ବିଶ୍ବକପରେ ଭାରତ ତିନି ଥର ଫାଇନାଲକୁ ଯାଇଛି , ଜିତିଛି ଦୁଇଥର

Published By : Prameya-News7 Bureau | July 10, 2019 IST

ଲଣ୍ଡନ ୧୦/୭: ଆଇସିସି ଓ୍ବାଲର୍ଡ଼ କପ୍-୨୦୧୯ର ଫାଇନାଲର ମ୍ୟାଚର ଅତି ନିକଟରେ ଅଛି ଟିମ୍ ଇଣ୍ଡିଆ। ଏବେ ଯାଏଁ ହୋଇଥିବା ୧୧ଟି ଓ୍ବାଲର୍ଡ଼ କପରେ ଭାରତୀୟ ଟିମ୍ ୩ଥର ଫାଇନାଲରେ ପହଞ୍ଚିଛି। ଏଥିରୁ ଇଣ୍ଡିଆ ୨ଥର ଜିତିଥିବାବେଳେ ଗୋଟିଏରେ ହାରିଛି। ଭାରତୀୟ ଟିମ୍ ୧୯୮୩,୨୦୦୩ ଏବଂ ୨୦୧୧ ଓ୍ବାଲର୍ଡ଼ କପରେ ଫାଇନାଲ ଖେଳି ସାରିଛି।

 ଓ୍ବାଲର୍ଡ଼ କପର ଦ୍ବାଦଶ ଏଡିସନରେ ବି ଇଣ୍ଡିଆର ଫାଇନାଲରେ ପହଞ୍ଚିବାର ସମ୍ଭାବନା ରହିଛି। ମାଞ୍ଚେଷ୍ଟରର ଓଲ୍ଡ ଟ୍ରଫଡରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ପ୍ରଥମ ସେମିଫାଇନାଲରେ ଇଣ୍ଡିଆ ଟିମର ଫାଇନାଲର ରାସ୍ତା ସହଜ ଜଣାଯାଉଛି ।  କିନ୍ତୁ ଏହି ମ୍ୟାଚରେ ବର୍ଷା ବାଧକ ସାଜିଛି । ଗତକାଲି ମ୍ୟାଚ ଅଧାରୁ ସ୍ଥଗିତ ରହିଥିବାବେଳେ ଆଜିବଂ ରିଜର୍ଭ ଡେ ରେ ପୁଣି ଖେଳ ହେବାକୁ ଯାଉଛି। ତେବେ ାସନ୍ତୁ ନଜର ପକାଇବା ଭାରତର ୱାର୍ଲ୍ଡ କପ ଯାତ୍ରା ଉପରେ ଏକ ନଜର…

 ୧.୧୯୮୩ ଓ୍ବାଲର୍ଡ଼ କପ୍ : ଏହି ଓ୍ବାଲର୍ଡ଼ କପରେ ମୋଟ ୨୭ଟି ମ୍ୟାଚ୍ ଖେଳାଯାଇଥିଲା। ସେଥିରୁ ୬ଟି ମ୍ୟାଚରେ ଇଣ୍ଡିଆ ଜିତିଥିବାବେଳେ ଏବଂ ଗୋଟିଏ ମ୍ୟାଚରେ ହାରିଥିଲା। ଭାରତ ଏହି ଓ୍ବାଲର୍ଡ଼ କପର ଲିଗ୍ ମୁକାବିଲାରେ ଓ୍ବେଷ୍ଟଇଣ୍ଡିଜଠାରୁ ହାରିଥିଲା। ଭାରତ ସେମିଫାଇନାଲରେ ଇଂଲଣ୍ଡକୁ ମାତ୍ ଦେଇଥିଲା,କିନ୍ତୁ ଫାଇନାଲରେ ଓ୍ବେଷ୍ଟଇଣ୍ଡିଜକୁ ହରାଇ ବିଜୟୀ ହୋଇଥିଲା।

ସେମିଫାଇନାଲ- ଇଂଲଣ୍ଡ-୨୧୩, ଭାରତ- ୨୧୭

ଫାଇନାଲ- ଭାରତ -୧୮୩, ଓ୍ବେଷ୍ଟଇଣ୍ଡିଜ – ୧୪୦

୨.୨୦୦୩-ଓ୍ବାଲର୍ଡ଼ କପ୍ : ଏହି ଓ୍ବାଲର୍ଡ଼ କପରେ ୫୪ଟି ମ୍ୟାଚ୍ ଖେଳାଯାଇଥିଲା। ଭାରତ ଏହି ଓ୍ବାଲର୍ଡ଼ କପରେ ୯ଟି ମ୍ୟାଚ୍ ଜିତିଥିଲା। ଫାଇନାଲ ମୁକାବିଲାରେ କିନ୍ତୁ ଅଷ୍ଟେଲିଆଠୁ ହାରିଥିଲା।

ସେମିଫାଇନାଲ- ଭାରତ -୨୭୦, କେନିଆ -୧୭୯

ଫାଇନାଲ – ଅଷ୍ଟେଲିଆ – ୩୫୯, ଭାରତ – ୨୩୪

୩. ୨୦୧୧- ଓ୍ବାଲର୍ଡ଼ କପ୍ : ଏହି ଓ୍ବାଲର୍ଡ଼ କପରେ ମୋଟ ୫୦ଟି ମ୍ୟାଚ୍ ହୋଇଥିଲା,ଯେଉଁଥିରେ ୭ଟି ମ୍ୟାଚରେ ଭାରତ ଜିତିଥିଲା। ଏହି ଓ୍ବାଲର୍ଡ଼ କପର ଏକାଦଶ ମ୍ୟାଚ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିଲା ଯାହା ଟାଇ ରହିଥିଲା। ଏହି ମ୍ୟାଚରେ ମୋଟ ୬୭୬ରନ୍ ହୋଇଥିଲା। ଫାଇନାଲରେ ଭାରତୀୟ ଟିମ୍ ଶ୍ରୀଲଙ୍କାକୁ ହରାଇ ଚାମ୍ପିଅନ୍ ହୋଇଥିଲା।

ସେମିଫାଇନାଲ – ଭାରତ – ୨୬୦,ପାକିସ୍ତାନ – ୨୩୧

ଫାଇନାଲ – ଶ୍ରୀଲଙ୍କା -୨୭୪, ଭାରତ – ୨୭୭

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.