ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ମହା ସମାରୋହରେ ହେଲା ମା ସମଲେଇଙ୍କ ଛତର ଯାତ୍ରା; ଦୁଲୁକିଲା ତୁଷୁରା ସହର ରାଜରାସ୍ତା

30/09/2022 at 11:34 PM

ବଲାଙ୍ଗୀର ୩୦/୦୯: ଅଧିଷ୍ଟାତ୍ରୀ ଦେବା ମାଁ ସମଲେଶ୍ବରୀଙ୍କ ଛତର ଯାତ୍ରା ଶୁକ୍ରବାର ଅନୁଷ୍ଟିତ ହୋଇଛି।ମନ୍ଦିର ପୂଜକ ତଥା ଝାଙ୍କର ଗୋପାଳ ଭୋଇଙ୍କ ଘରେ ପ୍ରଥମେ ଛତର ପୂଜା ହେବା ପରେ ସନ୍ଧ୍ୟାରେ ମାଁଙ୍କ ଛତରକୁ ସହର ପରିକ୍ରମା କରି ଘଣ୍ଟ ,ବାଦ୍ୟ ଓ ଘୁମୁରା ବଜା ଦ୍ବାରା  ବିଶାଳ ଶୋଭାଯାତ୍ରାରେ ମନ୍ଦିରକୁ ନିଆଯାଇଥିଲା। ମାଙ୍କ ଛତର ସହିତ ବରୁଆ, ଦେହୁରୀ ପୂଝାରୀ, ବାହାଧରୁ ତଥା ସହଯୋଗୀ ଓ ମନ୍ଦିର କମିଟୀର ସମସ୍ତ ସଦସ୍ୟ ସାମିଲ ଥିଲେ।

ଛତର ବିଜେ ସମୟରେ ସହର ରାସ୍ତାର ଦୁଇ ପାଖରେ ଲୋକେ ମାଙ୍କ ଛତରକୁ ସ୍ବାଗତ ଜଣାଇବା ସହ ଆଶୀବାର୍ଦ ନେଇଥିଲେ। ଏହି ଅବସରରେ ଶନିବାର ଠାରୁ ତ୍ରିଦିନାତ୍ମକ ଚଣ୍ତୀ ଜଜ୍ଞ ସହ ଅଖଣ୍ତ ଦୀପ ପ୍ରଜ୍ଜଳନ ହେବ ବୋଲି  କମିଟୀ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଛତର ଯାତ୍ରା ସମୟରେ ସହରର ମୁଖ୍ୟ ରାସ୍ତା ରୋକାରଣ୍ୟ ହୋଇଯାଇଥିଲା l

   Related Posts