ରାଜ୍ୟ ବିଦ୍ୟୁତ ବିଭାଗର ବଦଳି କେଳେଙ୍କାରୀ - ମୃତ ବ୍ୟକ୍ତିଙ୍କର ହେଉଛି ବଦଳି

Published By : Prameya-News7 Bureau | October 26, 2019 IST

ଭୁବନେଶ୍ୱର ୨୬।୧୦ - ୫ଟି,ମୋ ସରକାର ,ଓଡିଶା ମୋ ପରିବାର  । ଆଦି ଯୋଜନା ମାଧ୍ୟମରେ ଜନତାଙ୍କୁ ସରକାର ସ୍ୱଛ୍ଛ ଏବଂ ଦୁର୍ନିତି ମୁକ୍ତ ଶାସନ ଚଳାଉଥିବା କଥା କହୁଛନ୍ତି । ହେଲେ ଏହାର ବିପରୀତ ରାଜ୍ୟ ବିଦ୍ୟୁତ ବିଭାଗରେ  ଏବେ କୋଟି କୋଟି ଟଙ୍କାର କେଳେଙ୍କାରୀ ଚାଲିଛି ଯାହା ଉପରେ ସମସ୍ତେ ଆଖି ବନ୍ଦ କରି ବସିଯାଇଛନ୍ତି । ସରକାରୀ ନିୟମରେ ଅଛି ଯେ କୌଣସି ସରକାରୀ ଅଧୀକାରୀ ରିଟାୟରମେଣ୍ଟ ର ୨ ମାସ ପୁର୍ବରୁ କୌଣସି ବଦଳି ସମ୍ୱନ୍ଧୀୟ ଆଦେଶ ବାହାର କରି ପାରିବେନି । ହେଲେ ନିୟମକୁ ଫୁ କରି ଉଡାଇଦେଇ ଟ୍ରାନ୍ସଫରର ଗୋଟିଏ ଦିନ ପୁର୍ବରୁ ବିଭାଗର ୪୦ ଜଣଙ୍କର ତରବରିଆ ଭାବେ ବଦଳି ଆଦେଶ ବାହାରକରିବା ଏବଂ ସେଥିରେ ଭି ଚାରି ମାସ ପୁର୍ବରୁ ମୃତ୍ୟୁ ଘଟିଥିବା ଜଣେ କର୍ମଚାରୀଙ୍କ ବଦଳି ଆଦେଶ ବାହାର କରିବା ରେ ନିହାତି ଭାବେ ଦୁର୍ନିତିର ଦୁର୍ଗନ୍ଧ ବାରିହେଇଯାଉଛି । - ରାଜ୍ୟ ବିଦ୍ୟୁତ ବିଭାଗରେ ମୃତ ବ୍ୟକ୍ତିଙ୍କର କେମିତି ହେଉଛି ବଦଳି,କିଏ ହେଉଛି ଏହି ବଦଳି ପଛର ମାଷ୍ଟରମାଇଣ୍ଡ   କିଏ ଏ ନେଇ  ପ୍ରଶ୍ନବାଚୀ ।

