ସ୍ତ୍ରୀ ଖାଇଲେ ମାତ୍ରାଧିକ ବଟିକା ! ସ୍ୱାମୀ ଖାଇଲେ ଗୋଇଠା ବିଧା

Published By : Prameya-News7 Bureau | November 13, 2023 IST

ଆନନ୍ଦପୁର: ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ମହିଳା । ଏପଟେ ତାଙ୍କ ସ୍ବାମୀଙ୍କୁ ପିଟୁଥିଲେ ଶ୍ବଶୁର ଘର ଲୋକେ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର ଡାକ୍ତରଖାନାରେ।

ସୂଚନା ଅନୁଯାୟୀ, ଆନନ୍ଦପୁର ଥାନା କାଠିଆସରା ଗାଁ’ର ସଂଜୟ ସ୍ବାଇଁଙ୍କ ପତ୍ନୀ ଅନିତା, ପାରିବାରିକ କଳହକୁ କେନ୍ଦ୍ରକରି ରାଗରେ ମାତ୍ରାଧିକ ପରିମାଣର ଔଷଧ ଖାଇଦେଇଥିଲେ। ଏଥିରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ଏହାପରେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନାର ମହିଳା ଓ୍ବାର୍ଡରେ ଭର୍ତ୍ତି କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଶିକ୍ଷକ ନିଯୁକ୍ତି ଦାବିରେ ଅଭିଭାବକ ଓ ଛାତ୍ରଛାତ୍ରୀ ସ୍କୁଲ ସମ୍ମୁଖରେ ଗଣଧାରଣା, ବ୍ଲକ ଶିକ୍ଷାଧିକାରିଙ୍କ ପ୍ରତିଶ୍ରୁତି ପରେ ହଟିଲା ଧାରଣା

ସ୍ବାମୀ ସଂଜୟ ମଧ୍ୟ ପତ୍ନୀଙ୍କ ପାଖରେ ରହିଥିଲେ। ତେବେ ଖବର ପାଇ ଅନିତାଙ୍କ ବାପଘର ଲୋକେ ହସ୍ପିଟାଲରେ ପହଞ୍ଚିଥିଲେ। ଏହାପରେ ଅନିତାଙ୍କ ପରିବାର ଲୋକ ଏବଂ ଅନିତାଙ୍କ ସ୍ବାମୀ ମଧ୍ୟରେ ଘଟଣାକୁ ନେଇ ବଚସା ହୋଇଥିଲା। ଏହାପରେ କଥା ହାତାହାତି ପର୍ଯ୍ୟନ୍ତ ଯାଇଥିଲା। ଝିଅର ଏଭଳି ଅବସ୍ଥା ପାଇଁ ଦାୟୀ କରି ସଂଜୟକୁ ବିଧା ଗୋଇଠା ବର୍ଷା କରିଚାଲିଥିଲେ ପରିବାରଲୋକ।

ତେବେ ଡାକ୍ତରଖାନା ସିକ୍ୟୁରିଟି ଗାର୍ଡଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ପରେ ପରେ ଗୁରୁତର ଅନିତାଙ୍କୁ କଟକ ମଧ୍ୟ ସ୍ଥାନାନ୍ତର କରାଯାଇଛି। ତେବେ ଏହି ଘଟଣାରେ ଥାନାରେ କୌଣସି ଅଭିଯୋଗ ହୋଇନଥିବା ସୂଚନା ମିଳିଛି। ଘଟଣାର ଭିଡିଓ ମଧ୍ୟ ଭାଇରାଲ ହୋଇଛି।

ଆହୁରି ପଢ଼ନ୍ତୁ: ପ୍ରେମିକାଙ୍କ ବୟସ ଅଧିକ ଥିବାରୁ ଦୂରେଇବାକୁ ଚାହୁଁଥିଲା ପ୍ରେମିକ, ଗଳାକାଟି ଫିଙ୍ଗିଦେଲା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.