ଚାକିରି ନାଁରେ ଠକେଇ ଅଭିଯୋଗ; ବନ୍ଧକ ଥିବା ଯୁବକ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ

Published By : Prameya-News7 Bureau | January 14, 2023 IST

ବଲାଙ୍ଗୀର ୧୪/୦୧: ମିଛ କହି ଚାକିରି ପ୍ରଲୋଭନ ଦେଖାଇ ଯୁବକଙ୍କୁ ଠକେଇ ଅଭିଯୋଗ। ଏପରି ଘଟଣା ବଲାଙ୍ଗୀର ଜିଲ୍ଲା ଚଣ୍ଟିଆପାଲିରେ ଦେଖିବାକୁ ମିଳିଛି। ଇଲେକ୍ଟ୍ରି କମ୍ପାନି ରହିଛି। ସେଠାରେ  ପ୍ରଥମେ ପ୍ରଶିକ୍ଷଣ ଦିଆଯିବ। ଏହାପରେ ଫାଇଲ୍‌ ପୁଟ୍‌ଅପ୍‌ କାମ କରାଯିବ। କିନ୍ତୁ କମ୍ପାନୀକୁ ଆସିବା ପରେ ସେଠାରେ ନେଟ୍‌ୱାର୍କ ମାର୍କେିଟିଂ ବିଷୟରେ ଟ୍ରେନିଂ ଦିଆଯାଇଥିଲା। ଏପରି ଅଭିଯୋଗ ଆଣିଛନ୍ତି ସୁମିତ ରଞ୍ଜନ ସାହୁ। ସେ ପୁରୀ କାକଟପୁର ଅଞ୍ଚଳର ବାସିନ୍ଦା।

ଖବର ଅନୁସାରେ, ସୁମିତଙ୍କୁ ଇଲେକ୍ଟ୍ରି କମ୍ପାନୀରେ କାମ ଦିଆଯିବ କହି ବଲାଙ୍ଗୀର ଚଣ୍ଟିଆପାଲିକୁ ଅଣାଯାଇଥିଲା।। କିନ୍ତୁ ସେଠାରେ ତାଙ୍କୁ ନେଟ୍‌ୱାର୍କ ମାର୍କେଟିଂ ଟ୍ରେନିଂ ଦିଆଯିବାରୁ ସେ ଏହାକୁ ବିରୋଧ କରିଥିଲେ। ଫଳର ସେଠାରେ ତାଙ୍କୁ ବନ୍ଧକ ରଖାଯାଇଥିଲା। ସେଠାରେ ଗ୍ଲେଟୱେ ନାମକ କସ୍‌ମେଟିକ୍‌ କମ୍ପାନିର ପ୍ରଡକ୍ଟଗୁଡ଼ିକ ବିକ୍ରି କରିବାକୁ ସେମାନଙ୍କୁ କୁହାଯାଇଥିଲା। ସବୁ ସତ ଜାଣିବା ପରେ ସୁମିତ ସେଠାରୁ ଫେରିବାକୁ ଚାହିଁଲେ ମଧ୍ୟ ତାଙ୍କୁ ସେଠାରେ କମ୍ପାନୀ କର୍ମଚାରୀ ଛାଡ଼ି ନଥିଲେ।। ତାଙ୍କୁ ଘର ଲୋକଙ୍କ ସହିତ ଯୋଗାଯୋଗ କରିବାକୁ ମଧ୍ୟ ଦେଉନଥିଲେ।

ଏପରିକି ଗତକାଲି ସେ ଶୋଇଥିବା ବେଳେ ତାଙ୍କ ସ୍ମାର୍ଟ ଫୋନ ମଧ୍ୟ ସେମାନେ ନେଇଯାଇଥିଲେ। ତାଙ୍କୁ ସବୁବେଳେ ଜଣେ କମ୍ପାନୀ କର୍ମଚାରୀ ନଜର ରଖୁଥିଲେ ବୋଲି ସେ କହିଛନ୍ତି। ସ ବହୁ କଷ୍ଟରେ ସେଠାକାର ଜଣେ ସମ୍ପର୍କୀୟଙ୍କୁ ଏନେଇ ଜଣାଇଥିଲେ। ପରେ କିଛି ସ୍ଥାନୀୟ ଯୁବକ ଯାଇ ସୁମିତଙ୍କୁ ଉଦ୍ଧାର କରିଥିଲ। ସେପଟେ ବଲାଙ୍ଗୀର ଟାଉନଥାନାରେ ଏନେଇ ମାମଲା ରୁଜୁ ହୋଇଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କମ୍ପାନୀ କର୍ତ୍ତୃପକ୍ଷ  ସୁମିତଙ୍କ ଠାରୁ ୧୫ ହଜାର ଟଙ୍କା ନେଇଛନ୍ତି ବୋଲି ସୁମିତ ଜଣାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.