ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଫିଲ୍ମରେ ଆକ୍ସନ ସିନ୍ ଶୁଟିଂ କଲା ବେଳେ ଆହତ ହେଲେ ଅକ୍ଷୟ କୁମାର
  • ||
  • ଅମ୍ରିତପାଲକୁ ଘରେ ଲୁଚାଇ ରଖିଥିବା ମହିଳା ବଲଜିତ କୌର ହରିଆଣାରୁ ଗିରଫ, ବଲଜିତ କହିଲା, ପଗଡ଼ି ପିନ୍ଧୁନି ଅମ୍ରିତପାଲ, ବଦଳାଇଛି ରୂପ
  • ||
  • ସିବିଆଇ ତଦନ୍ତ ପାଇଁ ୯ ରାଜ୍ୟ ପ୍ରତ୍ୟାହାର କରିଛନ୍ତି ଜେନେରାଲ୍ କନସେଣ୍ଟ: ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ସୂଚନା
  • ||
  • ଦିଲ୍ଲୀ ହିଂସା ୨୦୨୦: ଆପ୍‌ ନେତା ତାହିର ହୁସେନ୍‌ଙ୍କ ସମେତ ୧୦ ଜଣଙ୍କ ନାଁରେ ଅଭିଯୋଗ ସ୍ଥିର କଲେ କୋର୍ଟ
  • ||
  • ନୂଆଦିଲ୍ଲୀ: ମହାରାଷ୍ଟ୍ର, ଗୁଜରାଟ, କେରଳ, କର୍ଣ୍ଣାଟକ, ତାମିଲନାଡୁ, ଦିଲ୍ଲୀ, ହିମାଚଳ ପ୍ରଦେଶ ଏବଂ ରାଜସ୍ଥାନରେ ସବୁଠୁ ଅଧିକ କରୋନା ମାମଲା ଚିହ୍ନଟ ହେଉଛି
  • ||
  • ନୂଆଦିଲ୍ଲୀ:‘କରୋନା ଏବେ ବି ଶେଷ ହୋଇ ନାହିଁ’, ଦେଶର ୮ ରାଜ୍ୟରେ ଚିହ୍ନଟ ହେଉଛି ଅଧିକ ମାମଲା ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ
  • ||
  • ରାଉରକେଲା : ଡିଭାଇଡର୍‌ରେ ପିଟିହେଲା ବାଇକ୍, ୨ ଯୁବକଙ୍କ ମୃତ୍ୟୁ
  • ||
  • ଭୁବନେଶ୍ବର : ତୃଣମୂଳସ୍ତରରୁ ସଙ୍ଗଠନକୁ ସୁଦୃଢ଼ କରିବା ସହ ବିଜେଡ଼ିର ବିକଳ୍ପ ହେବ ଦଳ : ସମୀର ମହାନ୍ତି
  • ||
  • ନୂଆପଡା : ନୂଆପଡାରେ ଥମୁନି ବାଘ ଆତଙ୍କ, ବାଛୁରୀକୁ ମାରି ଖାଇଲା କଲରାପତରିଆ
  • ||
  • ଭୁବନେଶ୍ବର : ସ୍ପେଶାଲ ସ୍କ୍ବାଡ୍ ପଞ୍ଝାରେ ୩ ଡକାୟତ, ଘରେ କେହି ନଥିବା ବେଳେ କରୁଥିଲେ ଲୁଟ୍
  • ||

