ମହାଭାରତରେ କୁନ୍ତି, ଧୃତରାଷ୍ଟ୍ର ଓ ଗାନ୍ଧାରୀଙ୍କୁ ମିଳିଥିଲା ଏହିଭଳି ଭୟନକ ମରଣ…
15/08/2019 at 8:07 PM

ମହାଭାରତ ଯୁଦ୍ଧ ସମାପ୍ତି ପରେ ହସ୍ତିନାପୁରର ରାଜା ହେଲେ ଯୁଧିଷ୍ଠିର। ଏହାପରେ କୌରବଙ୍କ ପିତା ଧୃତରାଷ୍ଟ୍ର ଓ ତାଙ୍କ ପତ୍ନୀ ଗାନ୍ଧାରୀ ଏବଂ ପାଣ୍ଡବଙ୍କ ମାଆ କୁନ୍ତିଙ୍କ ସହ ଜଙ୍ଗଲକୁ ଚାଲିଯିବାକୁ ବାହାରିଥିଲେ।
ଯୁଧଷ୍ଠିରଙ୍କ ଅନୁମତି ପାଇଁ ତିନିଜଣ ତାଙ୍କ ପାଖକୁ ଯାଇଥିଲେ । ହେଲେ ଯୁଧିଷ୍ଠିର ଓ ତାଙ୍କ ଭାଇମାନେ ଜଙ୍ଗଲ ନଯିବା ପାଇଁ ତାଙ୍କୁ ଅନୁରୋଧ କରିଥିଲେ। କିନ୍ତୁ କୌରବଙ୍କ ପତି ଧୃତରାଷ୍ଟ୍ରଙ୍କ ପ୍ରତି ଭୀମ ନିଜର ରାଗକୁ ଅଧିକ ସମୟ ପର୍ଯ୍ୟନ୍ତ ନିୟନ୍ତ୍ରଣ କରିପାରିନଥିଲେ। ଭୀମଙ୍କ ମୁହଁରୁ ଏମିତି ଏକ କଥା ବାହାରିଗଲା, ଯାହା ଧୃତରାଷ୍ଟ୍ରଙ୍କୁ ବହୁତ କଷ୍ଟ ଦେଲା । ତେଣୁ ସେ ରାଜମହଲରେ ରହିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ। ଧୃତରାଷ୍ଟ୍ର ତାଙ୍କ ପତ୍ନୀଙ୍କୁ ସାଙ୍ଗରେ ନେଇ ଜଲଙ୍ଗ ଯାତ୍ରା ବାହାରିଲେ। ଏହି ସମୟ ଧୃତରାଷ୍ଟ୍ର ଓ ଗାନ୍ଧାରୀଙ୍କ ସହ ଯିବା ପାଇଁ ପାଣ୍ଡବଙ୍କ ମାଆ କୁନ୍ତି ମଧ୍ୟ ଜିଦ୍ କରିଥିଲେ।
ଜଙ୍ଗଲକୁ ନଯିବା ପାଇଁ ଯୁଧିଷ୍ଠିର ସେମାନଙ୍କୁ ଯେତେ ବୁଝାଇଲେ ବି ସେମାନେ ମାନି ନଥିଲେ। ସେହି ସମୟରେ ବେଦବ୍ୟାସ ରାଜମହଲରେ ପଦାର୍ପଣ କରିଥିଲେ। ସେମାନଙ୍କ ଜଙ୍ଗଲ ଯାତ୍ରା ପାଇଁ ଯୁଧିଷ୍ଠିରଙ୍କୁ ବୁଝାଇ ଦେଇଥିଲେ ବ୍ୟାସଦେବ । ଧୃତରାଷ୍ଟ୍ର, ଗାନ୍ଧାରୀ ଓ କୁନ୍ତିଙ୍କୁ ସାଙ୍ଗରେ ନେଇ ବେଦବ୍ୟାସ ଜଙ୍ଗଲକୁ ଚାଲି ଯାଇଥିଲେ। ବହୁ ବର୍ଷଧରି ବାନପ୍ରସ୍ଥ ଆଶ୍ରମରେ ସେମାନେ ସାଧୁ ଓ ସନ୍ୟାସୀଙ୍କ ଭଳି ଜୀବନ ଅତିବାହିତ କରୁଥିଲେ। ରାଜମହଲରେ ବିଳାସପୂର୍ଣ୍ଣ ଭାବେ ରହୁଥିବା ଏହି ତିନିଜଣଙ୍କ ଶରୀର ଧୀରେ ଧୀରେ ଦୁର୍ବଳ ହେବାକୁ ଲାଗିଲା।
ଦିନେ ଜଙ୍ଗଲରେ ଅଚାନକ ନିଆଁ ଲାଗି ଗଲା। ନିଜ ଜୀବନ ବଞ୍ଚାଇବା ପାଇଁ ସମସ୍ତେ ଦୌଡା ଦୌଡି କଲେ। ନିଜ ଜୀବନ ବଞ୍ଚାଇବା ପାଇଁ କୁନ୍ତି, ଗାନ୍ଧାରୀ ଓ ଧୃତରାଷ୍ଟ୍ର ମଧ୍ୟ ଦୌଡବା ଆରମ୍ଭ କରିଥିଲେ। ହେଲେ ଦୁର୍ବଳ ଶରୀର ପାଇଁ ଅଧିକ ବାଟ ଯାଇପାରିଲେ ନାହିଁ। ଦ୍ରୁତଗତିରେ ନିଆଁ ଜଙ୍ଗଲର ଚାରିଆଡେ ଖେଳିଗଲା । ଆଉ କିଛି ଉପାୟ ନପାଇ ଧୃତରାଷ୍ଟ୍ର , ଗାନ୍ଧାରୀ ଓ କୁନ୍ତି ଧ୍ୟାନରେ ବସିଗଲେ। ଏହି ନିଆଁରେ ତିନିଜଣ ଜଳିପୋଡି ପାଉଁଶ ହୋଇଗଲେ।