ଲୁହ ବୁହା ଗ୍ୟାସର ଜବାବରେ ଲଙ୍କା ଗୁଣ୍ଡ ପକାଇ ନଡ଼ା ଜାଳିଲେ ଚାଷୀ, ପୋଲିସର ଦାବି-୧୨ ଯବାନ ଆହତ

Published By : Prameya-News7 Bureau | February 21, 2024 IST

ନୂଆଦିଲ୍ଲୀ: ସରକାରଙ୍କ ସହ କୃଷକଙ୍କ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ ଚାଷୀମାନେ ଦିଲ୍ଲୀ ପ୍ରବେଶ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି । ବହୁ ସଂଖ୍ୟାରେ ଚାଷୀ ଦିଲ୍ଲୀରେ ପ୍ରବେଶ କରିବା ପାଇଁ ଉଦ୍ୟମ କରୁଛନ୍ତି । ଏପରି ସ୍ଥିତିରେ ହରିୟାଣା ପୋଲିସ ଲୁହା ବୁହା ଗ୍ୟାସ ସହ ସେମାନଙ୍କୁ ରୋକିବା ପାଇଁ ଉଦ୍ୟମ କରୁଛି । କିନ୍ତୁ ଏହାରି ଭିତରେ ଚାଷୀମାନେ ପୋଲିସଠାରୁ ରକ୍ଷା ପାଇଁ ନୂଆ ପନ୍ଥା ଆପଣାଇଛନ୍ତି ।

ପଞ୍ଜାବ ଏବଂ ହରିୟାଣା ସୀମାର ଖନୋରୀ ବର୍ଡର ନିକଟରେ ବହୁ ସଂଖ୍ୟା ନଡ଼ା ଏକାଠି କରିଛନ୍ତି । ଚାଷୀମାନେ ଜମିରୁ ନଡ଼ା ଏକାଠି କରି ସେଠାରେ ଲଙ୍କା ଗୁଣ୍ଡା ପକାଇ ନିଆଁ ଲଗାଉଛନ୍ତି । ହରିୟାଣା ପଟୁ ପବନ ବୋହୁ ଥିବାରୁ ଏହି ଧୂଆଁ ସୁରକ୍ଷାକର୍ମୀଙ୍କୁ ଯନ୍ତ୍ରଣା ଦେଉଛି ।

wp:html /wp:html

ହରିୟାଣା ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ବୁଧବାର ଚାଷୀ ଆନ୍ଦୋଳନ ସମୟରେ ଦାତା ସିଂ-ଖନୋରୀ ବର୍ଡରରେ ପ୍ରଦର୍ଶନକାରୀ ନଡ଼ାରେ ଲଙ୍କା ଗୁଣ୍ଡ ପକାଇ ନିଆଁ ଲଗାଇଥିଲେ । ଏହାସହ ପୋଲିସକୁ ଚାରି ଆଡ଼ୁ ଘେରାଉ କରିଥିଲେ । ପୋଲିସ ଉପରେ ପଥର ମାଡ଼ ସହ ଲାଠିରେ ଆକ୍ରମଣ କରିଥିଲେ ।

ପୋଲିସ ଅଧିକାରୀ କହିଛନ୍ତି ଯେ ନଡ଼ାରେ ଲଙ୍କା ଗୁଣ୍ଡ ପକାଇ ନିଆଁ ଲଗାଇବା ପରେ ବିଷାକ୍ତ ଧୂଆଁ ଯୋଗୁଁ ପୋଲିସ ସହ ସାଧାରଣ ଲୋକ ବହୁ ଅସୁବିଧାର ସାମନା କରୁଛନ୍ତି । ଚାଷୀଙ୍କ ଆନ୍ଦୋଳନରେ ପ୍ରାୟ ୧୨ ଜଣ ପୋଲିସକର୍ମୀ ଗୁରୁତର ରୂପେ ଆହତ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.