Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିଧାୟକଙ୍କ ସାମ୍ନାରେ ଯନ୍ତ୍ରୀଙ୍କୁ ମାଡ଼ ଘଟଣା; ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବ୍ଲକ କର୍ମଚାରୀଙ୍କ କଲମ ଛାଡ଼ ଆନ୍ଦୋଳନ

1/06/2023 at 5:28 PM

ଭଦ୍ରକ ୦୧/୦୬: କନିଷ୍ଠ ଯନ୍ତ୍ରୀଙ୍କୁ ଆକ୍ରମଣ ଘଟଣାରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କଲମ ଛାଡ଼ ଆନ୍ଦୋଳନ। ପଞ୍ଚାୟତ ସମିତିରେ କାମ ବନ୍ଦ। ଭଦ୍ରକର ଧାମନଗର ବ୍ଲକ ଅଧୀନରେ ସମସ୍ତ କର୍ମଚାରୀ କଲମଛାଡ଼ ଆନ୍ଦୋଳନରେ ବସିଛନ୍ତି। ତେବେ ବିଲ୍‌କୁ ନେଇ ଧାମନଗର ବିଧାୟକଙ୍କ ଉପସ୍ଥିତିରେ କନିଷ୍ଠ ଯନ୍ତ୍ରୀ ନରେନ୍ଦ୍ର ମଲ୍ଲିକଙ୍କୁ ମାଡ଼ ଅଭିଯୋଗ ହୋଇଥିଲା।

ପରେ ଥାନାରେ ଦୋବଲ ସରପଞ୍ଚ ଓ ସମିତି ସଭ୍ୟଙ୍କ ନାଁ ରେ ଏତଲା ଦିଆଯାଇଛି। ଅଭିଯୋଗର ବହୁ ସମୟ ପରେବି ପୋଲିସ କାର୍ଯ୍ୟାନୁଷ୍ଠାନ ନେଇ ନଥିବାରୁ ଧାମନଗର ବ୍ଲକର କର୍ମଚାରୀମାନେ କଲମଛାଡ଼ ଆନ୍ଦୋଳନ କରିଛନ୍ତି। ଉଭୟଙ୍କୁ ଗିରଫ କରା ନଗଲେ ଆନ୍ଦୋଳନ ଜାରି ରହିବା ନେଇ କର୍ମଚାରୀମାନେ ଚେତାବନୀ ଦେଇଛନ୍ତି।

ଏହା ମଧ୍ୟ ପଢ଼ନ୍ତୁ:~ଲେବଲ୍‌-୯ ଅନୁସାରେ ଦରମା ବୃଦ୍ଧି ଦାବି; ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅମଲା ସଂଘର ଶାନ୍ତିପୂର୍ଣ୍ଣ ଧାରଣା

   Related Posts