କାନାଡ଼ାକୁ କଡ଼ା ଜବାବ; ନେତାନ୍ୟାହୁ କହିଲେ, ଇସ୍ରାଏଲ ନୁହେଁ, ସାଧାରଣ ନାଗରିକଙ୍କ ମୃତ୍ୟୁପାଇଁ ହମାସ ଦାୟୀ

Published By : Prameya-News7 Bureau | November 15, 2023 IST

ଜେରୁଜେଲମ: କାନାଡ଼ାକୁ ନେତାନ୍ୟାହୁଙ୍କ କଡ଼ା ଜବାବ। ଆମେ ସାଧାରଣ ନାଗରିକଙ୍କୁ ଜାଣିଶୁଣି ଟାର୍ଗେଟ୍ କରୁ ନାହୁଁ ବରଂ ହମାସ ଟାର୍ଗେଟ୍ କରିଛି। କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ଜବାବ ବୁଧବାର ଏପରି କହିଛନ୍ତି ଇସ୍ରାଏଲ ରାଷ୍ଟ୍ରପତି ନେତନ୍ୟାହୁ।

କିଛିଦିନ ତଳେ ଇସ୍ରାଏଲ୍‌ର ପ୍ରତି ଜବାବରେ ଗାଜାରେ ବଢ଼ୁଥିବା ମୃତ୍ୟୁ ସଂଖ୍ୟାକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ କାନାଡ଼ା ସରକାର। ଇସ୍ରାଏଲ୍ କାର୍ଯ୍ୟାନୁଷ୍ଠାନରେ ସାଧାରଣ ଲୋକଙ୍କ ଜୀବନ ଯାଉଛି ବୋଲି କାନାଡ଼ା ପ୍ରଧାନମନ୍ତ୍ରୀ କହିଥିଲେ। ଟ୍ରୁଡୋ କହିଥିଲେ ଯେ ଗାଜାରେ ହେଉଥିବା ମହିଳା,  ପିଲା ଓ ଶିଶୁଙ୍କ ମୃତ୍ୟୁ ବନ୍ଦ ହେବା ନିହାତି ଦରକାର।

ଜବାବରେ ବୁଧବାର ନେତନ୍ୟାହୁ ଏକ୍ସରେ ପୋଷ୍ଟ କରି ଟ୍ରୁଡୋଙ୍କୁ ଜବାବ ରଖିଛନ୍ତି। ସେ ଲେଖିଛନ୍ତି “ଇସ୍ରାଲ ଜାଣିଶୁଣି ଲୋକଙ୍କୁ ଟାର୍ଗେଟ୍ କରୁ ନାହିଁ ବରଂ ନରସଂହାର ପରେ ହମାସ ଇହୁଦୀଙ୍କର ମୁଣ୍ଡକାଟ କରୁଛି, ଜାଳୁଛି ଏବଂ ଗଣହତ୍ୟା କରୁଛି। ଅନ୍ୟପଟେ ଇସ୍ରାଏଲ କିନ୍ତୁ ସାଧାରଣ ନାଗରିକଙ୍କୁ ସୁରକ୍ଷା ଦେବାକୁ ସବୁକିଛି କରୁଛି। ହେଲେ ହମାସ ସେମାନଙ୍କୁ ବିପଦରେ ପକାଇବାକୁ ସବୁ ପ୍ରୟାଶ କରୁଛି।”

ପଢନ୍ତୁ-ଋଣରେ ବୁଡିବ ଇସ୍ରାଏଲ! ହମାସ ସହ ଯୁଦ୍ଧର ପଡିଲା ପ୍ରଭାବ, ଏବେ କ’ଣ କରିବେ ନେତନ୍ୟାହୁ?

ଇସ୍ରାଏଲ୍ ଗାଜାବାସୀଙ୍କ ପାଇଁ ସୁରକ୍ଷା ଜୋନ ଯୋଗାଉଥିବା ବେଳେ ହମାସ ସେମାନଙ୍କୁ ମୃତ୍ୟୁ ମୁଖରେ ଛାଡ଼ି ଦେଉଛି। ସାଧାରଣ ନାଗରିକଙ୍କୁ ପଛରେ ଲୁଚିଯାଇ ସେମାନଙ୍କୁ ବନ୍ଧୁକ ଆଗକୁ ଠେଲି ଦେଉଛି। ସାଧାରଣ ନାଗରିକଙ୍କ ମୃତ୍ୟୁରେ  ହମସା ହିଁ ଦାୟୀ ବୋଲି ନେତାନ୍ୟାହୁ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.