oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ଏଠାର ମହିଳା ନିଜ ଶରୀରରୁ ଅଲଗା କରିଦିଅନ୍ତି ନିଜର ଏହି ଅଙ୍ଗ, ଜାଣନ୍ତୁ କାରଣ

22/04/2019 at 4:53 PM

କିଛି ଦିନ ତଳେ ମହାରାଷ୍ଟ୍ରର ଏକ ଗାଁରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ବିଷୟରେ ଅଭାବନୀୟ ଖବର ଶୁଣିବାକୁ ମିଳିଥିଲା। ରିପୋର୍ଟ ଅନୁସାରେ ବିବାହିତା ନାରୀ ଓ ଛୋଟ ଛୋଟ ଛୁଆ ଥିବା ମହିଳାମାନେ ତାଙ୍କ ଶରୀରରୁ ଗୋଟିଏ ଅଂଗକୁ ଅଲଗା କରିଦେଉଛନ୍ତି। ତେବେ ଏହା କେଉଁ ଅଙ୍ଗ ଓ ଏହା ପଛର ଯେଉଁ କାରଣ ରହିଛି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।
ଦାରିଦ୍ର୍ୟ ଏବଂ ଅସହାୟତା ଏମିତି ଏକ ଶବ୍ଦ ଯାହା ସହ ଲଢିବା ପାଇଁ ମଣିଷ କେତେ କଣ ଯେ, କରେ ତାର ହିସାବ ନାହିଁ । ପେଟର ଭୋକ ଏବଂ ବାଧ୍ୟବାଧକତା କାହାକୁ ଦାଦନ ସଜେଇ ଦିଏ ତ କିଏ କ୍ରିତଦାସଭଳି ଜୀବନ ଅତିବାହିତ କରେ । ପେଟ ଚାଖଣ୍ଡକ ପୂରା କରିବା ପାଇଁ ଅନ୍ୟ ସବୁ ସ୍ବପ୍ନ , ଇଚ୍ଛା ଓ ଆବଶ୍ୟକତାକୁ ବଳି ଦେବାକୁ ପଡେ । ମହାରାଷ୍ଟ୍ରର ସେମିତି ଏକ ଘଟଣା ଏବେ ସମସ୍ତଙ୍କୁ ଆନ୍ଦୋଳିତ କରୁଛି ।
ଦାରିଦ୍ର୍ୟ କାରଣରୁ କେହି କିଡନୀ ବିକ୍ରୀ କରିଦେଉଥିବା ଖବର ଶୁଣି କେହି ଆଉ ଆଶ୍ଚର୍ଯ୍ୟ ହେଉ ନାହାନ୍ତି । କିନ୍ତୁ ଏଠାର ଏକ ଅଞ୍ଚଳର ମହିଳାମାନେ ପେଟ ପାଇଁ ପେଟକୁ କାଟି ଫୋପାଡି ଦେଉଥିବା କଥା ଶୁଣିଲେ ନିଶ୍ଚୟ ଆପଣଙ୍କ ଲୋମ ଟାଙ୍କୁରୀ  ଉଠିବ ।  ପେଟ କାଟିବା ଅର୍ଥ ହେଉଛି ଅପରେଶନ କରି ଗର୍ଭାଶୟ ବାହାର କରିଦେବା ।
ତେବେ ଗର୍ଭାଶୟ ବାହାର କରିଦେଲେ କିଭଲି ଏହି ମହିଳାଙ୍କ ପେଟ ପୋଷା ହୁଏ ତାହା ମଧ୍ୟ ଆପଣଙ୍କୁ ଦ୍ବନ୍ଦ୍ବରେ ପକାଉଥିବ । ଅସଲକଥା ହେଲା ଋତୁସ୍ରାବ ସମୟରେ ମଧ୍ୟ ମହିଳା ଦିନ ମଜୁରିଆଙ୍କୁ ଶାରୀରିକ ପରିଶ୍ରମ କରିବାକୁ ପଡେ । ଯାହା ଅତ୍ୟନ୍ତ କଷ୍ଟସାଧ୍ୟ । ସେହିଭଳି ଗର୍ଭାବସ୍ଥା ଏବଂ ସନ୍ତାନ ପ୍ରସବ ପରେ ମଧ୍ୟ କାମ ବନ୍ଦ କରିହେବ ନାହିଁ । କାରଣ କାମ ବନ୍ଦ ହେଲେ ଖାଇବା ବନ୍ଦ ହୋଇଯିବ । ମୂଳୁ ମାଇଲେ ଯିବ ସରି ନ୍ୟାୟରେ ଏ ସବୁ ଝିନଝଟରୁ ମୁକ୍ତି ପାଇବା ପାଇଁ  ଏଠାର ମହିଳାଙ୍କ ଗର୍ଭଶୟ କାଢିଦିଆଯାଏ । କାରଣ ଏହି ସମୟରେ ମହିଳାମାନେ ଅଧିକ କାମ କରିପାରନ୍ତି ନାହିଁ।
ସଂପୃକ୍ତ ଗାଁରେ ଏହା ଏବେ ଏକ ପରମ୍ପରା ହୋଇଯାଇଛି । ଯଦି କୌଣସି ମହିଳା ଥରେ ଗର୍ଭବତୀ ହୋଇଥାଏ ତାପରେ ତା ଗର୍ଭାଶୟ କାଢିଦିଆଯାଉଛି । ଧିରେ ଧିରେ ଏହି ଘଟଣା ବିଷୟରେ ଅନେକ ଖବର ସାମ୍ନାକୁ ଆସୁଛି। ପ୍ରକୃତରେ ମାହାରାଷ୍ଟ୍ରର ବିଡ ଜିଲ୍ଲାରେ ଅଧିକ ଦରିଦ୍ରତା ଅଛି। ଏହି କାରଣ ପାଇଁ ଏଠାର ମହିଳାମାନଙ୍କୁ ଜୋରଜବରଦସ୍ତ କାମ କରାଯାଏ। ରୋଜଗାର କରିବା ପାଇଁ ମହିଳାମାନେ ଅନ୍ୟର କ୍ଷେତରେ କାମ କରନ୍ତି। ମହିଳାମାନଙ୍କୁ ଲଗାତାର କାମ ମିଳିବା ପାଇଁ ସେମାନଙ୍କ ଗର୍ଭାଶୟ କାଢିଦିଆଯାଏ।

   Related Posts