scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା ! ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନେବ ଅବପାତର ରୂପ

30/11/2023 at 6:38 PM

ଭୁବନେଶ୍ବର ୩୦।୧୧: ଘନୀଭୂତ ହେଉଛି ଓ୍ବେଲମାର୍କ ଲୋ-ପ୍ରେସର । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନେବ ଅବପାତର ରୂପ । ୩ ତାରିଖ ସୁଦ୍ଧା ବାତ୍ୟାରେ ପରିଣତ ହୋଇ ସ୍ଥଳଭାଗ ମୁହାଁ ହେବ । ବାତ୍ୟାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡିବ ନାହିଁ ବୋଲି ପୂର୍ବାନୁମାନ କରିଛି ଆଇଏମ୍‌ଡି । ତେବେ ୪ ତାରିଖ ବେଳକୁ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସାମ୍ଭାବ୍ୟ ବାତ୍ୟା ଉତ୍ତର ତାମିଲନାଡୁ ଏବଂ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରାଯାଇଛି । ତେବେ ସମୁଦ୍ର ଅଶାନ୍ତ ରହିବା କାରଣରୁ ଆସନ୍ତାକାଲି ସୁଦ୍ଧା ଗଭୀର ସମୁଦ୍ରରେ ଥିବା ମତ୍ସଜୀବୀମାନେ କୂଳକୁ ଫେରି ଆସିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ବାତ୍ୟା ପ୍ରଭାବରେ ଆସନ୍ତା ୩ ତାରିଖରୁ ଓଡ଼ିଶାରେ ପାଗ ପରିବର୍ତ୍ତନ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷ କରି ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, କନ୍ଧମାଳ, କୋରାପୁଟ, ନବରଙ୍ଗପୁର ସମେତ ପୁରୀ, ଖୋର୍ଦ୍ଧା, ନୟାଗଡ, କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ବର ଏବଂ ଭଦ୍ରକ ଜିଲ୍ଲାରେ ହାଲୁକା ବର୍ଷା ହେବ ବୋଲି ଆକଳନ କରାଯାଇଛି । ଆସନ୍ତା ୬ ତାରିଖରେ ବାତ୍ୟାର ସର୍ବାଧିକ ପ୍ରଭାବ ଓଡ଼ିଶା ଉପରେ ପଡିବ । ଦକ୍ଷିଣ ଉପକୂଳ ଓଡ଼ିଶାର ୧୭ଟି ଜିଲ୍ଲାରେ ସର୍ବାଧିକ ବର୍ଷା ହେବାର ଆକଳନ କରାଯାଇଥିବା ବେଳେ ବାକି ୧୩ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ଆକଳନ କରାଯାଇଛି । ସେପଟରେ ପାଣିପାଗ ବୈଜ୍ଞାନିକ କହିଛନ୍ତି ୨୦୨୧ ରେ ବାତ୍ୟା ଯବାନ ସୃଷ୍ଟିର ହୋଇଥିଲା । କିନ୍ତୁ ଶୁଷ୍କ ବାୟୁ ସହିତ ପ୍ରତିକ୍ରିୟା କରି ଏଭଳି ଉପକୂଳରେ ଦୁର୍ବଳ ହୋଇଥାଏ ବୋଲି କହିଛନ୍ତି ।

ସେପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି ନଭେମ୍ବର ୧୫ ପରେ ଡିସେମ୍ବର ମାସରେ ଯେଉଁ ସିଷ୍ଟମ୍ ଆସେ ତାହା ତାମିଲନାଡୁ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳକୁ ଆସେ । ଓଡ଼ିଶାକୁ ସିଧାସଳଖ ଅତିକ୍ରମ ନ କଲେ ବି ପ୍ରଭାବ ପଡେ ଓ ବର୍ଷା ମଧ୍ୟ ହୁଏ । ବିଶେଷ ଭାବେ ଦକ୍ଷିଣ ଓଡ଼ିଶାରେ ବର୍ଷା ଅଧିକ ହୁଏ । ୨୦୧୮ ରେ ଏଭଲି ସ୍ଥିତିର ଉପୁଜିଥିଲା । ଏ ବତ୍ୟା ପ୍ରଭାବ ମଧ୍ୟ ଓଡ଼ିଶା ଉପରେ ପଡିପାରେ ।

ତେବେ ସାମ୍ଭାବ୍ୟ ବାତ୍ୟା ପୂର୍ବରୁ ରାଜ୍ୟରେ ଉପରମୁହାଁ ହୋଇଛି ପାରଦ । ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ତାପମାତ୍ରା ବଢିଛି । ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା ଥିବାରୁ ଶୀତ ଫେରିବା ଆଶା କମ୍ ରହିଛି ।

You Can Read:

   Related Posts