scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଏନ୍‌ଡିଏ ପ୍ଲାନ୍ ୨୦୨୪: ୧୦ ଟି ଗ୍ରୁପ୍‌ରେ ଭାଗ ହେଲେ ସାଂସଦ, ପ୍ରତିଦିନ ବୈଠକ କରିବେ ପ୍ରଧାନମନ୍ତ୍ରୀ

20/07/2023 at 11:23 PM

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ମହାସମର ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୌସୁମୀ ଅଧିବେଶନ ସମୟରେ ଏନ୍‌ଡିଏ ସାଂସଦଙ୍କ ୧୦ଟି ଗ୍ରୁପ୍ ସହିତ ଆଲୋଚନା କରିବେ ମୋଦୀ। ପ୍ରତ୍ୟେକ ଗ୍ରୁପ୍‌ରେ ୩୫ ରୁ ୪୦ ଜଣ ସାଂସଦ ରହିବେ। ସେମାନେ ଏକ ନିର୍ଦ୍ଦିଷ୍ଟ ଆଞ୍ଚଳକୁ ଧ୍ୟାନ ଦେବେ।

ଆଞ୍ଚଳିକ ଭାବରେ ସାଂସଦଙ୍କୁ ଗ୍ରୁପ୍‌ରେ ବିଭକ୍ତ କରାଯାଇଥିଲା। ପ୍ରତ୍ୟେକ ଗ୍ରୁପରେ ଦୁଇଟି ଅଞ୍ଚଳର ସାଂସଦ ଅଛନ୍ତି। ଜୁଲାଇ ୨୫ର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତରପ୍ରଦେଶ ଏବଂ ଉତ୍ତର-ପୂର୍ବ ଅଞ୍ଚଳର ନେତାମାନଙ୍କୁ ଭେଟିବେ। ଦୁଇଟି ପର୍ଯ୍ୟାୟରେ ବୈଠକ ହେବ। ପ୍ରଥମେ ସନ୍ଧ୍ୟା ୬:୩୦ରେ, ଅନ୍ୟଟି ସନ୍ଧ୍ୟା ୭:୩୦ ରେ ହେବ।

ପଢ଼ନ୍ତୁ-୨୦୨୪ରେ ନିର୍ବାଚନ ମହାସମର, ମଇଦାନରେ ଇଣ୍ଡିଆ VS ଏନ୍‌ଡିଏ: ମହାମେଣ୍ଟରୁ ଦୂରେଇ ରହିଛନ୍ତି ୧୧ ଦଳ

ବୈଠକର ଗୁରୁତ୍ୱକୁ ଦେଖି ପ୍ରତ୍ୟେକ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ, ବରିଷ୍ଠ ବିଜେପି ନେତା ଜେପି ନଡା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉପସ୍ଥିତ ରହିବେ। ସଞ୍ଜୀବ ବାଲିଆନ୍ ଏବଂ ଅଜୟ ଭଟ୍ଟଙ୍କ ସମେତ କେନ୍ଦ୍ର ମନ୍ତ୍ରୀ ଏବଂ ଦଳର ଅଧିକାରୀମାନେ ସଭାଗୁଡ଼ିକର ସଂଯୋଜନା ଦାୟିତ୍ୱରେ ତୁଲାଇବେ।

ବିଜେପି ପକ୍ଷରୁ ସାଧାରଣ ସମ୍ପାଦକ ତରୁଣ ଚୁଗ ଓ ଜାତୀୟ ସଚିବ ରୁତୁରାଜ ସିହ୍ନା ବୈଠକରେ ସମନ୍ୱୟ ରକ୍ଷା କରିବେ। ତେବେ ତା ପୂର୍ବରୁ ସାଂସଦମାନଙ୍କୁ ସେମାନଙ୍କ କାର୍ଯ୍ୟ ସମ୍ପର୍କରେ ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏନ୍‌ଡିଏକୁ ୨୫ ବର୍ଷ ପୂରିଥିବା ବେଳେ ଏଭଳି ବୈଠକ ହେଉଛି। ଏହାପୂର୍ବରୁ ଜୁଲାଇ ୧୮ ତାରିଖରେ ୩୯ ଟି ଦଳ, ଦିଲ୍ଲୀର ଅଶୋକା ହୋଟେଲରେ ଭେଟି ବୈଠକ କରିଥିଲେ। ପିଏମ ମୋଦୀଙ୍କ ନେତୃତ୍ୱରେ ୨୦୨୪ ଲୋକସଭା ନିର୍ବାଚନରେ ଲଢ଼ିବା ନେଇ ମେଣ୍ଟ ବୈଠକରେ ସହମତି ପ୍ରକାଶ ପାଇଥିଲା।

ପଢ଼ନ୍ତୁ-ଥାନାରେ ପହଞ୍ଚିଲା ‘INDIA’ ନାମକରଣ ମାମଲା, ୨୬ ପାର୍ଟି ବିରୋଧରେ ମାମଲା ରୁଜୁ

   Related Posts