scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

WIPL ନିଲାମ ପାଇଁ ଡେଡ୍ ଲାଇନ୍ ଧାର୍ଯ୍ୟ କଲା ବିସିସିଆଇ, ଜାନୁଆରୀ ୨୧ ପରେ ସ୍ପଷ୍ଟ ହେବ ଟିମ୍

7/01/2023 at 5:37 PM

ନୂଆଦିଲ୍ଲୀ: ଆଇପିଏଲ ଆଧାରରେ ୨୦୨୩ରେ ମହିଳା ଆଇପିଏଲ ଆୟୋଜନ ହେବାକୁ ଯାଉଛି । ଏଥିପାଇଁ ବିସିସିଆଇ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ କରାଯାଇଛି । ଏପରିକି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ଖେଳାଳିଙ୍କୁ WIPL ପାଇଁ ଜାନୁଆରୀ ୨୬ ଯାଏ ଟାଇମ ଅକ୍ସନ ରେଜିଷ୍ଟ୍ରେସନ ପାଇଁ ସମୟ ଦିଆଯାଇଛି । ଫେବ୍ରୁଆରୀରେ ଲିଗ୍ ପାଇଁ ଅକ୍ସନ ହୋଇପାରେ । ତେବେ ଏହାକୁ ମହିଳା ଆଇପିଏଲ ନୁହେଁ, ମହିଳା ଟି-୨୦ ଲିଗ୍ ୨୦୨୩ ନାଁରେ ବିସିସିଆଇ ଡକ୍ୟୁମେଣ୍ଟ କରିଛି ।

କ୍ରିକବଜର ରିପୋର୍ଟ ଅନୁସାରେ ଭାରତୀୟ ଖେଳାଳିଙ୍କୁ ପଠାଯାଇଥିବା ଗାଇଡଲାଇନ ଡକ୍ୟୁମେଣ୍ଟରେ, ବିସିସିଆଇ କ୍ୟାପ୍‌ଡ ଏବଂ ଅନକ୍ୟାପ୍‌ଡ ଉଭୟ ଖେଳାଳିଙ୍କୁ ପ୍ଲେୟର ଅକ୍ସନ ପାଇଁ ପଞ୍ଜିକରଣ ଲାଗି ଅନଲାଇନ ରେଜିଷ୍ଟ୍ରେସନ କରିବାକୁ କହିଛି । ତେବେ ଜାନୁଆରୀ ୨୬ ସଂଧ୍ୟା ୫ଟା ଯାଏଁ ପଞ୍ଜିକରଣ କରିପାରିବେ ।  

ଅନ୍ତରାଷ୍ଟ୍ରୀୟ ଖେଳାଳିଙ୍କ ପାଇଁ ତିନି ରିଭର୍ସ ପ୍ରାଇସ ବର୍ଗ ରହିଛି, ଏଥିରେ ୫୦ ଲକ୍ଷ, ୪୦ ଲକ୍ଷ ଏବଂ ୩୦ ଲକ୍ଷର ବର୍ଗ ସାମିଲ ରହିଛି । ଏହା ଧନରାଶିରୁ ନିଲାମୀ ଡକରା ଆରମ୍ଭ କରାଯିବ । ସେହିପରି ଅନକ୍ୟାପ୍‌ଡ ଖେଳାଳିଙ୍କ ପାଇଁ ୨୦ ଲକ୍ଷ ଏବଂ ୧୦ ଲକ୍ଷର ଟଙ୍କା ଦୁଇ ବର୍ଗ ରଖାଯାଇଛି । ପାଞ୍ଚଟି ଟିମକୁ ନେଇ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯିବ । ତେବେ ବର୍ତ୍ତମାନ ସୁଦ୍ଧା ଟିମ ଗୁଡିକର ନାଁ ଘୋଷଣା ହୋଇ ନାହିଁ । ରିପୋର୍ଟ ଅନୁସାରେ ମୁମ୍ୱାଇ ଇଣ୍ଡିଆନ୍ସ ଫ୍ରାଞ୍ଚାଇଜ୍ ନିଜ ଟିମ ଓହ୍ଲାଇବାକୁ ଆଗ୍ରହ ପ୍ରକାଶ କରିଛି ।

ମହିଳା ଆଇପିଏଲ ପାଇଁ ଜାନୁଆରୀ ୧୬ରେ ମିଡିଆ ରାଇଟ୍ସ ଅକ୍ସନ କରାଯିବ । ଲିଗରେ କେଉଁ କେଉଁ ଟିମ୍ ସାମିଲ ହେବେ ଜାନୁଆରୀ ୨୧ ପରେ ତାହା ସ୍ପଷ୍ଟ ହେବ ।

   Related Posts