Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆଠଗଡରେ ନୂଆ କୋର୍ଟ ଗୃହର ଉଦଘାଟନ କଲେ ହାଇକୋର୍ଟ ମୁଖ୍ୟ ବିଚାରପତି

2/06/2023 at 3:10 PM

ଆଠଗଡ ୨।୬: କଟକ ଜିଲ୍ଲା ତିଗିରିଆଠାରେ ଦେଓ୍ବାନୀ ଓ ଫୌଜଦାରୀ ଅଦାଲତ ନୂତନ ଗୃହର ଶୁଭାରମ୍ଭ କରିବା ସହ ଆଠଗଡ କୋର୍ଟ ପରିସରରେ ୪ଟି କୋର୍ଟ ରୁମ ବିଶିଷ୍ଟ ନୂତନ କୋର୍ଟ ଗୃହର ଶୁଭ ଶିଳାନ୍ୟାସ କଲେ ହାଇକୋର୍ଟ ମୁଖ୍ୟ ବିଚାରପତି ଡଃ ଏସ୍ ମୁରଲୀଧର । ମୁଖ୍ୟ ବିଚାରପତିଙ୍କ ସହ ଡଃ ଜଷ୍ଟିସ୍ ବି.ଆର. ଷଡଙ୍ଗୀ ଯୋଗଦେଇଥିବା ବେଳେ ଜଷ୍ଟିସ ଏସ୍ ତାଳପତ୍ର ଭିଡିଓ କନଫରେନ୍ସିଂ ଜରିଆରେ ଯୋଡିହୋଇଥିଲେ ।

ଏହି ଅବସରରେ ଆଠଗଡ କୋର୍ଟ ପରିସରରେ ଏକ ସଭାର ଆୟୋଜନ ଅକରାଯାଇଥିଲା । ଏହି ସଭାରେ  ଅତିଥିଙ୍କ ସହ କଟକ ଜିଲ୍ଲା ଦୌରା ଜଜ୍ ସୌମେନ୍ଦ୍ର କୁମାର ରାଜଗୁର, ଆଠଗଡ ବାର୍ ସଭାପତି ଜଗଦାନନ୍ଦ ତ୍ରିପାଠୀ, ସଂପାଦକ ବନବିହାରୀ ସାହୁ ଯୋଗଦେଇଥିଲେ । ଏହି ସଭାରେ ମୁଖ୍ୟ ବିଚାରପତି ନିଜ ଅଭିଭାଷଣରେ ଆଠଗଡ କୋର୍ଟ ରାଜ୍ୟର ସର୍ବପୁରାତନ କୋର୍ଟ ସହ ଏହି କୋର୍ଟର ଭିତ୍ତିଭୂମି ଉନ୍ନତି କରାଯାଇ ରାଜ୍ୟର ଏହା ଏକ ମଡେଲ କୋର୍ଟରେ ପରିଣତ ହେବ । ଏହି  କୋର୍ଟ ଜନସାଧାରଣଙ୍କ ଟଙ୍କାରେ ନିର୍ମାଣ ହେଉଥିବାରୁ ସାଧାରଣ ଜନତା କିଭଳି ଶୀଘ୍ର ନ୍ୟାୟ ପାଇପାରିବେ ସେଥିପ୍ରତି ଦୃଷ୍ଟି ଦେବାପାଇଁ ଓକିଲମାନଙ୍କୁ ପରାମର୍ଶ ଦେଇଥିଲେ ।

ନ୍ୟାୟିକ ବ୍ୟବସ୍ଥାରେ ଯୁବ, ମହିଳା ଆଇନଜିବୀମାନଙ୍କୁ ଯୋଡିବା ସହ ବାର୍ ପକ୍ଷରୁ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ଆଜିର ସମୟରେ ପେପର ଲେସ୍ କୋର୍ଟ ମାଧ୍ୟମରେ କରିବା ପାଇଁ କହିଥିଲେ । ୮କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା କୋର୍ଟରେ ୪ଟି କୋର୍ଟ ଗୃହ, ଲାଇବ୍ରେରୀ, ବାର୍ ହଲ୍, କ୍ୟାଣ୍ଟିନର ବ୍ୟବସ୍ଥା ସହ ଏହି ଆଗାମୀ ଦିନରେ ରାଜ୍ୟର ଏକ ମଡେଲ କୋର୍ଟ ହେବ ବୋଲି ବାର୍ ସଭାପତି କହିଛନ୍ତି ।

You Can Read :

   Related Posts