ଅରୁନ୍ଧତୀ ଫାଉଣ୍ଡେସନ୍ ତରଫରୁ ଲୋକନାଥ ମନ୍ଦିର ପରିସରରେ ଯଜ୍ଞ ମଣ୍ଡପର ପ୍ରତିଷ୍ଠା ଉତ୍ସବ ଓ ଶୁଭ ଲୋକାର୍ପଣ

Published By : Prameya-News7 Bureau | October 28, 2022 IST

ବଲାଙ୍ଗିର: କାର୍ତ୍ତିକ ଶୁକ୍ଲପକ୍ଷ ତୃତୀୟା ନାଗ ଚତୁର୍ଥୀ ଅବସରରେ ଅରୁନ୍ଧତୀ ଫାଉଣ୍ଡେସନ୍‌ ତରଫରୁ ଶୁକ୍ରବାର ବଲାଙ୍ଗିର ସ୍ଥିତ ଲୋକନାଥ ମନ୍ଦିର ପରିସରରେ ଭକ୍ତବୁନ୍ଦଙ୍କ ନିମନ୍ତେ ନୂତନ ଯଜ୍ଞ ମଣ୍ଡପର ପ୍ରତିଷ୍ଠା ଉତ୍ସବ ଓ ଶୁଭ ଲୋକାର୍ପଣ କରାଯାଇଅଛି। ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାପାଳ, ଚଞ୍ଚଳ ରଣା(ଅଇ.ଏ.ଏସ୍‌) ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯଜ୍ଞ ମଣ୍ଡପକୁ ଲୋକାର୍ପଣ କରିଥିଲେ।

ଅରୁନ୍ଧତୀ ପରିବାରର ପ୍ରତିଷ୍ଠାତା ଗୌରାଙ୍ଗ ମେହେର, ସହଧର୍ମିଣୀ ଲକ୍ଷ୍ମୀ ମେହେର, ନିର୍ଦ୍ଦେଶକ ଅଚ୍ୟୁତାନନ୍ଦ ମେହେର ସହଧର୍ମିଣୀ ସସ୍ମିତା ମେହେର ଓ ପରିଚାଳନା ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ମେହେର ସହଧର୍ମିଣୀ ଅରୁନ୍ଧତୀ ମେହେର ପ୍ରମୁଖ ଉପସ୍ଥିତି ରହିଥିଲେ । ଲୋକନାଥ ମନ୍ଦିର ପରିସରରେ ଦୀର୍ଘଦିନ ଧରି ଯଜ୍ଞ ମଣ୍ଡପ ଭକ୍ତବୁନ୍ଦଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ ଥିଲା। ସେହି ଦୃଷ୍ଟିରୁ ଅରୁନ୍ଧତୀ ଫାଉଣ୍ଡେସନ୍ ତରଫରୁ ଏକ ପ୍ରମୁଖ ପଦକ୍ଷପ ନେଇ ଏକ ଯଜ୍ଞ ମଣ୍ଡପର ପ୍ରତିଷ୍ଠା କରାଯାଇଅଛି । ପ୍ରକାଶ ଥାଉକି ସେବା ଉଦ୍ଦେଶ୍ୟରେ ବଲାଙ୍ଗୀର ଜିଲ୍ଲା ହରିଶଙ୍କର ସ୍ଥିତ ବେଦର୍ହ ଗ୍ରାମରେ ଅରୁନ୍ଧତୀ ଫାଉଣ୍ଡେସନ୍‌ର ୫୦୦୦ ବର୍ଗ ଫୁଟ୍ ବିଶିଷ୍ଟ ଏକ କଲ୍ୟାଣ ମଣ୍ଡପର ଲୋକାର୍ପିତ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.