ପୁରୀ ୧୮/୦୯: ଓଡ଼ିଆ ପର୍ବପର୍ବାଣୀର ଦ୍ବିତୀୟା ଓଷା ଓ ଘାଣ୍ଟ ତରକାରୀର ରହିଛି ମଧୁର ସମ୍ପର୍କ। ଓଡ଼ିଆ ଘରର ମାଆମାନେ ପୁତ୍ର କନ୍ୟାଙ୍କର କଲ୍ୟାଣ କାମନା କରି ଦ୍ବିତିବାହାନଙ୍କ ପୂଜାର୍ଚ୍ଚନା କରିବା ସହ ଏହି ଅବସରରେ ଘାଣ୍ଟ ତରକାରୀ ପ୍ରସ୍ତୁତ କରନ୍ତି। ତେବେ ଆଧୁନିକତାର ଯୁଗରେ ଏଭଳି ପରମ୍ପରା ଘରେ ଘରେ ପାଳନ ହେବା ସହ ଓଷା କରି ମାଆ ମାନେ ଘାଣ୍ଟ ତରକାରୀ ପ୍ରସ୍ତୁତ କରିଥିବା ଦେଖିବାକୁ ମିଳିଛି।
{"id":685838,"width":356,"height":267,"sizeSlug":"full","linkDestination":"none"}ଓଡ଼ିଆଙ୍କ ଘରେ ଘରେ ଦ୍ବିତୀୟା ଓଷାର ବିଶେଷ ମହତ୍ଵ ରହିଛି । ବିଶେଷ କରି ପୁତ୍ର କନ୍ୟାଙ୍କର ମଙ୍ଗଳ କାମନା କରି ମାଆ ମାନେ ଏହି ଓଷା ପାଳନ କରନ୍ତି। ଶ୍ରୀକ୍ଷେତ୍ରର ସାହି ଗଳିକନ୍ଦିରେ ଗ୍ରହରାଜ ସୂର୍ଯ୍ୟଙ୍କ ପୁତ୍ର ଦ୍ବିତିବାହାନଙ୍କର ପୂଜାର୍ଚ୍ଚନା କରାଯାଇଥାଏ। କଦଳୀ ଗଛ ଓ ତୁଳସୀ ସାହାଯ୍ୟରେ ସ୍ବତନ୍ତ୍ର ଆସ୍ଥାନ ନିର୍ମାଣ କରାହେବା ସହ ବିଭିନ୍ନ ଗୋଟା ପରିବାକୁ ଭୋଗ ଲଗାଯାଇଥାଏ। ପାଣିକଖାରୁ, କାକୁଡ଼ି, କାଙ୍କଡ଼, ପୋଟଳ, ଜହ୍ନି ପ୍ରଭୃତି ପରିବାକୁ ଭୋଗ ଲଗାଯିବାର ପରମ୍ପରା ରହିଛି। ମାଆ ମାନେ ଏହି ଅବସରରେ ଉପବାସ ରହି ବେଶ୍ ନିଷ୍ଠାର ସହ ଏହି ବ୍ରତକୁ ପାଳନ କରନ୍ତି।
{"id":685839,"width":317,"height":238,"sizeSlug":"full","linkDestination":"none"}ଦ୍ବିତୀୟା ଓଷା ପରଦିନ ଘରେ ଘରେ ଘାଣ୍ଟ ତରକାରୀ ହୁଏ । ପୂର୍ବଦିନ ସଂନ୍ଧ୍ୟାରେ ପୂଜା ହୋଇଥିବା ଏହି ସମସ୍ତ ପରିବାକୁ ଏକାଠି କରି ଘରର ମାଆମାନେ ଘାଣ୍ଟ ତରକାରୀ ପ୍ରସ୍ତୁତ କରିଛଥାଆନ୍ତି। ଏହି ଘାଣ୍ଟ ତରକାରୀରେ ଗଜାମୁଗ, ମଟର, ସୋଲାବୁଟ, ଓଉ, କଞ୍ଚା କମଳା ଓ ନଡ଼ିଆ ପକାଇ ଏହାକୁ ଆହୁରି ସୁଆଦିଆ କରାଯାଏ। ବିଶେଷ କରି ଏହି ପର୍ବ ଅବସରରେ ଏହି ତରକାରୀ ବେଶ ସ୍ବାଦିଷ୍ଟ ହୋଇଥାଏ ବୋଲି ବିଶ୍ଵାସ ରହିଛି।
{"id":685840,"width":262,"height":197,"sizeSlug":"full","linkDestination":"none"}ଏହି ଅବସରରେ ସମସ୍ତ ପରିବାର ଏକାଠି ହୋଇ ଏହି ଘାଣ୍ଟ ତରକାରୀ ଖାଇବା ସହିତ ସାହି ପଡ଼ିଶାରେ ମଧ୍ୟ ଏହାକୁ ବାଣ୍ଟି ଆଆନ୍ତି। ଆଧୁନିକ ସମାଜରେ ଏହି ପର୍ବ ଧିରେ ଧିରେ ତା'ର ସ୍ୱତନ୍ତ୍ରତା ହରାଇଥିବା ବେଳେ ଓଡିଆ ଘରର ଘରଣୀମାନେ ଘାଣ୍ଟ ତରକାରୀକୁ ଛାଡ଼ି ପାରିନାହାନ୍ତି।
{"id":685841,"width":425,"height":234,"sizeSlug":"large","linkDestination":"none"}