ ଅନେକ ବାର ସମନ କରିଥିଲେ। ତେବେ ଇମ୍ରାନ ହାଜର ହୋଇନଥିଲେ। ଏଣୁ କୋର୍ଟ ଜାମିନ ବିହୀନ ଗିରଫ ପରୱାନା (ଏନବିଡବ୍ଲୁ) ଜାରି କରିବା ପରେ ଶନିବାର ଇମ୍ରାନ କୋର୍ଟରେ ହାଜର ହେବା ପାଇଁ ଲାହୋରରୁ ସଡକ ମାର୍ଗରେ ଇସ୍ଲାମାବାଦ ବାହାରିଥିଲେ।

ସଡ଼କ ଦୁର୍ଘଟଣାରେ ଆହତ ଯାତ୍ରୀଙ୍କ ମଧ୍ୟରେ ୩ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ପୋଲିସ କହିଛି। ଦୁର୍ଘଟଣା ପରେ ଇମ୍ରାନ ଖାନ ଟ୍ୱିଟ୍‌ କରି ଭିଡିଓ ଜାରି କରିଛନ୍ତି। ସେପଟେ ଇମ୍ରାନ ଖାନଙ୍କ କୋର୍ଟ ହାଜର ନେଇ ରାଜଧାନୀ ଇସ୍ଲାମାବାଦରେ ସୁରକ୍ଷା କଡାକଡି କରାଯାଇଛି। ଏଥିଲାଗି ଶୁକ୍ରବାର ରାତିରୁ ରାଜଧାନୀ ଇସ୍ଲାମାବାଦରେ ଧାରା ୧୪୪ ଜାରି ହୋଇଥିଲା। ସଡ଼କ ଦୁର୍ଘଟଣା ପରେ ଇମ୍ରାନ ଭିଡିଓ ଜାରି କରି ମୋତେ ସରକାରଙ୍କ ଉଦ୍ଦେଶ୍ୟ ଜଣା ବୋଲି କହିଛନ୍ତି।

ସରକାର ଆଇନର ଶାସନ ନୁହେଁ ମୋତେ ଗିରଫ କରିବାକୁ ଚାହାଁନ୍ତି। ଏହା ସତ୍ତ୍ୱେ ମଧ୍ୟ ମୁଁ କୋର୍ଟରେ ହାଜର ହେବାକୁ ଯାଉଛି ବୋଲି ଇମ୍ରାନ କହିଛନ୍ତି। ସେ କହିଛନ୍ତି ଯେ ଆଇନର ଶାସନ ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି। ହେଲେ ସରକାରଙ୍କ ଉପରେ ମୋତେ ତିଳେମାତ୍ର ଭରସା ନାହିଁ। ହେଲେ ସରକାର ଆଇନର ଶାସନ ଉପରେ ଭରସା କରି ପାରୁ ନାହାନ୍ତି।   

   Related Posts