ଥମୁନି ବିବାଦ ! ବ୍ରିଜ ଭୂଷଣଙ୍କ ନାଁରେ ଅଭିଯୋଗର ତଦନ୍ତ ପାଇଁ ଗଠିତ କମିଟିକୁ ନେଇ ପ୍ରଶ୍ନ ଉଠାଇଲେ ରେସଲର

Published By : Prameya-News7 Bureau | January 24, 2023 IST

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂଙ୍କ ନାଁରେ ଆସିଥିବା ଅଭିଯୋଗର ତଦନ୍ତ ପାଇଁ ଗଠିତ ନୀରିକ୍ଷଣ କମିଟି ଉପରେ ପ୍ରଶ୍ନ ଉଠିଛି । ଭାରତର ଷ୍ଟାର ରେସଲର ଭିନେଶ ଫୋଗାଟ, ବଜରଙ୍ଗ ପୁନିଆ ଏବଂ ସାକ୍ଷୀ ମଲ୍ଲିକ ଏହି କମିଟିକୁ ନେଇ ପ୍ରଶ୍ନ ଉଠଇଛନ୍ତି । ଭିନେଶ ଏବଂ ବଜରଙ୍ଗ ପୁନିଆ ଟ୍ୱିଟ୍ କରି ଅଭିଯୋଗ କରିଛନ୍ତି ଯେ, କମିଟି ଗଠନ କରାଯିବା ପୂର୍ବରୁ ସେମାନଙ୍କ ସହ କୌଣସି ଆଲୋଚନା କରାଯାଇ ନାହିଁ । ଉଲ୍ଲେଖଯୋଗ୍ୟ ଯେ ଭାରତୀୟ କୁସ୍ତି ମହାସଂଘ ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ନାଁରେ ଆସିଥିବା ଯୌନ ନିର୍ଯାତନା ଅଭିଯୋଗର ତଦନ୍ତ ପାଇଁ କେନ୍ଦ୍ର ସରକାର ମେରୀ କମଙ୍କ ନେତୃତ୍ୱରେ ୫ ଜଣିଆ କମିଟି ଗଠନ କରିଛନ୍ତି ।

ମଙ୍ଗଳବାର ଭନେଶ ଫୋଗାଟ ଟ୍ୱିଟ୍ କରି କହିଛନ୍ତି, 'ଆମକୁ ଆଶ୍ୱସନା ଦିଆଯାଇଥିଲା ଯେ ନିରୀକ୍ଷଣ କମିଟିର ଗଠନ ପୂର୍ବରୁ ଆମ ସହ ଆଲୋଚନା କରାଯିବ । ବଡ ଦୁଃଖର ବିଷୟ ଯେ ଏହି କମିଟି ଗଠନ ପୂର୍ବରୁ ଆମର ମତ ନିଆ ଯାଇ ନାହିଁ'। ବଜରଙ୍ଗ ପୁନିଆ ମଧ୍ୟ ଟ୍ୱିଟ୍ କରି ସମାନ କଥା ଲେଖିଛନ୍ତି ।

wp:html /wp:html

ସୋମବାର ଜାନୁଆରୀ ୨୩ରେ କେନ୍ଦ୍ର ଖେଳ ମନ୍ତ୍ରୀ ଅନୁରାଗ ଠାକୁର କହିଥିଲେ ଯେ ମେରୀ କମଙ୍କ ନେତୃତ୍ୟରେ ୫ ଜଣିଆ ଟିମ୍ ବ୍ରିଜ ଭୂଷଣଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ଏବଂ ଭ୍ରଷ୍ଟାଚାର ମାମଲାର ତଦନ୍ତ କରିବ । ନ୍ୟୁଜ୍ ଏଜେନ୍ସି ଏଏନଆଇ ଖେଳ ମନ୍ତ୍ରାଳୟର ସୂତ୍ରକୁ ଆଧାର କରି କହିଥିଲା ଯେ ଓଭରସାଇଟ୍ କମିଟିର ୫ ସଦସ୍ୟଙ୍କ ମଧ୍ୟରୁ ୩ ଜଣଙ୍କ ନାଁ କୁସ୍ତିଯୋଦ୍ଧା ସୁପାରିସ୍ କରିଥିଲେ, କିନ୍ତୁ ଏବେ ରେସଲରଙ୍କ ଅଭିଯୋଗରେ ସେମାନଙ୍କ ପରାମର୍ଶ ନିଆଯାଇ ନାହିଁ।

ଭାରତର କୁସ୍ତି ଯୋଦ୍ଧା ବିନେଶ ଭୋଗାଟ, ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକଙ୍କ ଭଳି ଏକାଧିକ କୁସ୍ତି ଯୋଦ୍ଧା ବ୍ରିଜ ଭୂଷଣଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ବ୍ରିଜ ଭୂଷଣ ମହିଳା ରେସଲରମାନଙ୍କୁ ଯୌନ ନିର୍ଯାତନା ଦେଉଛନ୍ତି ବୋଲି ବିନେଶ ଫୋଗାଟ ଅଭିଯୋଗ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.