ରାୟଗଡ଼ା ପୁଟାସିଂ ଥାନା ଅଞ୍ଚଳରେ ଅଘଟଣ; ବଜ୍ରାଘାତରେ ଜଣେ ମୃତ ୫ ଆହତ
17/03/2023 at 8:06 AM

ଗୁଣୁପୁର ୧୭/୨୩- ରାୟଗଡ଼ାରେ ଅଭାବନୀୟ ଘଟଣା । ପୁଟାସିଂ ଥାନା ଅଞ୍ଚଳରେ ପ୍ରବଳ ବର୍ଷା ଓ ବଜ୍ରାଘାତରେ ଜଣେ ମୃତ ୫ଜଣ ଆହତ ହୋଇଛନ୍ତି । ମୃତକ ହେଉଛନ୍ତି ଆବାସିଂ ଗାଁର ଆଡାଗା ଗମାଙ୍ଗ । ଖବର ପାଇ ଗୁଣୁପୁର ଦମକଳ ବାହୀନି ଗାଁରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହିତ ୫ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରିଛି ।
ଗୁରୁବାର ରାତିରେ ରାୟଗଡ଼ାରେ ପ୍ରବଳ ବର୍ଷା ସହିତ ଝଡ଼ତୋଫାନ ହୋଇଥିଲା । ଏହି ସମୟରେ ବଜ୍ରାଘାତରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ସେହିପରି ଏଥିରେ ୫ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁଣୁପୁର ଅଗ୍ନିଶମ ବାହୀନ ଓ ଆମ୍ବୁଲାନ୍ସ କର୍ମଚାରୀଙ୍କ ସହଯୋଗରେ ମୃତଦେହ ଉଦ୍ଧାର କରିବା ସହିତ ୫ ଆହତ ହେମନ୍ତ ଗମାଙ୍ଗ, ନରେନ ରୈତ, ଅନବିତା ଶବର, ନିନୁତି ଭୁଆଁ, ଅଶ୍ମିତା ଗମାଙ୍ଗଙ୍କୁ ଚିକିତ୍ସା ପାଇଁ ଗୁଣୁପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ପୋଲିସ ଓ ରାଜସ୍ବ ନିରୀକ୍ଷଣ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି ।