ବଲାଙ୍ଗୀର ପୋଲିସର ମିଶନ ମାଲଖାନା ସଫେଇ, ୫୦୦ରୁ ଅଧିକ ମାମଲାରେ ସିଜ୍ ୭୦୦୦ ଲିଟର ଦେଶୀ ମଦ କରାଗଲା ନଷ୍ଟ

Published By : Prameya-News7 Bureau | December 16, 2022 IST

ବଲାଙ୍ଗୀର: ମିଶନ ମାଲଖାନା ସଫେଇ। ବଲାଙ୍ଗୀର ପୋଲିସ ଆରମ୍ଭ କରିଛି ମାଲଖାନା ସଫେଇ । ଦୀର୍ଘ ବର୍ଷ ଧରି  ସିଜ ହୋଇ ପଡିରହିଥିବା ଦେଶୀ ମଦକୁ ମାଲଖାନାରୁ ଆଣି ନଷ୍ଟ କରିଛି ପୋଲିସ।   ଜିଲ୍ଲା ଥାନାରେ ରହିଥିବା କୁଚିଆ ମଦ , ରନ୍ଧା ମଦ କେସରେ ସିଜ ହୋଇଥିବା ମଦକୁ କରାଯାଇଛି ନଷ୍ଟ। ସେପଟେ ଆଗାମୀ ଦିନରେ ଗଂଜେଇ ଓ ବିଦେଶୀ ମଦମଧ୍ୟ ନଷ୍ଟ କରାଯିବ ବୋଲି କହୁଛନ୍ତି ଏସପି। ହେଲେ ଏତେ ପରିମାଣରେ କୁଚଆ ମଦ ବିକ୍ରି ହେଉଥିବା ବେଳେ ବ୍ୟବସାୟୀଙ୍କୁ ସାବାଡ଼ କରିବାରେ ଫେଲ ମାରିଥିବା କହୁଛନ୍ତି ବୁଦ୍ଧିଜୀବୀ ।

କଉଠି ଜାରତ ଆଉ କଉଠି ପାଉଚ ତ ଆଉ କଉଠି ଜରିପେକେଟ। ଵଲାଙ୍ଗୀର ସହର ନିକଟସ୍ଥ ବିଜଖମନର ଦୃଶ୍ୟ। ମିଟୁଛାପ , ହାତୀଛାପ, କାର ଛାପ , ବତକ ଛାପ  ଭଳିକି ଭଳି ଛାପରେ ତିଆରି ପାଉଚକୁ ସିଜ କରିଥିଲା ପୋଲିସ ଓ ଅବକାରୀ ବିଭାଗ। ଆଉ ଏହାକୁ ଏବେ କରୁଛି ନଷ୍ଟ। ଦୀର୍ଘ ୪ ବର୍ଷ ଧରି ହୋଇଥିଲା ଜିଲ୍ଲାର ସମସ୍ତ ଥାନାରେ ଏହା ପଡି ରହିଥିଲା । କୁଚିଆ ବ୍ୟବସାୟୀଙ୍କ ସହ ଦେଶୀ ମଦ ଜବତ କରିଥିଲା ପୋଲିସ। ତାସହ ବ୍ୟବସ୍ୟୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଏବେ ସେହି ମଦ କୁ ନଷ୍ଟ କରୁଛି ପୋଲିସ। ବଲାଙ୍ଗୀର ଏସପି ନିତିନ କୁସଲକର ଓ ଅବକାରୀ ସୁପରି ଟେଣ୍ଡେଣ୍ଟଙ୍କ ନେତୃତ୍ୱରେ ମଦକୁ ନଷ୍ଟ କରାଯାଇଛି। ମାଲଖାନା ସଫେଇ ସହ ଆଇନ ଅନୁଯାୟୀ ଏହା କରା ଯାଇଥିବା କହିଛନ୍ତି ଏସପି ଓ ସୁପରି ଟେଣ୍ଡେଣ୍ଟ ।

{"id":721853,"sizeSlug":"full","linkDestination":"none"}

ଜିଲ୍ଲାର ୧୭ ଟି ଥାନାର ୫୦୮ ଟି ମାମଲା ରହିଥିଲା। ଏଥିରେ କୁଚିଆ ବ୍ୟବସାୟୀ ସହ ଜଙ୍ଗଲରେ ରନ୍ଧାମଦ କରୁଥିବା ବ୍ୟବସାୟୀଙ୍କୁ ମଧ୍ୟ ଧରିଛି ପୋଲିସ। ପ୍ରଥମ ପର୍ଯ୍ୟାୟରେ ୫୦୮ ଟି ମାମଲାର ୭ ହଜାର ଲିଟର ଦେଶୀମଦ କୁ ନଷ୍ଟ କରାଯାଇଛି। ସେହିପରି ଆଗକୁ ଗଂଜେଇ ଓ ବିଦେଶୀ ମଦ ମଧ୍ୟ ନଷ୍ଟ କରାଯିବ ସୂଚନା ଦେଇଛି ପୋଲିସ। ସେପଟେ ଆଇନ ଆନୁଯାୟୀ ପୋଲିସ ଯାହା କରିଛି ତାହା ସ୍ୱାଗତଯୋଗ୍ୟ ହେଲେ ଏଭଳି କୁଚିଆ ମଦ ବ୍ୟବସାୟ ସହ ରନ୍ଧା ମଦ ଯାହା ଉପରେରୋକ ଲଗାଇବା ପାଇଁ ଆହୁରି ତତ୍ପର ହେବା ଆବଶ୍ୟକ ବୋଲି କହିଛନ୍ତି ଆଇନଜୀବୀ। ସେପଟେ କିନ୍ତୁ ଅସନ୍ତୋଷ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ। ଏଭଳି କେସ ଯଦି ଏତେ ହେଉଛି ତାହେଲେ ରୋକ ଲଗାଇବାରେ ଫେଲ ଅବକାରୀ ଓ ପୋଲିସ ବୋଲି କହିଛନ୍ତି ବୁଦ୍ଧିଜୀବୀ।

୪ ବର୍ଷରେ ସିଜ ହୋଇଥିବା ଏହି ଦେଶୀ ଓ ରନ୍ଧା ମଦକୁ ତ ନଷ୍ଟ କରିଛି ପୋଲିସ। ହେଲେ ଏଭଳି କୁଚିଆ ଵ୍ୟଵସାୟ ଓ ବ୍ୟବସାୟୀଙ୍କ ଉପରେ କିଭଳି କାର୍ଯ୍ୟାନୁଷ୍ଠାନ ଯେଉଛି ପୋଲିସ ତାହା ଦେଖିବା ବାକି ରହିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.