କିଏ ହେବେ ରାଜ୍ୟ ପୋଲିସର ନୂଆ ମୁଖିଆ ? ତାଲିକାରେ ୭ ଜଣଙ୍କ ନାଁ

Published By : Prameya-News7 Bureau | November 11, 2023 IST

ଭୁବନେଶ୍ଵର: ନୂଆ ବର୍ଷରେ ନୂଆ ପୋଲିସ ମୁଖିଆ ପାଇବ ରାଜ୍ୟ । ଡିସେମ୍ବରରେ ଶେଷ ହେଉଛି ପୋଲିସ ଡିଜି ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ । ତାଙ୍କ ପରେ କିଏ ହେବ ଓଡ଼ିଶାର ନୂଆ ପୋଲିସ ଡିଜି ତାକୁ ନେଇ ପାଓ୍ବାର କରିଡରରେ ଜୋରଦାର ଚର୍ଚ୍ଚା । ନିୟମ ଅନୁସାରେ ଡିଜି ପଦବୀ ପାଇଁ ୭ଜଣ ଆଇପିଏସ୍ ଅଫିସରଙ୍କ ନାଁ ସୁପାରିଶ କରିଛନ୍ତି ରାଜ୍ୟ ସରକାର ।

ନୂଆ ବର୍ଷରେ ନୂଆ ପୋଲିସ ଡିଜି । ଡିସେମ୍ବର ୩୧ ରେ ଶେଷ ହେବାକୁ ଯାଉଛି ପୋଲିସ ଡିଜି ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ । ତାଙ୍କ ପରେ  ନୂଆ ପୋଲିସ ଡିଜି କିଏ ହେବ ତାକୁ ନେଇ ପାୱାର କରିଡ଼ରରେ ଜୋରଦାର ଚର୍ଚ୍ଚା । କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ  ରାଜ୍ୟ ସରକାର  ନୂଆ ପୋଲିସ ଡିଜିଙ୍କ ପାଇଁ ୭ ଜଣଙ୍କ ନାଁ ସୁପାରିଶ  କରିଛନ୍ତି । ବି ରାଧୀକା , ଏ. ଏମ. ପ୍ରସାଦ, ୱାଇ.ବି ଖୁରାନିଆ, ଏସ ଏମ ନରଓ୍ବଣେ,ଅରୁଣ ରାୟ, ଅରୁଣ ଷଡ଼ଙ୍ଗୀ ଓ ସୁଧାଂଶୁ ଷଡ଼ଙ୍ଗୀଙ୍କ ନାଁ କେନ୍ଦ୍ରକୁ ସୁପାରିଶ କରିଛନ୍ତି ରାଜ୍ୟ ସରକାର ।

wp:heading {"level":4}

ଅଧିକ ପଢନ୍ତୁ- ଘର ଓ ଜାଗା ବିକ୍ରି ନାଁରେ ଠକେଇ ଅଭିଯୋଗ, ଅଭିଯୁକ୍ତ ମା’-ପୁଅ ଗିରଫ

/wp:heading

ବି.ରାଧୀକା ହେଉଛନ୍ତି ୧୯୮୯ର ବ୍ୟାଚର ଆଇପିଏସ୍ ଅଫିସର ।  ଏବେ ସେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି । ସ୍ବତନ୍ତ ସଶନ୍ତ୍ର ବଳର ଅତିରିକ୍ତ ଡିଜି ଅଛନ୍ତି ।  ଏ ଏମ ପ୍ରସାଦ ମଧ୍ୟ ୧୯୮୯ ବ୍ୟାଚର ଆଇପିଏସ ଅଫିସର ।   ଏବେ ସେ ଜେଲ ଡିଜି ଭାବେ କାର୍ଯ୍ୟରତ ଅଛନ୍ତି ।  ଓ୍ବାବି ଖୁରାନିଆ ହେଉଛନ୍ତି ୧୯୯୦ ବ୍ୟାଚର  ଆଇପିଏସ ଅଫିସର । ଏବେ ସେ ବିଏସଏଫର ଇଷ୍ଟର୍ଣ୍ଣ କମାଣ୍ଡର ଅତିରିକ୍ତ ଡିଜି ଦାୟିତ୍ବରେ ଅଛନ୍ତି। ଏସ ଏମ ନରଓ୍ବଣେ ହେଉଛନ୍ତି ୧୯୮୯ ବ୍ୟାଚର ଆଇପିଏସ ଅଫିସର । ଏବେ ସେ ଗୃହ ବିଭାଗର ଓଏସଡି ଭାବେ କାର୍ଯ୍ୟରତ ଅଛନ୍ତି । ଅରୁଣ ରାୟ ହେଉଛନ୍ତି ୧୯୮୮ ବ୍ୟାଚର ଆଇପିଏସ ଅଫିସର । ସେ ଏବେ  ପ୍ରିଣ୍ଟିଂ ଓ ପବ୍ଲିକେସନ ବିଭାଗର ନିର୍ଦେଶକ  ଭାବେ କାମ କରୁଛନ୍ତି। ଅରୁଣ ଷଡଙ୍ଗୀ ହେଉଛନ୍ତି ୧୯୯୦ ବ୍ୟାଚର  ଆପିଏସ ଅପିସର । ସେ ଏବେ ବିଜୁ ପଟ୍ଟନାୟକ ପୋଲିସ ଟ୍ରେନିଂ ଏକାଡେମୀର ନିର୍ଦେଶକ ଭାବେ କାମ କରୁଛନ୍ତି।  ସୁଧାଂଶୁ ଷଡ଼ଙ୍ଗୀ ହେଉଛନ୍ତି ୧୯୯୦ ବ୍ୟାଚର  ଆଇପିଏସ ଅଫିସର । ସେ ଏବେ ଅଗ୍ନିଶମ ଓ ହୋମ ଗାର୍ଡ ବିଭାଗର ଡିଜି ଅଛନ୍ତି ।

ଆସନ୍ତା ଡିସେମ୍ବର ପ୍ରଥମ ସପ୍ତାହରେ  କେନ୍ଦ୍ର ସରକାରଙ୍କ  ଦ୍ବାରା ଗଠିତ ପ୍ୟାନେଲ ସହିତ ମୁଖ୍ୟଶାସନ ସଚିବ , ଗୃହ ସଚିବ ଏବଂ  ଡିଜିଙ୍କ  ବୈଠକ ବସିବ ।  ଏହା ପରେ  ଏହି ୭ ଜଣଙ୍କ ଭିତରୁ କେନ୍ଦ୍ର ସରକାର  ଡିଜି ପଦବୀ ପାଇଁ  ତିନି ଜଣଙ୍କ ନାମ ସୁପାରିଶ କରିବେ । ସେହି ତିନି ଜଣଙ୍କ ଭିତରୁ ରାଜ୍ୟ ସରକାର ଜଣଙ୍କୁ ଓଡ଼ିଶାର ପୋଲିସ ଡିଜି ଭାବେ ମନୋନୀତ କରିବେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.