‘କିଲର’ ଜାଗାରେ ଏବେ ଏହି କମ୍ପାନି ହେବ ଟିମ୍ ଇଣ୍ଡିଆର କିଟ୍ ସ୍ପୋନସର, BCCI କଲା ବଡ ଡିଲ୍

21/02/2023 at 3:50 PM

ନୂଆଦିଲ୍ଲୀ: ବଦଳିବ ଭାରତୀୟ କ୍ରିକେଟ୍ ଦଳର କିଟ୍ ସ୍ପୋନସର। ନୂତନ ବର୍ଷରେ ପୋଷାକର ବ୍ରାଣ୍ଡ ‘କିଲର’ ଭାରତୀୟ କ୍ରିକେଟ୍ ଦଳର କିଟ୍ ସ୍ପୋନସର ବା ପ୍ରାୟୋଜକ ସାଜିଥିଲା। ଏମପିଏଲର ଜାଗା ନେଇଥିଲା କିଲର। ତେବେ ଏହାର କିଛି ସପ୍ତାହ ପରେ ଭାରତୀୟ ଜର୍ସିର ସ୍ପୋନସରକୁ ନେଇ ଆସିଛି ବଡ ଖବର। କୁହାଯାଉଛି ପ୍ରସିଦ୍ଧ ବ୍ରାଣ୍ଡ ଆଦିଦାସ ‘କିଲର’ର ସ୍ଥାନ ନେବ। ଏ ନେଇ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଆଦିଦାସ ସହ ମୋଟା ଅଙ୍କର ଚୁକ୍ତିନାମା କରିଛି। ଉଲ୍ଲେଖନୀୟ ଆଦିଦାସ୍ କମ୍ପାନି କ୍ରୀଡା ସାମଗ୍ରୀ ନିର୍ମାଣ ପାଇଁ ସମଗ୍ର ଦୁନିଆରେ ଚର୍ଚ୍ଚିତ।

ରିପୋର୍ଟ ଅନୁଯାୟୀ, ଆଦିଦାସ ଚଳିତ ବର୍ଷ ଜୁନରୁ କିଲରର ସ୍ଥାନ ନେବ। ଏଥିପାଇଁ ବିସିସିଆଇ ଏବଂ ଆଦିଦାସ ମଧ୍ୟରେ ପାଞ୍ଚ ବର୍ଷିଆ ଚୁକ୍ତିନାମା ହୋଇଛି। ବିସିସିଆଇର ଜନୈକ ଅଧିକାରୀ କହିଛନ୍ତି, ଏହି ସଂକ୍ରାନ୍ତିୟ ପ୍ରକ୍ରିୟାକୁ ଚୂଡାନ୍ତ ରୂପ ଦିଆଯାଉଛି। ଉଲ୍ଲେଖଯୋଗ୍ୟ, ଅଧିନାୟକ ରୋହିତ ଶର୍ମା ଏବଂ ଋଷଭ ପନ୍ତ ପରି କ୍ରିକେଟ୍‌ର ଆଦିଦାସର ବ୍ରାଣ୍ଡ ଆମ୍ବାସଡର ଅଛନ୍ତି। ଏହି କମ୍ପାନି ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଇଂଲଣ୍ଡ ପରି ଦଳର କିଟ୍‌ ସ୍ପୋନସର ରହି ସାରିଛି।

ଏ ଖବର ପଢନ୍ତୁ- ଏହି ଦୁଇ ଦଳ ମଧ୍ୟରେ ଖେଳା ଯାଇପାରେ WTCର ଫାଇନାଲ୍ ମ୍ୟାଚ୍, ସଙ୍କେତ ଦେଲା ICC

କିଲର ସେତେ ଅଧିକ ଲୋକପ୍ରିୟ ବ୍ରାଣ୍ଡ ନୁହେଁ। ଏହା ସତ୍ତ୍ଵେ ବି ଭାରତୀୟ କ୍ରିକେଟ୍ ଦଳର କିଟ୍ ସ୍ପୋନସର ହେବା ନେଇ ପ୍ରଶ୍ନ ଉଠୁଥିଲା। ପୁଣି ଏମପିଏଲ ନିକଟରେ ୨୦୨୩ ଡିସେମ୍ବର ପର୍ଯ୍ୟନ୍ତ କିଟ୍ ସ୍ପୋନସର ହେବାର ଅଧିକାର ଥିଲା। କିନ୍ତୁ ଏହି ସଂସ୍ଥା ନିଜର ଚୁକ୍ତିନାମା ସଂପୂର୍ଣ୍ଣ କରିନଥିଲା। କିଲର ଏବଂ ଏମପିଏଲ ପୂର୍ବରୁ ନାଇକି ଭାରତୀୟ କ୍ରିକେଟ୍ ଦଳର କିଟ୍ ସ୍ପୋନସର ଥିଲା। ନାଇକି ୧୪ ବର୍ଷ କିଟ୍ ସ୍ପୋନସର ରହିବା ପରେ ୨୦୨୦ରେ ନିଜର ଚୁକ୍ତିନାମା ସମାପ୍ତ କରିଥିଲା। ନାଇକି ସହିତ ଚୁକ୍ତି ସରିବା ପରଠୁ ବିସିସିଆଇ ଏକ ପ୍ରସିଦ୍ଧ କିଟ୍ ସ୍ପୋନସରଙ୍କ ସନ୍ଧାନରେ ଥିଲା, ଯାହା ଏବେ ପୂରା ହେବାକୁ ଯାଉଛି।

   Related Posts