scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିଶ୍ୱକପ୍‌ ପୂର୍ବରୁ ୩ ଅଭ୍ୟାସ୍ ମ୍ୟାଚ୍‌, ନ୍ୟୁଜିଲାଣ୍ଡ ଓ ବାଂଲାଦେଶର ଜବରଦସ୍ତ ବିଜୟ, ବର୍ଷା ଯୋଗୁ ଗୋଟିଏ ମ୍ୟାଚ୍ ରଦ୍ଦ

29/09/2023 at 11:39 PM

ନୂଆଦିଲ୍ଲୀ: ଅକ୍ଟୋବର ୫ ତାରିଖରୁ ଦିନିକିଆ ବିଶ୍ୱକପ୍ ଖେଳାଯିବାକୁ ଥିବା ବେଳେ ଶୁକ୍ରବାର(ସେପ୍ଟେମ୍ବର ୨୯) ଟିମ୍‌ଗୁଡ଼ିକ ମଧ୍ୟରେ ୱାର୍ମଅପ୍ ମ୍ୟାଚ୍ ଆରମ୍ଭ ଖେଳାଯାଇଛି। ଆଜି ୩ଟି ଅଭ୍ୟାସ ମ୍ୟାଚ୍ ଖେଳାଯାଇଥିଲା। ୬ଟି ଟିମ୍ ମଧ୍ୟରେ ଲଢେଇ ହୋଇଥିଲା।

ପାକିସ୍ତାନ ବନାମ ନ୍ୟୁଜିଲାଣ୍ଡ

ଆଜି ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟର୍‌ନ୍ୟାସ୍‌ନାଲ ଷ୍ଟାଡିୟମ୍‌ରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅଭ୍ୟାସ ମ୍ୟାଚ୍ ଖେଳା ଯାଇଥିଲା। ଏଥିରେ ପାକିସ୍ତାନ ଟସ୍ ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍ ହରାଇ ୩୪୫ ରନ୍ କରିଥିଲା ପାକିସ୍ତାନ ପକ୍ଷରୁ ମହମ୍ମଦ ରିଜୱାନ ସର୍ବାଧିକ ୧୦୩ ରନ୍ କରିଥିବା ବେଳେ ଅଧିନାୟକ ବାବର ଆଜମ ୮୦ ଓ ସୌଦ ସକୀଲ ୭୫ ରନ୍ କରିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ସାଣ୍ଟନର ସର୍ବାଧିକ ୨ ୱିକେଟ୍ ନେଇଥିଲେ।
ଅନ୍ୟପଟେ ନ୍ୟୁଜିଲାଣ୍ଡ ଆଜିର ଏକ ବଡ଼ ସ୍କୋର ମୁକାବିଲାକୁ ଅତି ସହଜରେ ଜିତି ନେଇଛି। ନ୍ୟୁଜିଲାଣ୍ଡ ମାତ୍ର ୪୩.୪ ଓଭରରେ ୫ ୱିକେଟ୍ ହରାଇ ୩୪୬ ରନ୍ କରି ମ୍ୟାଚ୍ ଜିତି ନେଇଛି। ଦଳ ପକ୍ଷରୁ ରଚିନ ରବିନ୍ଦ୍ର ସର୍ବାଧିକ ୯୭ ରନ୍ କରିଥିଲେ। ତାଙ୍କ ପଛକୁ କେନ୍ ୱିଲିୟମସନ ୫୪, ଡେରିଲ ମିଶେଲ ୫୯* ଓ ମାର୍କ ଚାମ୍ପନ ୬୫ ରନ୍ କରିଥିଲେ। ସେହିପରି ପାକିସ୍ତାନ ପକ୍ଷରୁ ଉସାମା ମୀର କେବଳ ୨ଟି ୱିକେଟ୍ ନେବାରେ ସକ୍ଷମ ହୋଇଥିଲେ।  

ପଢ଼ନ୍ତୁ-ବିଶ୍ୱକପ୍‌ରେ ଏକାଧିକ ରେକର୍ଡ ଭାଙ୍ଗିବା ଅପେକ୍ଷାରେ ରୋହିତ ଶର୍ମା; ସଚିନଙ୍କ ସେଞ୍ଚୁରି, ଗେଲ୍‌ଙ୍କ ଛକ୍କା ସବୁ ପଡ଼ିବ ଫିକା

ବାଂଲାଦେଶ ବନାମ ଶ୍ରୀଲଙ୍କା

ସେହିପରି ଦ୍ୱିତୀୟ ମ୍ୟାଚ୍ ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଗୌହ୍ୱାଟୀରେ ଖେଳାଯାଇଥିଲା। ଶ୍ରୀଲଙ୍କା ମଧ୍ୟ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୪୯.୧ ଓଭରରେ ୨୬୩ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା। ଦଳ ପକ୍ଷରୁ ପାଥୁମ ନିଶଙ୍କା ସର୍ବାଧିକ ୬୮ ରନ୍ କରିଥିବା ବେଳେ ଧନଞ୍ଜୟ ଡି ସିଲ୍‌ଭା ୫୫ ରନ୍ କରିଥିଲେ। ଅନ୍ୟ କୌଣସି ବ୍ୟାଟର ଅର୍ଦ୍ଧଶତକ କରିପାରି ନଥିଲେ। ବାଂଲାଦେଶ ପକ୍ଷରୁ ମେହଦୀ ହସନ ସର୍ବାଧିକ ୩ ୱିକେଟ୍ ନେଇଥିଲେ।

୨୬୪ ରନ୍ ଟାର୍ଗେଟ୍‌ ପଡ଼ିଆକୁ ଓହ୍ଲାଇଥିବା ବାଂଲାଦେଶ ସହଜରେ ବିଜୟ ହାସଲ କରିନେଇଛି। ଦଳ ମାତ୍ର ୪୨ ଓଭରରେ ୩ ୱିକେଟ୍ ହରାଇ ୨୬୪ ରନ୍ ଟାର୍ଗେଟ୍ ହାସଲ କରିନେଇଥିଲା। ବାଂଲାଦେଶ ପକ୍ଷରୁ ତାଞ୍ଜିଦ ହସନ ସର୍ବାଧିକ ୮୪, ଲିଟନ ଦାସ ୬୧ ଓ ମେହଦୀ ହସନ ମୀରାଜ ୬୭ ରନ୍ କରିଥିଲେ।

ଦକ୍ଷିଣ ଆଫ୍ରିକା ବନାମ ଆଫଗାନିସ୍ତାନ

ଅନ୍ୟପଟେ ତୃତୀୟ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ଓ ଆଫଗାନିସ୍ତାନ ମଧ୍ୟରେ ଥିରୁଅନନ୍ତପୁରମରେ ଖେଳାଯିବାକୁ ଥିଲା। ହେଲେ ବର୍ଷା ବାଧକ ସାଜିଥିଲା। ମୂଶଳ ଧାରାରେ ବର୍ଷା ଯୋଗୁ ଖେଳ ଆରମ୍ଭ ହୋଇପାରି ନଥିଲା। ଏମିତିକି ଟସ୍‌ ପଡ଼ିବା ପୂର୍ବରୁ ହିଁ ଖେଳ ରଦ୍ଦ କରାଯାଇଥିଲା।   

   Related Posts