ଗାଁରେ ମାତିଛି ମହାବଳ ବାଘ; ପ୍ରଚାର କରି ସଚେତନ କରୁଛି ବନ ବିଭାଗ
1/12/2022 at 8:57 PM

ନାରାୟଣପାଟଣା ୦୧/୧୨: ଡରାଉଛି ମହାବଳ ବାଘ। ଡେରା ପକାଇଛନ୍ତି ବନ ବିଭାଗ। ୫ ଦିନ ହେଲା ଲଗାତାର ସୀମାନ୍ତ ଗାଁରେ ଆତଙ୍କ ଖେଲାଇଛି ଅଣ୍ଡିରା ବାଘ। ସୀମାନ୍ତ ଝାଙ୍କିରି କାରିଲି ଗାଁ ପାହାଡ଼ରେ ବଳଦକୁ ୫ ଦିନ ପର୍ଯ୍ୟନ୍ତ ଖାଇ ଚାଲିଯାଇଛି ମହାବଳ। ବନ କର୍ମଚାରୀଙ୍କ କହିବା ଅନୁସାରେ, ବଳଦକୁ ବାଘ ୯୦ ପ୍ରତିଶତ ଖାଇସାରିଛି। ପରେ ଜାଗା ବଦଳାଇ ଖାଦ୍ୟ ପାଇଁ ଅନ୍ୟ ଗାଁ ମୁହାଁ ହୋଇପାରେ ବୋଲି ବନ ବିଭାଗ ଅନୁମାନ କରିଛି। ସେପଟେ ବାଘାକୁ ନେଇ ସୀମାନ୍ତ ଗାଁରେ କୋକୁଆ ଭୟ ଅଧିକ ବଢ଼ିଯାଇଛି। କାରଣ ଖାଦ୍ୟ ପାଇଁ ପୁଣି ବାଘ ଗାଁ ମୁହାଁ ହେବା ନେଇ ଭୟଭୀତ ଗ୍ରାମବାସୀ ଭୟବିତ ଅବସ୍ଥାରେ ଅଛନ୍ତି। ଅନ୍ୟପଟେ ବନ ବିଭାଗ ବାଘର ଗତିବିଧି ଉପରେ ସଜାଗ ରହିଛି।ପୋଷ୍ଟର, ଜନ ସମ୍ପର୍କ ଶିବିର, ମାଧ୍ୟମରେ ସଚେତନ କାର୍ଯ୍ୟକୁ ବନ ବିଭାଗ ଜୋରଦାର କରିଛି।
Related Posts
ପଂଚାୟତ ନିର୍ବାହୀ ଅଧିକାରୀଙ୍କ କଳାକାରନାମା, ବଞ୍ଚି ଥାଉ ଥାଉ ମାରିଦେଲେ
31 January 2023