ସୋଆରେ ୨୦ତମ ଜାତୀୟ ଚାଟାର୍ଡ ଆକାଉଣ୍ଟାଣ୍ଟ ସମ୍ମିଳନୀ, ଉଦଘାଟନ କଲେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ

Published By : Prameya-News7 Bureau | August 17, 2023 IST

ଭୁବନେଶ୍ଵର: ଭୁବନେଶ୍ଵରରେ ଶିକ୍ଷା ଓ ଅନୁସନ୍ଧାନ, ସୋଆ କ୍ୟାମ୍ପସରେ ୨୦ତମ ଜାତୀୟ ଚାଟାର୍ଡ ଆକାଉଣ୍ଟାଣ୍ଟ ସମ୍ମିଳନୀ ଉଦଘାଟନ କରିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ତିନି ଦିନିଆ CA ସମ୍ମିଳନୀରେ କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କ ସହ ଯୋଗଦେଇଥିଲେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ଷ୍ଟାର୍ଟଅପ୍ ଦ୍ବାରା ଯୁବପିଢ଼ିକୁ ଅଧିକ ରୋଜଗାରକ୍ଷମ କରିବାକୁ ପୟାସ କରାଯାଉଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିଭଳି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଡିଜିଟାଲ କ୍ଷେତ୍ରରେ ଭାରତ ଆଗକୁ ବଢ଼ୁଛି । ଗ୍ଲୋବାଲ ଲିଡର ହୁଅନ୍ତୁ ଚାର୍ଟାଡ୍ ଆକାଉଣ୍ଟାଣ୍ଟ ।

wp:heading {"level":4}

ଅଧିକ ପଢନ୍ତୁ- RBI ଲଞ୍ଚ କଲା ଉଦ୍‌ଗମ ପୋର୍ଟାଲ୍‌, ସହଜରେ ଜାଣିହେବ ବ୍ୟାଙ୍କ୍‌ରେ ଥିବା ଅନ୍‌କ୍ଲେମ୍‌ ଡିପୋଜିଟ୍‌

/wp:heading

ଏହି ତିନି ଦିନିଆ CA  ସମ୍ମିଳନୀକୁ ଉଦଘାଟନ କରିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ସରକାର ସକ୍ରିୟ ଭାବରେ ସୁନିଶ୍ଚିତ କରୁଛନ୍ତି ଯେ ଭାରତର ଚାର୍ଟାର୍ଡ ଆକାଉଣ୍ଟାଣ୍ଟମାନେ ଯେଭଳି ବିଶ୍ବର ନେତୃତ୍ବ ନେବା ଦିଗରେ କାମ କରୁଛନ୍ତି ଏବଂ ଏଥିପାଇଁ ଅନ୍ୟ ରାଷ୍ଟ୍ର ମାନଙ୍କ ସହ ମଧ୍ୟ ଯୋଗାଯୋଗ ସ୍ଥାପନ କରୁଛି । ଗତ ମଇ ମାସରେ ICAI ଇନଷ୍ଟିଚ୍ୟୁଟ୍ ଅଫ୍ ସିଏ ଇନ୍ ଇଂଲଣ୍ଡ ଆଣ୍ଡ ୱେଲ୍ସ (ICAEW) ସହ ବୁଝାମଣାପତ୍ର ସ୍ବାକ୍ଷର କରିଛି । ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଆୟର୍ଲାଣ୍ଡ, କାନାଡା, ମାଲେସିଆ, ୟୁଏଇ, ସାଉଦି ଆରବ, କତାର, ବାହାରିନ, ଓମାନ ଏବଂ ଦକ୍ଷିଣ ଆଫ୍ରିକା ସହିତ ପାରସ୍ପରିକ ସ୍ବିକୃତି ଏବଂ MOUକୁ ସମ୍ପୂର୍ଣ୍ଣ ରୂପେ ଉପଯୋଗ କରାଯିବା ଉଚିତ୍ ବୋଲି ସେ କହିଛନ୍ତି ।

