ଜେଲେନ୍ସିଙ୍କ ସମର୍ଥନରେ ଆସିଲେ ଋଷି ସୁନକ, ୟୁକ୍ରେନକୁ ଟ୍ୟାଙ୍କ ଏବଂ ତୋପଖାନା ଦେବାକୁ କଲେ ଘୋଷଣା

Published By : Prameya-News7 Bureau | January 14, 2023 IST

ନୂଆଦିଲ୍ଲୀ: ରୁଷ୍ ୟୁକ୍ରେନର ରାଜଧାନୀ କିଭ୍ ଏବଂ  ଅନ୍ୟ ସହରକୁ ପୁଣି ଥରେ ଟାର୍ଗେଟ୍ କରିବା ଆରମ୍ଭ କରିଛି। ରୁଷର ମିସାଇଲ୍ ଆକ୍ରମଣ ସମୟରେ ୟୁକ୍ରେନର ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ଋଷି ସୁନକ। ସେ ୟୁକ୍ରେନକୁ ଟ୍ୟାଙ୍କ ଏବଂ ତୋପଖାନା ପ୍ରଣାଳୀ ଦେବାକୁ ଶନିବାର ପ୍ରତିଶ୍ରୁତି ଦେଇଛନ୍ତି। ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଡାଉନିଂ ଷ୍ଟ୍ରିଟ୍ ଏହାକୁ ନେଇ ବିବୃତି ଜାରି କରିଛି। ସୁନକ ଶନିବାର ୟୁକ୍ରେନର ରାଷ୍ଟ୍ରପତି ଭୋଲଡିମିର ଜେଲେନ୍ସିଙ୍କ ସହ କଥା ହୋଇଛନ୍ତି ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ତେବେ  ସୁନକ ଏହା ଜଣାଇ ନାହାନ୍ତି ଯେ, ୟୁକ୍ରେନକୁ କେବେ ଏବେଂ କେତେ ଟ୍ୟାଙ୍କ ଯୋଗାଇ ଦିଆଯିବ।

ବ୍ରିଟିଶ ଗଣମାଧ୍ୟମ ଅନୁଯାୟୀ, ‘୪ ବ୍ରିଟିଶ ଆର୍ମି ଚ୍ୟାଲେଞ୍ଜର ୨’ ଟ୍ୟାଙ୍କ ତୁରନ୍ତ ପୂର୍ବ ୟୁରୋପ  ପଠାଯାଉଥିବା ବେଳେ ପରେ ୮ ଯୋଗାଇ ଦିଆଯିବ। କିଭରେ ଶନିବାର ସକାଳେ ସିରିୟଲ ବିସ୍ଫୋରଣ ହେବାର କିଛି ଘଣ୍ଟା ପରେ ସୁନକ ଉପରୋକ୍ତ ଘୋଷଣା କରିଛନ୍ତି।

ୟୁକ୍ରେନ ଅଧିକାରୀ ଗୋଟିଏ କ୍ଷେପଣାସ୍ତ୍ର ମାଡରେ ଗୋଟିଏ କୋଠା କ୍ଷତିଗ୍ରସ୍ତ ହୋଇଛି। ତେବେ ଏ ପର୍ଯ୍ୟନ୍ତ ମୃତାହତର କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଏହା ମଧ୍ୟ ଜଣା ପଡିନାହିଁ ଯେ, କିଭ୍‌ର ଆଉ କେଉଁ କେଉଁ ପରିସରକୁ ୟୁକ୍ରେନ ଟାର୍ଗେଟ୍ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.