ସ୍କୁଲ୍ ଯିବା ବୟସରେ ଘାରିଥିଲା ଐତିହ୍ୟ ଅନୁସନ୍ଧାନ ନିଶା, ଏପର୍ଯ୍ୟନ୍ତ ଠାବ କଲେଣି ୧୭୦୦ ଗୁମ୍ଫା, ମନ୍ କି ବାତ୍ରେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
27/08/2023 at 9:17 PM

ଶିଲଂ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ମେଘାଳୟର ବ୍ରାଏନ ଡି ଖାର୍ପ୍ରାନ୍ଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି। ଖାର୍ପ୍ରାନ୍ ଓ ତାଙ୍କ ଟିମ୍ ମେଘାଳୟର ୧୭୦୦ ଗୁମ୍ଫା ଖୋଜି ପାଇବାରେ ସଫଳ ହୋଇଛନ୍ତି। ତା ଭିତରୁ କେତେକ ଗୁମ୍ଫା ଓ ଦେଶର ସବୁଠାରୁ ଗଭୀର ଓ ଲମ୍ବା ଗୁମ୍ଫା ବୋଲି ଜଣାପଡ଼ିଛି। ଏହିସବୁ ଗୁମ୍ଫାକୁ ଯାଇ ବୁଲି ଦେଖିବାକୁ ପ୍ରଧାନମନ୍ତ୍ରୀ ଲୋକଙ୍କୁ ଅନୁରୋଧ କରିଛନ୍ତି।
ପ୍ରଧାନମନ୍ତ୍ରୀ ମନ କି ବାତ୍ରେ କହିଛନ୍ତି “୧୯୬୪ରେ ସେ(ବ୍ରାଏନ) ସ୍କୁଲ୍ ଯିବା ସମୟରେ ହିଁ ପ୍ରଥମ ଅନ୍ୱେଷଣ ଆରମ୍ଭ କରିଦେଇଥିଲେ। ୧୯୯୦ ବେଳକୁ ସେ ତାଙ୍କ ବନ୍ଧୁମାନଙ୍କ ସହ ମିଶି ଏକ ସଂଗଠନ ଗଢ଼ିଥିଲେ। ଏବଂ ଏହି ସଂଗଠନ ଜରିଆରେ ସେ ମେଘାଳୟର ଅଜଣା ଗୁମ୍ଫାଗୁଡ଼ିକର ସନ୍ଧାନ ଆରମ୍ଭ କରିଦେଲେ। ଖାରପ୍ରାନ ଓ ତାଙ୍କ ଟିମ୍ ମେଘାଳୟରେ ୧୭୦୦ରୁ ଅଧିକ ଗୁମ୍ଫା ଖୋଜି ପାଇଛନ୍ତି। ଏବଂ ରାଜ୍ୟକୁ ବିଶ୍ୱ ଗୁମ୍ଫା ମ୍ୟାପ୍ରେ ସ୍ଥାନ ଦେଇଛନ୍ତି। ମେଘାଳୟରେ ହିଁ ଭାରତର କିଛି ସବୁଠାରୁ ଲମ୍ବା ଓ ଗଭୀର ଗୁମ୍ଫା ରହିଛି।”
ପଢନ୍ତୁ-ଆସନ୍ତା ବର୍ଷ ଭାରତରେ ଏକ ବଡ଼ ବର୍ଗ ମଧ୍ୟବିତ୍ତଙ୍କର ହେବ: ପ୍ରଧାନମନ୍ତ୍ରୀ ମୋଦୀ
ବ୍ରାଏନ ଡି ଖାରପ୍ରାନ୍ଙ୍କ ଉଦ୍ୟମକୁ ତାରିଫ କରିବା ସହ ସାରା ଦେଶର ଲୋକ ସେହିସବୁ ଗୁମ୍ଫାକୁ ଦେଖିବାକୁ ଯାଆନ୍ତୁ ବୋଲି ମୋଦୀ ଆହ୍ୱାନ କରିଛନ୍ତି। ଖାର୍ପ୍ରାନ୍ଙ୍କ ଦ୍ୱାରା ସ୍ଥାପିତ ମେଘାଳୟ ଆଡ୍ଭେଞ୍ଚର ଆସୋସିଏସନ୍ ଏପର୍ଯ୍ୟନ୍ତ ରାଜ୍ୟରେ ୫୩୭.୬ କିମିର ଗୁମ୍ଫା ଖୋଜି ପାଇଛନ୍ତି।