{"id":832272,"sizeSlug":"full","linkDestination":"none"}

 ସେହିଭଳି କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି  ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଆଜି ଭାରତର ଆର୍ଥିକ ଦୃଶ୍ୟପଟ୍ଟରେ ଡିଜିଟାଲାଇଜେସନ କ୍ଷେତ୍ରରେ ମଜଭୂତ ହେଉଛି । ଟାର୍ଟାର୍ଡ ଆକାଉଣ୍ଟାଣ୍ଟ ସମୂହଙ୍କ କୌଶଳ ଏବଂ ପ୍ରତିବଦ୍ଧତା ମଧ୍ୟ ଆମ ଅର୍ଥବ୍ୟବସ୍ଥାକୁ ମଜଭୁତ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ସେମାନଙ୍କ ପାରଦର୍ଶିତା ଏକ ସମୃଦ୍ଧ ତଥା ଆତ୍ମନିର୍ଭରଶୀଳ ଭାରତ ଗଠନରେ ସାହାଯ୍ୟ କରିଛି ।’

wp:html /wp:html

ପୂର୍ବରୁ ଓଡ଼ିଶାକୁ ଜିଏସଟି ସଂଗ୍ରହ, ଖଣି ରାଜସ୍ବ ଓ ଆର୍ଥକ କ୍ଷେତ୍ରରେ ଅନୁଦାନ ବାବଦକୁ ୩ ଲକ୍ଷ କୋଟି ଟଙ୍କା ଆସିଥିବା ବେଳେ ବିଗତ ୯ ବର୍ଷରେ ମୋଦି ସରକାରରେ ୧୮ ଲକ୍ଷ କୋଟି ଟଙ୍କା ଆସିଛି । ଯଦି ଓଡ଼ିଶାର ମହିଳାଙ୍କୁ ପ୍ରଯୁକ୍ତିବିଦ୍ୟା ସହ ଯୋଡାଯିବ ଓ ମୋଦିଜୀ ଓଡ଼ିଶାକୁ ପଠାଇଥିବା ଟଙ୍କାର ସଠିକ୍ କ୍ରିୟାନ୍ବୟନ ହେବ ତେବେ ଓଡ଼ିଶାର ବିକାଶ ହୋଇପାରିବ ବୋଲି ସେ କହିଥିଲେ । ଏହି ଅବସରରେ ଭୁବନେଶ୍ବରରେ ICAIର ଏକ ସେଣ୍ଟର ଅଫ ଏକ୍ସଲେନସ ସ୍ଥାପନ ପାଇଁ ଭୁବନେଶ୍ବର ଚାପ୍ଟର ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ICAI ଗ୍ରହଣ କରିଛି ।

{"id":832271,"sizeSlug":"full","linkDestination":"none"}

ସୋଆ କ୍ୟାମ୍ପସରେ ଆୟୋଜିତ ଏହି ୩ ଦିନିଆ ଜାତୀୟ CA ସମ୍ମିଳନୀରେ ଦେଶ ବିଦେଶରୁ ୧୪ଶହରୁ ଅଧିକ ଚାର୍ଟାଡ ଆକାଉଣ୍ଟାଣ୍ଟ ଯୋଗ ଦେଇଛନ୍ତି । ଅଗଷ୍ଟ ୧୯ ତାରିଖ ଯାଏଁ ଚାଲିବ ଏହି ସମ୍ମିଳନୀ ।  ଏଥିରେ ୭ଟି ଟେକ୍ନିକାଲ ସେସନ ହେବ । ସମ୍ମିଳନୀରେ ଚଳିତ ବର୍ଷର ଥିମ୍ ରହିଛି CA ପ୍ରଫେସନ ଇନ୍ ଡିଜିଟାଲ ଏରା । ଏଥିରେ ଚାର୍ଟାଡ୍ ଆକାଉଣ୍ଟାଣ୍ଟମାନଙ୍କ ଦାୟିତ୍ବ, ସେମାନଙ୍କ ପାଇଁ ଚାଲେଞ୍ଜ ଓ ସୁଯୋଗ ଉପରେ ବିସ୍ତୃତ ଆଲୋଚନା ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.