ମୋଦୀଙ୍କ ରତ୍ନଭଣ୍ଡାର ପ୍ରସଙ୍ଗର ଉତ୍ତର ରଖିଲେ ଲେଖାଶ୍ରୀ, କହିଲେ ଏମିତି କିଛି

Published By : Prameya-News7 Bureau | May 11, 2024 IST

ଭୁବନେଶ୍ଵର: ଆଜି ଫୁଲବାଣୀ ସମାବେଶରେ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେଡି ସରକାରଙ୍କୁ ଶାଣିତ ସ୍ଵରରେ ହମଲା କରିଛନ୍ତି।  ମୋଦୀଙ୍କ ରତ୍ନ ଭଣ୍ଡାର ପ୍ରସଙ୍ଗ ଉପରେ ଜବାବ୍ ରଖିଛନ୍ତି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ଲେଖାଶ୍ରୀ କହିଛନ୍ତି ଯେ, ନିର୍ବାଚନ ଆସିଲେ କିମ୍ବା ନିର୍ବାଚନରେ ଶୋଚନୀୟ ଭାବେ ହାରିବାକୁ ଯାଉଥିଲେ ରତ୍ନ ଭଣ୍ଡାର କଥା ଉଠାଇବା ଓଡ଼ିଶା ବିଜେପି ନେତାଙ୍କ ପୁରୁଣା ଅଭ୍ୟାସ, ଏକଥା ମୁଁ ଅତି ନିକଟରୁ ଦେଖିଛି । 

Also read: ଓଡ଼ିଶାର ଲୋକ ସଂକଳ୍ପ ନେଇସାରିଛନ୍ତି, ବିଜେଡି ସରକାରର ଏକ୍ସପାଏରୀ ଡେଟ୍ ଆସିସାରିଛି: ପିଏମ୍

ସେ କହିଛନ୍ତି କିଛି ରାଜନୈତିକ ଫାଇଦା ମିଳିବା ଆଶାରେ ମିଛ କଥା କହିବାକୁ ସଭିଙ୍କୁ ବାଧ୍ୟ କରାଯାଏ । ୪୦ବର୍ଷ ତଳେ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲା ଯାଇଥିଲା  । ଏହି ଅବଧି ଭିତରେ ବିଜେପିର ମନମୋହନ ସାମିଲ ଓ ବିଶ୍ବଭୂଷଣ ହରିଚନ୍ଦନ ୯ବର୍ଷ ମନ୍ତ୍ରୀ ଥିଲେ । ହେଲେ ଏହାକୁ ଖୋଲି ନଥିଲେ । ବିଜେପି ନେତା ରତ୍ନଭଣ୍ଡାର ପ୍ରସଙ୍ଗକୁ ରାଜନୈତିକ ମୁଦ୍ଦା କହନ୍ତି ।  ୨୦୧୯ ସାଧାରଣ ନିର୍ବାଚନ ଓ ୨୦୨୨ ପଞ୍ଚାୟତ ନିର୍ବାଚନ ଓ ସବୁ ଉପନିର୍ବାଚନରେ ମଧ୍ୟ ବିଜେପି ରତ୍ନଭଣ୍ଡାରକୁ ପ୍ରସଙ୍ଗ କରିଥିଲା । ଫଳ କ’ଣ ହେଲା ସଭିଏଁ ଜାଣିଛନ୍ତି । ଦୁର୍ଭାଗ୍ୟର କଥା ଏହି କଥାକୁ ଆଜି ପ୍ରଧାନମନ୍ତ୍ରୀ ଉଠାଇଛନ୍ତି । ଯେତେବେଳେ କି ଆସନ୍ତା ଜୁଲାଇ ମାସରେ ରତ୍ନ ଭଣ୍ଡାର ଖୋଲିବାକୁ ଯାଉଛି  । ବିଜେପି ନେତାଙ୍କ ମନୋବଳ ବଢ଼ାଇବାକୁ ଏହା ଏକ ଚେଷ୍ଟା ମାତ୍ର ବୋଲି କହିଛନ୍ତି ଲେଖାଶ୍ରୀ । 


  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.