କାର୍ଯ୍ୟକ୍ରମ ବେଳେ ହଠାତ୍ ଅସୁସ୍ଥ ହେଲେ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ, ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ

Published By : Prameya-News7 Bureau | November 17, 2022 IST

କୋଲକାତା: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନିତିନ ଗଡକରୀ ଗୁରୁବାର ପଶ୍ଚିମବଙ୍ଗର ସିଲିଗୁଡିରେ ଏକ କାର୍ଯ୍ୟକ୍ରମ ସମୟରେ ହଠାତ ଅସୁସ୍ଥ ହୋଇଯାଇଥିଲେ । ତତ୍କାଳରେ ତାଙ୍କୁ ଗୋଟିଏ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କର ପ୍ରାଥମିକ ଚିକିତ୍ସା କରାଇଥିଲେ। କେନ୍ଦ୍ରମନ୍ତ୍ରୀ ଗଡକରୀ ବର୍ତ୍ତମାନ ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି । ଏଠାରେ ଅନେକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।

ପଶ୍ଚିମବଙ୍ଗ ବିଜେପି ବିଧାୟକ ନୀରଜ ଜିମ୍ପା କହିଛନ୍ତି, ନିତିନ ଗଡକରୀଙ୍କ ସ୍ୱାସ୍ଥ୍ୟ ହଠାତ ଖରାପ ହୋଇଥିଲା । କାର୍ଯ୍ୟକ୍ରମ ଶେଷ ହେବା ପରେ ତାଙ୍କ ସ୍ୱାସ୍ଥ୍ୟ ଠିକ ଲାଗୁ ନଥିବା କେନ୍ଦ୍ରମନ୍ତ୍ରୀ କହିଥିଲେ । ଡାକ୍ତରୀ ଟିମ ତାଙ୍କ ଚିକିତ୍ସା କରାଇଥିଲେ । ପରେ ସେ ନିଜ ଗାଡିରେ ବସି ଚାଲିଯାଇଥିଲେ।

ଅଧିକାରୀଙ୍କ ସୂଚନା ଅନୁସାରେ, ସ୍ୱାସ୍ଥ୍ୟ ଖରାପ ହେବା ପରେ କେନ୍ଦ୍ରମନ୍ତ୍ରୀ ଗଡକାରୀ ଡାର୍ଜଲିଂ ସାଂସଦ ରାଜୁ ବିସ୍ତାଙ୍କ ସହ ତାଙ୍କ ବାସଭବନକୁ ଯାଇଥିଲେ। ସାଂସଦ ବିସ୍ତା ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.