ଧୂପକାଠି ନିଆରୁ ଦୋକାନରେ ଅଗ୍ନିକାଣ୍ଡ; ସ୍ୱାମୀ-ସ୍ତ୍ରୀ ଓ ପୁଅ ଆହତ
1/12/2022 at 9:09 PM

ଧର୍ମଗଡ଼ ୦୧/୧୨: ପେଟ୍ରୋଲରେ ନିଆ ଲାଗି ଗୋଟିଏ ପରିବାରର ଜଳିଗଲେ ୩ ସଦସ୍ୟ l କେଁ ଗାଁ ଥାନା ଅନ୍ତର୍ଗତ ଜୋରପଡ଼ା ଗାଁରେ ଦୁର୍ବାସା ମାଝୀ ନାମକ ବ୍ୟକ୍ତି ନିଜ ଦୋକାନ ଖୋଲି ପୂଜା କରୁଥିଲେ। ଏହି ସମୟରେ ଧୂପକାଠି ନିଆ ଦୋକାନରେ ରଖିଥିବା ପେଟ୍ରୋଲରେ ପଡିଯାଇଥିଲା। ଫଳର ସେଥିରୁ ସାଙ୍ଗେ ସାଙ୍ଗେ ବଡ଼ ଜୋର ନିଆଁ ଲାଗି ଯାଇଥିଲା। ଦୁର୍ବାସାଙ୍କୁ ବଞ୍ଚେଇବାକୁ ଯାଇ ତାଙ୍କ ସ୍ତ୍ରୀ ମମିତା ଏବଂ ପୁଅ ଶଶୀଧର ମଧ୍ୟ ଅଗ୍ନିକାଣ୍ଡରେ ଆହତ ହୋଇଛନ୍ତି। ସମସ୍ତଙ୍କୁ ଏବେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅଗ୍ନିକାଣ୍ଡରେ ପୀଡ଼ିତ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି।
Related Posts
୨୦୧୩ରେ ଗୋପାଳଙ୍କୁ ମିଳିଥିଲା ବନ୍ଧୁକ, ୨୦୨୦ରେ ପୁୁରୁଣା ଗୁଳି ବଦଳାଇଥିଲେ
31 January 2023
ପଂଚାୟତ ନିର୍ବାହୀ ଅଧିକାରୀଙ୍କ କଳାକାରନାମା, ବଞ୍ଚି ଥାଉ ଥାଉ ମାରିଦେଲେ
31 January 2023