ପଞ୍ଚୁକରେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ନେଇ ଗୁରୁତ୍ବ, ସମୁଦ୍ର କୂଳରେ ଲାଗିବ ଲାଇଫ୍ ବେଲୁନ

Published By : Prameya-News7 Bureau | November 11, 2024 IST

ପୁରୀ ୧୧।୧୧: ରାତି ପାହିଲେ ଶ୍ରୀମନ୍ଦିରରେ ଆରମ୍ଭ ହେବ ମହାପ୍ରଭୁଙ୍କ ପଞ୍ଚୁକ ନୀତି। ଏଥିପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ପ୍ରବଳ ଭକ୍ତଙ୍କ ସମାଗମ ହେବାର ଆଶଙ୍କା ରହିଛି। ତେବେ ଚଳିତ ବର୍ଷ ପଞ୍ଚୁକ ପାଞ୍ଚଦିନ ପରିବର୍ତ୍ତେ ଚାରିଦିନ ପଡୁଛି। ତେଣୁ ଭକ୍ତମାନେ କିଭଳି ସୁରୁଖୁରୁରେ ଏବଂ ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ ସେନେଇ ବିଶେଷ ଗୁରୁତ୍ବ ଦିଆଯାଇଛି। ମାର୍କେଟ ଛକ ଠାରୁ ନୋ ଭେହିକିଲ ଜୋନ କରାଯାଇଛି। ମର୍ଚ୍ଚିକୋଟ ଛକ ଠାରେ କରାଯାଇଥିବା ବ୍ୟାରିକେଡ଼ ଭିତରେ ଭକ୍ତମାନେ ପ୍ରବେଶ କରି ଶ୍ରୀମନ୍ଦିର ସିଂହଦ୍ଵାରରେ ପ୍ରବେଶ କରିବା ସହ ଅନ୍ୟ ଦ୍ବାର ଦେଇ ପ୍ରସ୍ଥାନ କରିବେ। ସେହିପରି ହବିଷ୍ୟ ବ୍ରତଧାରୀଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଡାକ ବାଜି ଯନ୍ତ୍ର ଯୋଗେ ଠାକୁରଙ୍କ ନୀତିକାନ୍ତି ନେଇ ଭକ୍ତଙ୍କୁ ଅବଗତ କରାଯିବ। ବ୍ୟାରିକେଡ଼ ଭିତରେ ଭକ୍ତଙ୍କ ପାଇଁ ଫ୍ୟାନ୍, ପାନୀୟ ଜଳର ବ୍ୟବସ୍ଥା କରାଯାଇଛି। ସେହିପରି ମାର୍କେଟ ଛକ ଠାରୁ ନୋ ଭେହିକିଲ ଜୋନ କରାଯିବ। ଅନ୍ୟପଟେ କାର୍ତ୍ତିକ ପୂର୍ଣ୍ଣମୀରେ ସମୁଦ୍ର କୂଳରେ ବୁଡ ପକାଇବା ପାଇଁ ପ୍ରବଳ ଭିଡ ହେବାର ସମ୍ଭାବନା ଥିବାରୁ ଲାଇଫ ବେଲୁନ ଲଗାଯିବ। ସମୁଦ୍ରରେ ଯଦି କୌଣସି ବ୍ୟକ୍ତି ବୁଡ଼ି ଯାଉଥିବେ ତେବେ ଏହି ଲାଇଫ ବେଲୁନ ଦ୍ବାରା ତାଙ୍କୁ ଉଦ୍ଧାର କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ। 


You Can Read:

ମହିଳାଙ୍କ ଭିଡ଼ିଓ ଭାଇରାଲ୍ କରି ବନ୍ଧାହେଲେ ଯୋଗାଣ ସହାୟକ, ଖାଇଥିଲେ ଚପଲ ମାଡ଼

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.