{"id":175316}

ଟ୍ରାନ୍ସଫର ଅର୍ଡର ।ରାଜ୍ୟ ବିଦ୍ୟୁତ ବିଭାଗର କେଳେଙ୍କାରୀ । ବିଦ୍ୟୁତ ବିତରକ କମ୍ପାନୀ ସାଉଥକୋ ୟୁଟିଲିଟି ରେ ମୋଟା ଅଙ୍କର ଟଙ୍କା ପାଇଁ ହେଉଛି ଏହି ୪୦ ଜଣଙ୍କର ବଦଳି । ଆଉ ଏହି ବଦଳି କେଳେଙ୍କାରୀର ପଛର ମାଷ୍ଟରମାଇଣ୍ଡ ହେଉଛନ୍ତି ସଉଥକୋ ର ଅଧିକାରୀ ଏଓ(ଅଥରାଇଜ ଅଫିସର) ଆର ଆର ପଣ୍ଡା ଏବଂ ଡିଜିଏମ ଏଚ ଆର ହରେକୃଷ୍ଣ ସାହୁ । ଗତ ଅକ୍ଟୋବର ୧୭ ତାରିଖରେ ସାଉଥକୋ ୟୁଟିଲିଟି ରେ ତରବରିଆ ଭାବେ ୪୦ ଜଣଙ୍କ ବଦଳି ଆଦେଶ ବାହାରିଥିଲା । ଯେଉଁଥିରେ ମୃତ ଲାଇନମ୍ୟାନ ମନୋଜ କୁମାର ବିଶ୍ୱାଳଙ୍କର ମଧ୍ୟ ବଦଳି ଆଦେଶ ବାହାରୀଥିଲା । ହେଲେ ଏହି ତରବରିଆ ବଦଳି ଆଦେଶ ପରେ ବାହାରକୁ ଆସିଥିଲା କେଳେଙ୍କାରୀର ପ୍ରକୃତ ତଥ୍ୟ. । କାରଣ ବଦଳି ଆଦେଶରେ ଥିବା ଲାଇନମ୍ୟାନ ମନୋଜ କୁମାର ବିଶ୍ୱାଳଙ୍କର ୩ ମାସ ପୁର୍ବରୁ ଜୁଲାଇ ମାସରେ ମୃତ୍ୟୁ ଘଟିଥିଲା ।ଏହା ସତ୍ୱେ ସାଉଥକୋର ଅଧିକାରୀ କିପରି ହାୟୀତ୍ୱହୀନ ଭାବେ ମୃତ ଲାଇନମ୍ୟାନ ମନୋଜ କୁମାର ବିଶ୍ୱାଳଙ୍କର ନାଁ ବଦଳି ତାଲିକାରେ ବାହାର କରିଥିଲେ । ଏବା ପ୍ରଶ୍ନ ଉଠୁଛି ଯେ ମୃତ ଲାଇନମ୍ୟାନ ମନୋଜ କୁମାର ବିଶ୍ୱାଳଙ୍କର ପରିବାର ଠିକ ଭାବେ ପେନସନ ପାଉଛନ୍ତି ତ । ନାଁ ତାଙ୍କ ନାଁରେ ଆଉ କେହି ତାଙ୍କ ଦରମା ଟଙ୍କା ହଡପ କରୁଛି ।

{"id":175317}

ସାଉଥକୋର ଏହି ବଦଳି ଆଦେଶ ପଛର ମାଷ୍ଟରମାଇଣ୍ଡ ହେଉଛନ୍ତି ସଉଥକୋ ର ଏ.ଓ(ଅଥରାଇଜ ଅଫିସର) ଆର ଆର ପଣ୍ଡା ଏବଂ ଡିଜିଏମ ଏଚ ଆର ହରେକୃଷ୍ଣ ସାହୁ । ଏବଂ ଠିକ ୪୦ଜଣଙ୍କର ବଦଳିର ଦିନକ ପରେ  ବଦଳି ପଛରେଏକ ମୋଟା ଅଙ୍କର କାରବାର ଅଭିଯୋଗ ପରେ ତୁରନ୍ତ ତାଙ୍କର ମଧ୍ୟ ବଦଳି ହୋଇଯାଇଥିଲା । ଏବଂ ତୁରନ୍ତ ମୃତ ଲାଇନମ୍ୟାନ ମନୋଜ କୁମାର ବିଶ୍ୱାଳଙ୍କର ବଦଳି ଆଦେଶ ବାତିଲ କରିବା ସହ ୪୦ ଜଣଙ୍କ ବଦଳି ଆଦେଶକୁ ମଧ୍ୟ ବାତିଲ କରାଯିବାକୁ ନିର୍ଧେଶ ଦିଆଯାଇଛି ଏବଂ ଏହାର ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗୀୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର  କହିଛନ୍ତି । ତେବେ ଏହି କେଳେଙ୍କାରୀର ଏକ ଉଚ୍ଚସ୍ତରୀୟ ତଦନ୍ତ ଆବଶ୍ୟକ ବୋଲି ବିରୋଧି ନେତା କହିଛନ୍ତି ।

କେବଳ ଏତିକି ନୁହେଁ ରାଜ୍ୟର ସାଧାରଣ ଲୋକଙ୍କ ପ୍ରତିଦିନର ଆବଶ୍ୟକତା ସହ ଜଡିତ ଥିବା ସାଉଥକୋ ୟୁଟିଲିଟିରେ ଅଧିକ ତଦନ୍ତ କରାଗଲେ ଅନେକ ତଥ୍ୟ ସାମନାକୁ ଆସିବ ବୋଲି ଆଶା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.